ETV Bharat / sukhibhava

ମିଳିଲା ମ୍ୟାଲେରିଆର ନୂଆ ମେଡିସିନ୍, ୬ ମାସ ଯାଏଁ ରୋକିହେବ ସଂକ୍ରମଣ

author img

By

Published : Nov 3, 2022, 2:15 PM IST

ଆଫ୍ରିକାର ଅନୁସନ୍ଧାନକାରୀ ଟିମ୍‌ଙ୍କ କମାଲ୍ । ପ୍ରସ୍ତୁତ କଲେ ମ୍ୟାଲେରିଆ ରୋକି ପାରୁଥିବା ମେଡିସିନ୍, ଯାହା 6 ମାସ ପର୍ଯ୍ୟନ୍ତ ମ୍ୟାଲେରିଆ ସଂକ୍ରମଣକୁ ପ୍ରତିହତ କରିବ(New Malaria Antibody Drug Prevents Infection in Adults for 6 Months) । ଅଧିକ ପଢନ୍ତୁ

ଅନୁସନ୍ଧାନକାରୀଙ୍କ କମାଲ୍: ପ୍ରସ୍ତୁତ କଲେ ମ୍ୟାଲେରିଆ ଔଷଧ, 6 ମାସ ଯାଏଁ କରିବନି ସଂକ୍ରମଣ

ୱାଶିଂଟନ: କମାଲ୍ କଲେ ଆଫ୍ରିକାର ଚିକିତ୍ସା ବୈଜ୍ଞାନିକ । ମ୍ୟାଲେରିଆ ରୋକିବାରେ ମେଡିସିନ୍ ପ୍ରସ୍ତୁତ କରି ବିରଳ ସଫଳତା ହାସଲ କରିଛନ୍ତି । ଏହି ଚିକିତ୍ସା ଗବେଷକମାନେ ଏକ ଔଷଧ ପରୀକ୍ଷା କରିଛନ୍ତି, ଯାହା ଥରେ ନିଆଯିବା ପରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ମ୍ୟାଲେରିଆରୁ ମୁକ୍ତି ଦେଇପାରିବ(New Malaria Antibody Drug) । ଅର୍ଥାତ୍ ମ୍ୟାଲେରିଆ ସଂକ୍ରମିତ କରିବ ନାହିଁ । ଏହି ଆଣ୍ଟିବଡି ଔଷଧ ଅଳ୍ପ ସମୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବିବେଚନା କରାଯାଏ ବୋଲି ଅନୁସନ୍ଧାନକାରୀ ଟିମ୍ କହିଛନ୍ତି ।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ କ୍ଲିନିକାଲ୍ ପରୀକ୍ଷଣର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏହି ଆଣ୍ଟିବଡି ଔଷଧର ଗୋଟିଏ ପାନ, ୬ ମାସ ପର୍ଯ୍ୟନ୍ତ ମ୍ୟାଲେରିଆ ହେବାକୁ ଦେବ ନାହିଁ(Prevents Infection in Adults for 6 Months) । ଏହି ଆଣ୍ଟିବଡି ୨୪ ସପ୍ତାହ ମଧ୍ୟରେ ମ୍ୟାଲେରିଆକୁ ରୋକିବାରେ ୮୮.୨% ପ୍ରଭାବଶାଳୀ ବୋଲି ପରୀକ୍ଷଣ ହୋଇଛି । ତେବେ ଏହି ପରୀକ୍ଷଣ ବୟସ୍କଙ୍କ ଉପରେ କରାଯାଇଥିଲା । ଏହି ଅଧ୍ୟୟନ ଦ, ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା ଏବଂ ସିଆଟେଲରେ ଆମେରିକୀୟ ସୋସାଇଟି ଅଫ୍ ଟ୍ରପିକାଲ୍ ମେଡିସିନ୍ ଏବଂ ହାଇଜିନ୍ ୨୦୨୨ ବାର୍ଷିକ ବୈଠକରେ ଉପସ୍ଥାପିତ ହୋଇଛି । ମାଲିର ବାମକୋର ସାଇନ୍ସେଜ୍, ଟେକ୍ନିକ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର କସୁମ କାଏନ୍ତାଓଙ୍କ ନେତୃତ୍ୱରେ ଏହି ଅଧ୍ୟୟନ କରାଯାଇଥିବା ନେଇ ସୂଚନା ମିଳିଛି ।

ଏହି ପରୀକ୍ଷଣ ଆଫ୍ରିକାର କାଲିଫାବୋଗୁ ଏବଂ ଟୋରୋଡୋ ଗାଁରେ ଟ୍ରାଏଲ୍ କରାଯାଇଥିଲା । ତେବେ ଏହି ଆଣ୍ଟିବଡିରୁ ସମସ୍ତଙ୍କୁ ସୁରକ୍ଷା ଦିଆଯିବ ବୋଲି କହିବା ଭୁଲ୍ ହେବ । ଡକ୍ଟର କସୁମ କହିଛନ୍ତି ଯେ, "ପରୀକ୍ଷା ସମୟରେ ଲୋକଙ୍କୁ ଏହି ଡ୍ରପ୍ ମାଧ୍ୟମରେ ଆଣ୍ଟିବଡି ଦିଆଯାଇଥିଲା । ତଥାପି, ଏହି ପଦ୍ଧତି କଷ୍ଟସାଧ୍ୟ, କାରଣ ବହୁ ଜନସଂଖ୍ୟାର ଲୋକଙ୍କୁ ଏହି ଔଷଧ ଡ୍ରପ୍ ମାଧ୍ୟମରେ ଦିଆଯାଇପାରିବ ନାହିଁ । କିନ୍ତୁ ଫଳାଫଳ ଉତ୍ସାହଜନକ ହୋଇଛି । ତେଣୁ ପ୍ରାପ୍ତ ବୟସ୍କଙ୍କ ବ୍ୟତୀତ ଏହା ପିଲାମାନଙ୍କ ଉପରେ ମଧ୍ୟ ପରୀକ୍ଷା କରାଯାଉଛି ।"

ଆଣ୍ଟିବଡି କିପରି କାମ କରେ ?

ଅଧ୍ୟୟନରେ କୁହାଯାଇଛି ଯେ, ଏହି ଆଣ୍ଟିବଡି ଏକ ଭିନ୍ନ ଉପାୟରେ କାମ କରେ । ଏହା ମାଧ୍ୟମରେ ମାନବ ଶରୀରରେ ପହଞ୍ଚୁଥିବା ପରଜୀବୀମାନଙ୍କର ଚକ୍ର ମ୍ୟାଲେରିଆ ବିସ୍ତାର କରୁଥିବା ମଶା ଦ୍ୱାରା ଭାଙ୍ଗିଯାଏ । ଏହି ଆଣ୍ଟିବଡିଗୁଡିକ ବିକଶିତ ପରଜୀବୀମାନଙ୍କୁ ଟାର୍ଗେଟ କରେ, ଯାହା ମଶା କାମୁଡ଼ିବା ଦ୍ୱାରା ମଣିଷର ଯକୃତରେ ପହଞ୍ଚିଥାଏ । ଅନୁସନ୍ଧାନରେ ଜଡିତ ମାଲିର ୩୩୦ ବୟସ୍କଙ୍କ ମଧ୍ୟରୁ କେତେକଙ୍କୁ ବିଭିନ୍ନ ପ୍ରକାରର ଆଣ୍ଟିବଡି ଦିଆଯାଇଥିଲା । ୨୪ ସପ୍ତାହ ପାଇଁ ପ୍ରତି ଦୁଇ ସପ୍ତାହରେ, ଏହି ଲୋକମାନଙ୍କୁ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା, ଯେଉଁମାନେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

ଅଧ୍ୟୟନର ଫଳାଫଳ ଦର୍ଶାଏ ଯେ, ଏହି ଔଷଧ ସହିତ ଅନେକ ମାସ ପର୍ଯ୍ୟନ୍ତ ମ୍ୟାଲେରିଆକୁ ଏଡାଯାଇପାରିବ । ରିପୋର୍ଟରେ କୁହାଯାଇଛି ଯେ, ମ୍ୟାଲେରିଆକୁ ଏଡାଇବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ବ୍ୟବହାର କରାଯାଉଥିବା ପରି ଏହି ଔଷଧକୁ ମଧ୍ୟ ବ୍ୟବହାର କରାଯାଇ ପାରିବା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୨୦ରେ ସାରା ବିଶ୍ୱରେ ୨୪୦ ନିୟୁତ ମ୍ୟାଲେରିଆ ରୋଗରେ ପୀଡିତ ହୋଇଥିଲେ । ଏହି ଅବଧି ମଧ୍ୟରେ କେବଳ ଆଫ୍ରିକୀୟ ଦେଶରେ ମ୍ୟାଲେରିଆ କାରଣରୁ ୬.୨୭ ଲକ୍ଷ ମୃତ୍ୟୁ ଘଟିଥିଲା । ତେଣୁ ଏହି ଆଣ୍ଟିବଡି ଔଷଧ ରୋଗକୁ ମାତ୍ ଦେବାରେ ସହାୟକ ହୋଇପାରେ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.