ETV Bharat / sukhibhava

Pancreatic Cancer: ଅଗ୍ନାଶୟ କର୍କଟର ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ, ବଜାରକୁ ଆସିବ ଟିକା !

author img

By

Published : Aug 15, 2023, 1:21 PM IST

ଅଗ୍ନାଶୟ କର୍କଟର ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ ! ଆରମ୍ଭ ହେଲା ଟ୍ରାଏଲ । ଅଧିକ ପଢନ୍ତୁ

Pancreatic Cancer
Pancreatic Cancer

ହାଇଦ୍ରାବାଦ: ଦେଶରେ ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇବାରେ ଲାଗିଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା । ଅନେକ ପ୍ରକାର କ୍ୟାନ୍ସର ରହିଥିବା ବେଳେ ଅଗ୍ନାଶୟ କର୍କଟକୁ ସବୁଠାରୁ ମାରାତ୍ମକ ବୋଲି ବିବେଚନା କରାଯାଏ । ପାନକ୍ରିଆଟିକ୍‌ ବା ଅଗ୍ନାଶୟ କ୍ୟାନ୍ସରରେ ଆକ୍ରାନ୍ତ ହେବା ପରେ ବହୁତ କମ୍‌ ଲୋକ ଆରୋଗ୍ୟ ହୋଇଥାଆନ୍ତି । 5 ବର୍ଷର ଚିକିତ୍ସା ପରେ 12 ପ୍ରତିଶତ ରୋଗୀ ସୁସ୍ଥ ହୋଇ ନୂଆ ଜୀବନ ପାଇଥାଆନ୍ତି । ତେବେ ଏହାରି ଭିତରେ ବୈଜ୍ଞାନିକମାନେ ଏକ ନୂଆ ଦିଶା ଦେଖାଇଛନ୍ତି । ବୈଜ୍ଞାନିକମାନଙ୍କ ଦ୍ବାରା ଉଦ୍ଭାବନ କରାଯାଇଥିବା ଟିକା ନୂଆ ଆଶା ସଞ୍ଚାର କରୁଛି ।

ସୂଚନାଅନୁସାରେ, BioNtech କମ୍ପାନୀର ବୌଜ୍ଞାନିକମାନେ କୋଭିଡ ମହାମାରୀକୁ ପ୍ରତିହକ କରିବା ପାଇଁ mRNA ବିକଶିତ କରିଥିଲେ । ସେହି ଜ୍ଞାନକୌଶଳକୁ ଆପଣାଇ କର୍କଟ ରୋଗର ଟିକା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଅଗ୍ନାଶୟ କର୍କଟ ରୋଗରେ ଆକ୍ରାନ୍ତ 19 ଜଣଙ୍କଠାରୁ ଟ୍ୟୁମର ବାହାର କରାଯିବା ପରେ 20ଟି ବିଭିନ୍ନ ପ୍ରକାରର ଟିକା ଦିଆଯାଇଥିଲା । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ କ୍ୟାନ୍ସର ସେଲର ବୃଦ୍ଧିକୁ ରୋକିବା ପାଇଁ ଲକ୍ଷ୍ୟ କରି ଏହି ଟିକା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Pancreatic Cancer: ଏହି ସବୁ ଲକ୍ଷଣକୁ କରନ୍ତୁନି ଅବହେଳା, ହୋଇପାରେ ଅଗ୍ନାଶୟ କର୍କଟ

କିଛି ମାସ ମଧ୍ୟରେ ପ୍ରତ୍ୟେକଙ୍କୁ ମୋଟ 9ଟି ଟିକା ଦିଆଯାଇଥିଲା । ଟୀକାକରଣର ଆଠଟି ଡୋଜ ପରେ ଷ୍ଟାଣ୍ଡାର୍ଡ କେମୋଥେରାପି ମଧ୍ୟ ଦିଆଯାଇଥିଲା । ଚିକିତ୍ସା ସମାପ୍ତ ହେବାର ଦେଢବର୍ଷ ପରେ, 8 ଜଣ କର୍କଟ ରୋଗରୁ ସମ୍ପୁର୍ଣ୍ଣ ଆରୋଗ୍ୟ ଲାଭ କରିଥିଲେ । ଟିକା ଦେବା ପରେ ରୋଗ ପ୍ରତିରୋଧକ ଶକ୍ତିରେ ମଧ୍ୟ ଉନ୍ନତି ହୋଇଥିବା ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: World Pancreatic Cancer Day: ଅଗ୍ନାଶୟ କର୍କଟ କଣ ? ଜାଣନ୍ତୁ ରୋଗର କାରଣ ଓ ନିରାକରଣ

ତେବେ ଏହି ଟିକା ସମସ୍ତଙ୍କ ଉପରେ କାହିଁକି କାର୍ଯ୍ୟକାରୀ ହୋଇପାରିଲା ନାହିଁ ସେନେଇ ବର୍ତ୍ତମାନ ଅନୁସନ୍ଧାନ ଆରମ୍ଭ ହୋଇଛି । ଏହି ଟିକାକୁ ନେଇ ପରୀକ୍ଷାନିରୀକ୍ଷା କରାଯାଉଛି । ତେବେ ଅଧ୍ୟୟନର ନେତୃତ୍ୱ ନେଇଥିବା ଡାକ୍ତର ବିନୋଦ ବାଲାଚନ୍ଦ୍ରନ କହିଛନ୍ତି ଯେ, "କୌତୁହଳର ବିଷୟ ଯେ ଏହି ଟିକାଗୁଡ଼ିକ ଅଗ୍ନାଶୟ କର୍କଟ ସହିତ ଲଢ଼ିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରୁଛି । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଉଛି ।" ଯଦି ଏହି ଔଷଧ ସଫଳତା ପାଏ ତାହାଲେ ଅଗ୍ନାଶୟ ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ । କହିରଖୁଛୁ କି, ଅଗ୍ନାଶୟ କର୍କଟ 60 ବୟସରୁ ଊର୍ଦ୍ଧ୍ବ ଲୋକଙ୍କଠାରେ ଅଧିକ ଦେଖାଯାଏ । ବୟସ ବଢିବା ସହିତ ଆମ DNAରେ କର୍କଟ ବୃଦ୍ଧି ଘଟିଥାଏ । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଅଗ୍ନାଶୟ କର୍କଟ ଅଧିକ ଦେଖାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.