ETV Bharat / sukhibhava

Hair Remedies: ଚୁଟି ପାଚି ଯାଇଛି ବୋଲି ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ - କଣ କରିଲେ ଚୁଟି କଳା ହେବ

ଚୁଟି ପାଚି ଯାଇଛି ବୋଲି ଚିନ୍ତାରେ ଅଛନ୍ତି କି? ପାର୍ଲର ଯିବା ସତ୍ତ୍ବେ ମଧ୍ୟ ଚୁଟିରେ ରଙ୍ଗ ଠିକ ଭଆବେ ରହୁନି କି? ଆପଣାନ୍ତୁ ଏହି ଟିପ୍ସ

natural home remedies for grey hair
natural home remedies for grey hair
author img

By

Published : Jul 11, 2023, 4:09 PM IST

ହାଇଦ୍ରାବାଦ: ନାରୀମାନଙ୍କ ସୌନ୍ଦର୍ଯ୍ୟରେ ବୃଦ୍ଧି କରିବାରେ କେଶ ହେଉଛି ମୁଖ୍ୟ ଅଂଶ ଅଟେ। କିନ୍ତୁ ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟର ଅସମାନତା ଯୋଗୁଁ ବୟସ ପୂର୍ବରୁ ଚୁଟି ପାଚି ଯାଉଛି। ଏହାକୁ ରୋକିବା ପାଇଁ ମହିଳା ବା ଯୁବତୀମାନେ ଅନେକ ପ୍ରକାର ତେଲ ଏବଂ ସାମ୍ପ ବ୍ୟବହାର କରିଥାଆନ୍ତି। ଆଇ କିଛି ଜଣ କେଶକୁ ପ୍ରାକୃତିକ ରୂପ ଦେବା ପାଇଁ ପାଲର ଯାଇଥାଆନ୍ତି। ଅନେକ କ୍ଷେତ୍ରରେ ଦେଖାଯାଏ ଯେ, ତେଲ କିମ୍ବା ସାମ୍ପ ବ୍ୟବହାର କରିବା ସତ୍ତ୍ବେ ମଧ୍ୟ ଚୁଟିର ରଙ୍ଗ କଳା ହୋଇପାରେ ନାହିଁ। କିଛି ଲୋକଙ୍କ ଅଭିଯୋଗ କରି କହିଛନ୍ତି ଯେ, ଅଳ୍ପ ମାତ୍ରାରେ ପାଚିଥିବା ଚୁଟିକୁ ରଙ୍ଗ କରିବାକୁ ଯାଇ ପୁରା ଚୁଟି ପାଚିଯାଇଛି।

ଥରେ ଚୁଟିରେ ରଙ୍ଗ ଲଗାଇଲେ ଏହାକୁ ବାର ବାର ଲଗାଇବାକୁ ପଡିଥାଏ। ଯଦି ଏହାକୁ ଛାଡି ଦିଆଯାଏ ତେବେ ଚୁଟି ପୁଣି ପୂର୍ବବସ୍ଥାରୁ ଆସିଯାଇଥାଏ। ଏହାର ଅର୍ଥ ପୁଣି ଚୁଟି ଧଳା ହୋଇଯାଇଥାଏ। ଯଦି ଆପଣ ମଧ୍ୟ ଏଭଳି ସମସ୍ୟା ଭୋଗୁଛନ୍ତି ତେବେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବୁ ଯାହାକି ଘରୋଇ ଉପଚାର ଦ୍ବାରା ଚୁଟିକୁ ଧଳା କରିପାରିବେ। ଚୁଟି ଖରାପ ନହେବା ସହ କମ ଖର୍ଚ୍ଚରେ ମଧ୍ୟ କଳା ହୋଇଯିବ। ତେବେ ଏଥି ପାଇଁ 6ଟି ଜିନିଷ ଆବଶ୍ୟକ ହୋଇଥାଏ। ନିମ୍ବ ପତ୍ର ଗୁଣ୍ଡ, କଫି ପାଉଡର, ଆମଲା ପାଉଡର, ହେନା ବା ମେହେନ୍ଦୀ, କାଲୋଞ୍ଜୀ ବା ପାନମଧୁରୀ ଏବଂ ଏକ ଲୁହା ପ୍ୟାନ ଦରକାର।

ଘରେ କିଭଳି ଭାବେ ବନାଇବେ କଳା କେଶ ପାଇଁ ପେଷ୍ଟ:

  • ପ୍ରଥମେ ଲୁହା ପ୍ୟାନକୁ ଗରମ କରିବା ଆବଶ୍ୟକ
  • ଏହାପରେ ଏଥିରେ କିଛି ପାନମଧୁରୀ ପକାଇ ଭଲ ଭାବରେ ଭାଜନ୍ତୁ
  • ଏହି ମଞ୍ଜିଗୁଡିକ ଭାଜିବା ପାଇଁ କୌଣସି ତେଲର ଆବଶ୍ୟକତା ନଥାଏ, ଏହାକୁ ଖାଲି ପ୍ୟାନରେ ମଧ୍ୟ ଭାଜିପାରିବେ। ଏହାପରେ ଏଥିରେ ମ୍ବ ପତ୍ର ଗୁଣ୍ଡ, କଫି ପାଉଡର, ଆମଲା ପାଉଡର, ହେନା ବା ମେହେନ୍ଦୀ, କାଲୋଞ୍ଜୀ ବା ପାନମଧୁରୀକୁ ଏକ ଗ୍ଲାସ ପାଣି ଦେଇ ଫୁଟାନ୍ତୁ।
  • 10 ମିନିଟ ଫୁଟାଇବା ପରେ ଏଥିରେ ଏକ ପ୍ରକାର ପେଷ୍ଟ ଆସିଗଲେ ଗ୍ୟାସ ବନ୍ଦ କରି 10 ମିନିଟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ
  • ଛାଡି ଦିଅନ୍ତୁ। ଏହା ଥଣ୍ଡା ହେବା ପରେ କେଶରେ ଲଗାଇପାରିବେ।

କିଭଳି ବ୍ୟବହାର କରିବେ:

  • କେଶକୁ ସଠିକ୍ ଭାବେ କଳା କରିବା ପାଇଁ, ବ୍ରଶ୍ ସାହାଯ୍ୟରେ ଏହି ପେଷ୍ଟକୁ ମୂଳରୁ ଅଗ ପର୍ଯ୍ୟନ୍ତ ଲଗାନ୍ତୁ। ତେବେ ବ୍ରଶ ଠାରୁ ହାତରେ ଲଗାଇବା ଉଚିତ ଅଟେ।
  • ରଙ୍ଗ ଲଗାଇବା ପରେ କେଶର ଗଠନ ଉପରେ ନିର୍ଭର କରି ଏହାକୁ ଅଧ ଘଣ୍ଟା ଛାଡିଦିଅନ୍ତୁ। ତାହା ହେଉଛି, ଯଦି ଆପଣଙ୍କର କେଶ ହାଲୁକା ଏବଂ ପତଳା, ତେବେ ଏହା ଅଧ ଘଣ୍ଟା ମଧ୍ୟରେ ପ୍ରଭାବ ଦେଖାଇପାରେ। ମୋଟ ଏବଂ ଘନ କେଶ ପାଇଁ 1 ଘଣ୍ଟା ଯାଏଁ ଛାଡି ପାରିବେ।
  • ମହିଳାମାନଙ୍କ ପରି, ପୁରୁଷମାନେ ମଧ୍ୟ ଏହି ରଙ୍ଗକୁ ବ୍ୟବହାର କରି ସେମାନଙ୍କ ମୁଣ୍ଡ, ଦାଢିରେ ଲଗାଇ କେଶକୁ କଳା କରିପାରିବେ।
  • ଅଧ ଘଣ୍ଟା ପରେ କେଶକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ଏବଂ ପରେ ପ୍ରାକୃତିକ ଭାବରେ ଶୁଖାନ୍ତୁ।

ଏହା ମଧ୍ୟ ପଢନ୍ତୁ: କାହିଁକି ମନୁଷ୍ୟର ଚୁଟି ପାଚେ, କାରଣ ଜାଣିବାକୁ ପାଇଲେ ବୈଜ୍ଞାନିକ

ଏହି ପ୍ରାକୃତିକ ଘରେ ତିଆରି ରଙ୍ଗରେ ଥିବା ନିମ୍ ପାଉଡର କେଶ ଫୋଲିକଲ୍ଗୁଡ଼ିକୁ ମଜବୁତ କରିଥାଏ। ନିମ୍ ପାଉଡରରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା କେଶର ଧଳା ରଙ୍ଗକୁ ରୋକିବାରେ ସାହାଯ୍ୟ କରିଥାଏ।

ପାନମଧୁରୀରେ ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ସୋଡିୟମ୍ ଏବଂ ଫାଇବରରେ ଭରପୂର ରହିଥାଏ। ଏହା ବ୍ୟତୀତ କାଲୋଞ୍ଜୀରେ 15 ଟି ଆମିନୋ ଏସିଡ୍ ମିଳିଥାଏ, ଯାହା କେଶକୁ ସୁସ୍ଥ କରିବା ସହିତ ଏକ କଣ୍ଡିସନର ଭାବରେ ମଧ୍ୟ କାର୍ଯ୍ୟ କରିଥାଏ।

ଏଥି ସହିତ ଭିଟାମିନ୍ ସି, ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଫସଫରସ୍ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସହିତ ଆମଲା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ। ଏହି ଉପାଦାନଗୁଡିକ ହେତୁ, ଏହା କେଶକୁ ନଷ୍ଟ ହେବାରୁ ବଞ୍ଚିତ କରି ଘନ ଏବଂ କଳା କେଶ କରି ରଖିବାରେ ସାହାଯ୍ୟ କରିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.