ETV Bharat / sukhibhava

ଜାତୀୟ ଅପସ୍ମାର ଦିବସ, ଭେଦଭାବ ନୁହେଁ ସଠିକ ଚିକିତ୍ସା ଦ୍ବାରା ହାରିବ ରୋଗ - ଅପସ୍ମାର ରୋଗ କଣ

National Epilepsy Day 2023: ଅପସ୍ମାର ରୋଗର କାରଣ ଜାଣିନପାରି ଅନ୍ଧ ବିଶ୍ବାସ କାରଣରୁ ଅନେକ ରୋଗୀ ଘୃଣାର ଶିକାର ହୁଅନ୍ତି । ଅପସ୍ମାର ବିଷୟରେ ସଚେତନତା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

National Epilepsy Day
National Epilepsy Day
author img

By ETV Bharat Odisha Team

Published : Nov 17, 2023, 12:04 PM IST

ହାଇଦ୍ରାବାଦ: ଆଜି ଜାତୀୟ ଅପସ୍ମାର ଦିବସ । ଅପସ୍ମାର ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ମାସ 17 ତାରିଖରେ ଜାତୀୟ ଅପସ୍ମାର ଦିବସ ପାଳନ କରାଯାଏ । ଅପସ୍ମାର ରୋଗକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ଅନ୍ଧବିଶ୍ବାସ ରହିଛି । ଯାହା ଦ୍ବାରା କି ଏକ ରୋଗୀ ଠିକ ସମୟରେ ଚିକିତ୍ସା ନପାଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଅନ୍ଧବିଶ୍ବାସକୁ ଦୂରେଇ ଚିକିତ୍ସା କରିବା ଦ୍ବାରା ଏହି ରୋଗକୁ ପରାସ୍ତ କରାଯାଇ ପାରିବ ।

ନିଶା ସେବନ, ମସ୍ତିଷ୍କରେ ଗଭୀର ଆଘାତ ଲାଗିବା, ବ୍ରେନ୍‌ ଟ୍ୟୁମର ଏବଂ ମାନସିକ ଆଘାତ ଯୋଗୁଁ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଯଦି ସଠିକ ସମୟରେ ଏହି ରୋଗର ଚିକିତ୍ସା କରାଯାଏ ତେବେ ଜଣେ ଆରୋଗ୍ୟ ହୋଇପାରିବ । ଲୋକଙ୍କୁ ଏହି ରୋଗର ଚିକିତ୍ସା ତଥା ଅପସ୍ମାର ରୋଗୀଙ୍କ ଯତ୍ନ ବିଷୟରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 17ରେ ଜାତୀୟ ଅପସ୍ମାର ଦିବସ(National Epilepsy Day) ପାଳନ କରାଯାଏ ।

ଅପସ୍ମାର ରୋଗ କଣ: ଅପସ୍ମାର ହେଉଛି ଏକ ସ୍ନାୟୁଗତ ବ୍ୟାଧି । ଯେଉଁଥିରେ ଏକ ବ୍ୟକ୍ତି ଅସମୟରେ ଫିଟ୍ସର ଶିକାର ହୋଇଥାଏ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ, ଫିଟ୍ସ ମସ୍ତିଷ୍କର ଏକ ପୁରୁଣା ଅଣସଂକ୍ରାମକ ରୋଗ ବୋଲି କୁହାଯାଇଛି । ସାଧାରଣ ଅର୍ଥରେ କହିବାକୁ ଗଲେ ଏହି ରୋଗ ହେଲେ ଶରୀରର ବାତ ମାରିଥାଏ । କେତେକ କ୍ଷେତ୍ରରେ ଶରୀରର ପୁରା ଅଂଶରେ ଏହି ବାତ୍‌ ମାରିଥାଏ। ବେଳେବେଳେ ରୋଗୀ ମୂର୍ଚ୍ଛା ମଧ୍ୟ ହୋଇଯାଇଥାଏ । ବାତ ଭିନ୍ନ ଭିନ୍ନ ହୋଇଥାଏ । ଅତି ସ୍ୱଳ୍ପ ସମୟ ପାଇଁ ବାତ ମାରିଥାଏ । ହୃଦୟ ସମ୍ବନ୍ଧୀୟ ସମସ୍ୟା ବା ଅତ୍ୟଧିକ ଜ୍ବର ହେବା କାରଣରୁ ମଧ୍ୟ ବ୍ୟକ୍ତି ଏହି ଅପସ୍ମାର ରୋଗର ଶୀକାର ହେବାର ସମ୍ଭାବନା ଅଧିକ ରହିଥାଏ। ଜଣେ ବ୍ୟକ୍ତିଙ୍କୁ ଅପସ୍ମାର ରୋଗ ହଠାତ ହୋଇଥାଏ। ଯଦି ସଠିକ ସମୟରେ ରୋଗର ଚିହ୍ନଟ କରାଯାଏ ତେବେ ଏହାର ଚିକିତ୍ସା ମଧ୍ୟ ସମ୍ଭବ ହୋଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନା ଅନୁସାରେ, ବିଶ୍ବରେ ପ୍ରତିବର୍ଷ ପ୍ରାୟ 5 କୋଟି ଲୋକ ଅପସ୍ମାର ରୋଗରେ ପୀଡିତ ହୋଇଥାଆନ୍ତି। ପ୍ରାୟ 80 ପ୍ରତିଶତ ଅପସ୍ମାର ରୋଗୀ ନିମ୍ନ ଏବଂ ମଧ୍ୟମ ଆୟଯୁକ୍ତ ଦେଶରେ ରହୁଛନ୍ତି । ପରିସଂଖ୍ୟାନ ଅନୁସାରେ ପ୍ରତି 100ଜଣଙ୍କ ମଧ୍ୟରୁ ଜଣଙ୍କ ଠାରେ ଅପସ୍ମାର ଦେଖାଯାଏ। ବୟସ୍କଙ୍କ ସମେତ ଛୋଟପିଲାଙ୍କ ଠାରେ ଏହା ଅଧିକ ଦେଖାଯାଇଥାଏ।

ଏହା ମଧ୍ୟ ପଢନ୍ତୁ: କମ ଆୟଯୁକ୍ତ ରାଷ୍ଟ୍ରରେ ବଢୁଛି ଅପସ୍ମାର ରୋଗୀଙ୍କ ମୃତ୍ୟୁସଂଖ୍ୟା

ଅପସ୍ମାର ରୋଗର ଲକ୍ଷଣ: ଅପସ୍ମାର ଦ୍ବାରା 2 ପ୍ରକାରର ସିଜର ବା ବାତ ହୋଇପାରେ । ସେଥିମଧ୍ୟରୁ ଜନରଲାଇଡ୍ସ ଏପିଲେପ୍ସି ଅନ୍ୟତମ । ଏହାଦ୍ବାରା ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ । ଫଳରେ ବ୍ୟକ୍ତି ହଠାତ ଚେତାଶୂନ୍ୟ ହୋଇଯାଇଥାଏ । ଅନ୍ୟଟି ହେଉଛି ଫୋକାଲ ଏପିଲେପ୍ସି । ଏହା ଦ୍ବାରା ମସ୍ତିଷ୍କରେ ଇଲେକ୍ଟ୍ରିକାଲ ତରଙ୍ଗ ସୃଷ୍ଟି ହୋଇଥାଏ । ଏହାଦ୍ବାରା କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ସ୍ବାଦରେ ପରିବର୍ତ୍ତନ ଦେଖାଯାଇଥାଏ। ଶରୀରର କମ୍ପନ ଦେଖାଯିବା ସହିତ ମୁଣ୍ଡବୁଲାଇବା, ଦେଖିବା ବା ଶୁଣିବାରେ ସମସୟା ବା ଅନୁଭବ କ୍ଷମତା ନଷ୍ଟ ହୋଇଯାଇଥାଏ ।

ଅପସ୍ମାର ରୋଗର ଲକ୍ଷଣ:

ଯଦି ଜଣେ ବ୍ୟକ୍ତିଙ୍କର ମସ୍ତିଷ୍କରେ ଆଘାତ ଦେଖାଯାଏ ତେବେ ଏପିଲେପ୍ସି ହେବାର ସମ୍ଭାବନା ଅଧିକ ରହିଥାଏ । ଏହାଦ୍ବାରା ଶରୀରରେ ହଠାତ ଝଟକା ଲାଗିଥାଏ । ଶରୀରର ମାଂସପେଶୀରେ କଠିନତା ଦେଖା।ଯିବା ଭଳି ଲକ୍ଷଣ ଦେଖାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.