ETV Bharat / sukhibhava

ମ୍ୟାଲେରିଆ ବିରୋଧୀ Matrix-M ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ

author img

By

Published : Dec 9, 2022, 4:36 PM IST

ଆଣ୍ଟି-ମ୍ୟାଲେରିଆ ଭ୍ୟାକ୍ସିନ୍ ପରୀକ୍ଷଣ ଶେଷ, ଆସନ୍ତା ବର୍ଷ ବ୍ୟବହାର ନେଇ ମିଳିପାରେ ଅନୁମୋଦନ(New Anti-Malaria vaccine trial over, authorization next year) । ଅଧିକ ପଢନ୍ତୁ

ମ୍ୟାଲେରିଆ ବିରୋଧୀ Matrix-M ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ
ମ୍ୟାଲେରିଆ ବିରୋଧୀ Matrix-M ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ

ନୂଆଦିଲ୍ଲୀ: ଆଣ୍ଟି-ମ୍ୟାଲେରିଆ ମ୍ୟାଟ୍ରିକ୍ସ ଭ୍ୟାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ(New Anti-Malaria vaccine trial over, authorization next year) । ଆଫ୍ରିକାରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ R21 ମ୍ୟାଲେରିଆ ବିରୋଧୀ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷର ଶେଷ କରିଛି । SII(Serum Institute of India) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉମେଶ ଶାଲିଗ୍ରାମଙ୍କ ଅନୁଯାୟୀ, ଏହି ଟିକା ଆସନ୍ତା ବର୍ଷ କର୍ତ୍ତୃପକ୍ଷଙ୍କ ଦ୍ବାରା ଅନୁମୋଦିତ ହେବାର ସମ୍ଭାବନା ରହିଛି ।

ଉମେଶ ଶାଲିଗ୍ରାମ କହିଛନ୍ତି ଯେ, ସୋମବାର(ଡିସେମ୍ବର 5)ରେ ଆଫ୍ରିକାରେ R21 ବା ମ୍ୟାଟ୍ରିକ୍ସ-ଏମ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ଏହାର ବ୍ୟବହାର ନେଇ ଅନୁମୋଦନ ମିଳିବା ପରେ ଆସନ୍ତା ବର୍ଷ ବ୍ୟବହାର ହେବ । ଗତ ବର୍ଷ ଅକ୍ଟୋବରରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) 40-50% ପ୍ରଭାବଶାଳୀ ଥିବା ବିଶ୍ବର ପ୍ରଥମ ମ୍ୟାଲେରିଆ ବିରୋଧୀ ଟିକା ମସ୍କୁରିକ୍ସ(Mosquirix)କୁ ଅନୁମୋଦନ ଦେଇଥିଲା । ବର୍ତ୍ତମାନ ପ୍ରସ୍ତୁତ ଟୀକା 80% ଅଧିକ ପ୍ରଭାବଶାଳୀ ଅଟେ ।

ରିପୋର୍ଟ ଅନୁସାରେ ପ୍ରତିବର୍ଷ ବିଶ୍ବରେ ମ୍ୟାଲେରିଆ କାରଣରୁ 6 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥାଏ । ଜେନୀର୍ ଇନଷ୍ଟିଚ୍ୟୁଟ୍ ଚଳିତ ବର୍ଷ ପ୍ରାରମ୍ଭରେ ଏକ ବିବୃତ୍ତିରେ କହିଥିଲା ଯେ, ଟିକାକୁ ଅନୁମୋଦନ ମିଳିବା ପରେ SIIPL ପ୍ରତିବର୍ଷ 200 ନିୟୁତ ଡୋଜ ଟିକା ଯୋଗାଇବ, ଯାହା ଆଫ୍ରିକାରେ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ମ୍ୟାଲେରିଆ ନିରାକରଣରେ ସହାୟକ ହେବ ।

R21 ମ୍ୟାଲେରିଆ ଟିକା, ଅକ୍ସଫୋର୍ଡ ୟୁନିଭରସିଟିର ଜେନୀର୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶିତ ହୋଇଥିଲା । ଅଧିକ ସଂଖ୍ୟାରେ ଟିକା ବିତରଣର ଲକ୍ଷ୍ୟ ନେଇ 2020ରେ SII ସହଯୋଗରେ ଟିକା ପ୍ରସ୍ତୁତ ହୋଇଥିଲା । ଟୀକାକରଣର ଉଦ୍ଭାବକମାନେ କହିଛନ୍ତି ଯେ, ସ୍ୱଳ୍ପ ମୂଲ୍ୟର ସମସ୍ତଙ୍କ ନିକଟରେ ଟିକା ପହଞ୍ଚାଇବା ବିଶେଷକରି ଯେଉଁଠାରେ ଅଧିକ ଆବଶ୍ୟକ ସେଠାରେ ଟିକାର ଉପଲବ୍ଧତା କରାଇବା ଆମର ମୂଳ ଲକ୍ଷ୍ୟ ।

R21 ମ୍ୟାଲେରିଆ ଟିକା କ’ଣ ?

R21 ବା Matrix-M ମ୍ୟାଲେରିଆ ଟିକା ପ୍ଲାଜାମୋଡିୟମ୍ ଫାଲସିପାରମ୍ ମ୍ୟାଲେରିଆକୁ ରୋକିବା ପାଇଁ ବ୍ୟବହୃତ ହୁଏ, ଯାହା ମଶା ଦ୍ୱାରା ବିସ୍ତାର ହୋଇଥାଏ । ଦୁନିଆର ସବୁଠୁ ବୃହତ୍ତ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରତିବର୍ଷ 100 ମିଲିୟନରୁ ଅଧିକ ଡୋଜ R21 ଟିକା ଉତ୍ପାଦନ କରିବାକୁ ପ୍ରତିଶୃତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.