ETV Bharat / sukhibhava

ସାବଧାନ ! ଦିନକୁ 6 ଚାମଚରୁ ଅଧିକ ଚିନି ଜୀବନ ପ୍ରତି ବିପଦ

ଦିନକୁ 6 ଚାମଚରୁ ଅଧିକ ଚିନି ଖାଉଥିଲେ ସାବଧାନ ହୋଇଯାଆନ୍ତୁ । ଅସମୟରେ ଆସିପାରେ ଏହି ସବୁ ଜଟିଳ ରୋଗ । ଅଧିକ ପଢନ୍ତୁ

author img

By

Published : Apr 7, 2023, 4:58 PM IST

sugar
sugar

ହାଇଦ୍ରାବାଦ: ସ୍ବାଦ ପାଇଁ ଚିନି ଓ ଲୁଣର ଆବଶ୍ୟକତା ଅଛି ନିଶ୍ଚୟ । କିନ୍ତୁ ମାତ୍ରାଧିକ ଚିନି ଓ ଲୁଣ ସେବନରୁ ଦୁରେଇ ରହିବାକୁ ବାରମ୍ବାର ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି । ଏହି ଦୁଇ ଉପାଦାନ ସେବନରେ କଟକଣା ଆଣିପାରିଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଯିବ ବୋଲି କୁହାଯାଏ । ହେଲେ ଚିନି ଗ୍ରହଣରେ କଟକଣା ଲଗାଇ ପାରନ୍ତିନି ଅଧିକାଂଶ ଲୋକେ । ଯଦି ଅତ୍ୟଧିକ ଚିନି ସେବନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଦିନକୁ 6 ଚାମଚରୁ ଅଧିକ ଚିନି ସେବନ ସ୍ବାସ୍ଥ୍ୟ ହାନିକାରକ ।

sugar
sugar

ଆମେରିକା ଏବଂ ଚୀନ୍‌ର ବୈଜ୍ଞାନିକମାନେ ଖାଦ୍ୟରେ ଅଧିକ ଚିନି ପରିମାଣ ସ୍ବାସ୍ଥ୍ୟ ଉପରେ କି କି କୁପ୍ରଭାବ ପକାଇପାରେ, ତା' ଉପରେ ଅନୁସନ୍ଧାନ କରିଛନ୍ତି । ଅନୁସନ୍ଧାନ ସମୟରେ ସେମାନେ ଜାଣିବାକୁ ପାଇଲେ ଯେ, ଯେଉଁମାନେ ଅଧିକ ଚିନି ଖାଉଛନ୍ତି, ସେମାନଙ୍କର ମୋଟାପଣ, ହୃଦ୍‌ରୋଗ, ଉଦାସୀନତା, କର୍କଟ ଏବଂ ଆକସ୍ମିକ ମୃତ୍ୟୁ ସମେତ 45 ଟି ରୋଗ ହେବାର ଆଶଙ୍କା ରହିପାରେ ।

ଏହା ମଧ୍ୟ ପଢନ୍ତୁ:- ଭାରତରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଅଣସଂକ୍ରାମକ ରୋଗ: Report

ମିରର୍ ରିପୋର୍ଟ ଅନୁଯାୟୀ 67ଟି ପର୍ଯ୍ୟବେକ୍ଷଣଶୀଳ ଅଧ୍ୟୟନ ଏବଂ BMJ(ବ୍ରିଟିଶ୍ ମେଡିକାଲ୍ ଜର୍ଣ୍ଣାଲ୍)ରେ ପ୍ରକାଶିତ 6ଟି କ୍ଲିନିକାଲ୍ ପରୀକ୍ଷଣର ସମୀକ୍ଷା ଅନୁଯାୟୀ, ଅଧିକ ଚିନି ଖାଇବା ମଧ୍ୟ ଉଦାସୀନତା ସହିତ ଜଡିତ । ପ୍ରତ୍ୟେକ ବୟସ୍କ ବ୍ୟକ୍ତି 'ଫ୍ରି ସୁଗାର୍'କୁ 6 ଚାମଚ ମଧ୍ୟରେ ସୀମିତ ରଖିବା ଉଚିତ୍ ବୋଲି ଅନୁସନ୍ଧାନକାରୀ କହିଛନ୍ତି । ଯଦି ଏହାଠାରୁ ଅଧିକ ଚିନି ଖାଉଛନ୍ତି, ତେବେ ଅନେକ ରୋଗ ଏକାସାଙ୍ଗରେ ମାଡି ବସିବାର ସମ୍ଭାବନା ରହିଛି ।

ଅନେକ ଗମ୍ଭୀର ରୋଗ ହୋଇପାରେ : ୱେଷ୍ଟ୍ ଚାଇନା ହସ୍ପିଟାଲର ଆସୋସିଏଟ୍ ପ୍ରଫେସର ଲେଖକ ଲିଆଙ୍ଗ୍ରେନ୍ ଲିୟୁ କହିଛନ୍ତି ଯେ, ଏହି ଅନୁସନ୍ଧାନରୁ ଏହା ଜଣାଗଲା ଫ୍ରୁଟକୋଜ୍ ମିଳୁଥିବା ଚିନକୁ ମାତ୍ରାଧିକ ଖାଇବା ଦ୍ବାରା ଅନେକ ଗମ୍ଭୀର ରୋଗରେ ସମ୍ମୁଖୀନ ହୋଇପାରନ୍ତି । ଜଣେ ବ୍ୟକ୍ତି ପ୍ରତିଦିନ 25 ଗ୍ରାମରୁ କମ୍ ଚିନି ଖାଇବା ଉଚିତ୍ । ଏ ବାବଦରେ ବିଶେଷ କରି ବୟସ୍କ ଓ ପିଲାମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା : ଚିନି ଏପରି ଏକ ଜିନିଷ, ଯାହାକୁ ଅଧିକ ଖାଇବା ଦ୍ୱାରା ଜଟିଳ ରୋଗ ହୋଇପାରେ । ଏହାସହ କେବଳ ଏତିକି ନୁହେଁ, ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇପାରେ । ଅଧିକ ଚିନି ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଆଦି ଆଶଙ୍କା ରହିଛି, ତେଣୁ ଖାଦ୍ୟରେ ଶର୍କରା ମାତ୍ରା ହ୍ରାସ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.