ETV Bharat / sukhibhava

Day Time Sleep: ଦିନରେ ଶୋଇବା ଶରୀରର ପାଇଁ ହିତ ନା ନାହିଁ, ଜାଣନ୍ତୁ

ଅନେକଙ୍କର ଦିନରେ ଶୋଇବା ଅଭ୍ୟାସ ରହିଥାଏ । ଆପଣଙ୍କର ମଧ୍ୟ ଏହି ଅଭ୍ୟାସ ରହିଥିଲେ ପଢନ୍ତୁ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

author img

By ETV Bharat Odisha Team

Published : Sep 29, 2023, 5:31 PM IST

Day Time Sleep
Day Time Sleep

ହାଇଦ୍ରାବାଦ: ବିଶେଷକରି ଦ୍ବିପହର ସମୟରେ ଖାଦ୍ୟ ଖାଇବା ପରେ ନିଦ ଲାଗିବା ଏକ ସାଧାରଣ କଥା । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧ୍ୟାହ୍ନ ଭୋଜନ ପରେ ପାଚନତନ୍ତ୍ରରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ । ଯାହା ଦ୍ବାରା ମସ୍ତିଷ୍କକୁ ରକ୍ତ ଯୋଗାଣ ଅପେକ୍ଷାକୃତ କମ୍ ହୋଇପାରେ । ଫଳରେ ନିଦ୍ରା ଏବଂ ଥକାପଣ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ, ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ଖାଇବା ପରେ ଶରୀରରେ ଗ୍ଲୁକୋଜର ମାତ୍ରା ବୃଦ୍ଧି ହେତୁ ଅଧିକ ନିଦ ଲାଗିଥାଏ। ଅନ୍ୟପକ୍ଷରେ ନିଦ ଲାଗିବା ଏକ ସାଧାରଣ ପ୍ରକ୍ରିୟା । କିଛି ଲୋକ ପ୍ରତିଦିନ ଅପରାହ୍ନରେ ଶୋଇଥାଆନ୍ତି । ତେବେ ଏହା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପକାଏ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ରହିଛି ।

ନ୍ୟାସନାଲ ସ୍ଲିପ ଫାଉଣ୍ଡେସନ ଅନୁଯାୟୀ, ଯୁକ୍ତରାଷ୍ଟ୍ରର ପ୍ରାୟ ଏକ ତୃତୀୟାଂଶ ବୟସ୍କ ନିୟମିତ ଭାବରେ ଅପରାହ୍ନରେ ଶୋଇଥାଆନ୍ତି । କେତେକ ଗବେଷଣା ସୂଚିତ କରେ ଯେ, ପ୍ରତିଦିନ ଦ୍ବିପହରରେ ଶୋଇବା ଦ୍ବାରା ଶରୀର ଉପର ନକରାତ୍ମକ ପ୍ରଭାବ ପକାଇଥାଏ ।

ଦିନରେ ଶୋଇଲେ ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡେ: ହାଓ୍ବାର୍ଡ ହେଲଥର ରିପୋର୍ଟ ଅନୁସାରେ, ଦିନରେ ଅଳ୍ପ ସମୟ ଶୋଇବା ଦ୍ବାରା କୌଣସି କାମ କରିବା ପାଇଁ ଉତ୍ସାହ ଆସିଥାଏ । ଏହାସହ ସ୍ମୃତିଶକ୍ତି ବୃଦ୍ଧିରେ ଲାଭଦାୟକ ହୋଇପାରେ । କିନ୍ତୁ ଏହା ଅଭ୍ୟାସରେ ପରିଣତ ହେବା ଦ୍ବାରା ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଇଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନୁସନ୍ଧାନକାରୀ ଟିମ କହିଛନ୍ତି ଯେ, ଦିନରେ ଅଧିକ ସମୟ ଶୋଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: ମଧ୍ୟାହ୍ନ ଭୋଜନ ପରେ ନିଦ ଲାଗୁଛି କି, ଏହି ସବୁ ଅଭ୍ୟାସ ଆପଣାଇଲେ ପାଇବେ ମୁକ୍ତି

କଣ କୁହନ୍ତି ବିଶେଷଜ୍ଞ: ହାଓ୍ବାର୍ଡ ବିଶେଷଜ୍ଞମାନେ କହିଛନ୍ତି ଯେ, ଦିନରେ ବୟସ୍କମାନେ ଅଧିକ ସମୟ ଶୋଇବା ଦ୍ବାରା ମଧୁମେହ, ହୃଦରୋଗ ଏବଂ ଉଦାସୀନତା ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ରାତିରେ ପର୍ଯ୍ୟାପ୍ତ ପରିମାଣରେ ନଶୋଇବା ଦ୍ବାରା ଦିନରେ ନିଦ ଲାଗିଥାଏ ବୋଲି କୁହାଯାଇଛି । ରାତିରେ କମ ସମୟ ଶୋଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ ବୋଲି କୁହାଯାଇଛି ।

ଦିନ ଅପେକ୍ଷା ରାତିର ନିଦ ସ୍ବାସ୍ଥ୍ୟ ଉପକାରୀ ଅଟେ: କେତେକ କ୍ଷେତ୍ରରେ ଦିନରେ ଅଧିକ ସମୟ ଶୋଇବା ସ୍ଲିପିଂ ସାଇକେଲରେ ବାଧା ସୃଷ୍ଟି କରିଥାଏ । ଅଧ୍ୟୟନରେ କୁହାଯାଇଛି ଯେ, ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ରାତିରେ 6-8 ଘଣ୍ଟା ଶୋଇବା ଜରୁରୀ ଅଟେ ।

ଦିନରେ ଶୋଇବାକୁ ନେଇ କଣ କୁହନ୍ତି ବିଶେଷଜ୍ଞ: ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଯଦି ଜଣେ ନିଦରେ ଶୋଇବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ତେବେ ଦ୍ବିପହର ସମୟରେ ଶୋଇପାରିବେ । ଦିନରେ 20-30 ମିନିଟରୁ ଅଧିକ ସମୟ ଶୋଇବା ଉଚିତ୍ ନୁହେଁ । କମ ସମୟ ଶୋଇବା ଦ୍ବାରା ସଜାଗ ରହିବା ଶକ୍ତି ବୃଦ୍ଧି ପାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.