ETV Bharat / sukhibhava

Metabolic Syndrome: ଏକାବେଳେ ହୋଇଥାଏ ଅନେକ ପ୍ରକାର ରୋଗ, ଜାଣନ୍ତୁ ନିରାକରଣ - ମେଟାବୋଲିକ ସିଣ୍ଡ୍ରୋମର ଲକ୍ଷଣ ଓ ନିରାକରଣ

ମେଟାବୋଲିକ ସିଣ୍ଡ୍ରୋମ ହେଉଛି ଏକ ଶବ୍ଦ ଯାହାକି ଏକାବେଳେ ଅନେକ ରୋଗ ହେବାକୁ ବୁଝାଏ । ଯେପରିକି ମଧୁମେହ, ରକ୍ତଚାପ, ମେଦ ବହୁଳତା, କୋଲେଷ୍ଟ୍ରୋଲ ଭଳି ରୋଗ । ତେବେ ଆସନ୍ତୁ ଜାଣିବା ଏକ ସୁସ୍ଥ ମେଟାବୋଲିଜମ ଶରୀରକୁ କାହିଁକି ଆବଶ୍ୟକ ହୋଇଥାଏ ଏବଂ ଏହା କିପରି ଆମ ଶରୀର ଉପରେ ପ୍ରଭାବ ପକାଏ ?

Metabolic Syndrome: ଏକାବେଳେ ହୋଇଥାଏ ଅନେକ ପ୍ରକାର ରୋଗ, ଜାଣନ୍ତୁ ନିରାକରଣ

author img

By

Published : Feb 4, 2022, 1:07 PM IST

ହାଇଦ୍ରାବାଦ: ମହାମାରୀ ଆସିବା ପରେ ଲୋକମାନେ ମେଟାବୋଲିଜିମ ଶକ୍ତିକୁ ବୃଦ୍ଧି ଉପରେ ଗୁରୁତ୍ବ ଦେଉଛନ୍ତି । ତଥାପି ଅନେକ ଲୋକ ନିଜ ଶରୀର ପ୍ରତି ସେତେଟା ଦୃଷ୍ଟି ଦିଅନ୍ତି ନାହିଁ । ଯାହାକି ସେମାନଙ୍କ ମେଟାବୋଲିଜମ ଶକ୍ତିକୁ କ୍ଷୁଣ୍ଣ କରିବା ସହିତ ଏକା ବେଳେ ସେମାନଙ୍କୁ ଅନେକ ପ୍ରକାର ରୋଗ ଯେପରିକି ମଧୁମେହ, ରକ୍ତଚାପ, ମେଦ ବହୁଳତା ଓ କୋଲେଷ୍ଟ୍ରୋଲର ମାତ୍ରା ବଢିଯାଏ । ଏହା ପରବର୍ତ୍ତୀ ସମୟରେ ହୃଦଘାତ ବା ଷ୍ଟ୍ରୋକ ଭଳି ସମସ୍ୟା ଉପୁଜାଇଥାଏ । ତେବେ ଏହାର କାରଣ ଓ ଲକ୍ଷଣ ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ କଣ ଏହି ମେଟାବୋଲିଜିମ ଶକ୍ତି ।

ମେଟାବୋଲିଜିମ କଣ ?

ହରିୟାଣାର ଚିକିତ୍ସକ ଡକ୍ଟର ବିବେକ କାଲା ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । କେଉଁ ପ୍ରକାର ଖାଦ୍ୟ ଖାଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ ସେ ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ମେଟାବୋଲିଜିମ୍ ମାଧ୍ୟମରେ ଖାଦ୍ୟ ଶକ୍ତିରେ ପରିଣତ ହୁଏ ଏବଂ ଶକ୍ତି ଗ୍ରହଣ କରୁଥିବା କୋଷ ବ୍ୟତୀତ ଆମ ଶରୀରର ମାଂସପେଶୀ ଫୁସଫୁସରୁ ଅମ୍ଳଜାନ ଗ୍ରହଣ କରେ । ଅଙ୍ଗଗୁଡ଼ିକ ପୁଷ୍ଟିଯୁକ୍ତ ହୁଏ ଏବଂ ଅସ୍ଥି ମଜ୍ଜା(Bone Marrow)ରେ ଧଳା ରକ୍ତ କଣିକା ସୃଷ୍ଟି ହୁଏ । ଆମ ଶରୀରରେ ମେଟାବୋଲିଜିମ୍ ହରମୋନ୍ ଏବଂ ଆମର ସ୍ନାୟୁ ପ୍ରଣାଳୀ ଦ୍ବାରା ନିୟନ୍ତ୍ରିତ ହୁଏ ।

ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ଆମ ଅନ୍ତନଳୀରେ ହଜମକାରୀ ଏନଜାଇମ୍ କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଏବଂ ପ୍ରୋଟିନ୍ ଭାଙ୍ଗେ, ଯାହା ଶରୀରର ବିକାଶ ଏବଂ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ । ଏହି ପ୍ରକ୍ରିୟାରେ, ଦୁଇଟି କାର୍ଯ୍ୟକଳାପ ଏକାସାଙ୍ଗରେ ହୋଇଥାଏ । ପ୍ରଥମଟି ହେଉଛି ଶରୀରର ଟିସୁ ଗଠନ ଏବଂ ଦ୍ବିତୀୟଟି ହେଉଛି ଶରୀରରେ ଶକ୍ତି ସଂରକ୍ଷଣ । ଯଦି କୌଣସି ବ୍ୟକ୍ତିର ମେଟାବୋଲିଜିମ୍ ଭଲ, ସେ ଦିନସାରା ଶକ୍ତିଶାଳୀ ଏବଂ ସକ୍ରିୟ ଅନୁଭବ କରନ୍ତି ।

ମେଟାବୋଲିଜିମ ଶକ୍ତି ଭଲ ନ ରହିଲେ ଜଣେ ବ୍ୟକ୍ତି କ୍ଳାନ୍ତ ଅନୁଭବ କରିବାର ସମ୍ଭାବନା ଥାଏ ଏବଂ ଉକ୍ତ ବ୍ୟକ୍ତିଟି ଓଜନ ବଢିବା ଭଳି ସମସ୍ୟାରେ ସମ୍ମୁଖୀନ ହୋଇପାରେ । ସେମାନଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ, ମାଂସପେଶୀ, ହାଡର ସମସ୍ୟା, ହୃଦରୋଗ ଏବଂ ଅବସାଦଗ୍ରସ୍ତ ପରି ମାନସିକ ସମସ୍ୟା ଅଧିକ ଦେଖାଯାଇଥାଏ ।

ମେଟାବୋଲିକ ସିଣ୍ଡ୍ରୋମର କାରଣ ଓ ଲକ୍ଷଣ:-

ବିଶେଷଜ୍ଞଙ୍କ ଅନୁସାରେ ବର୍ତ୍ତମାନ ସମୟରେ ପ୍ରାୟ 23 ପ୍ରତିଶତ ବୟସ୍କ ବ୍ୟକ୍ତି ମେଟାବୋଲିକ୍ ସିଣ୍ଡ୍ରୋମର ଶିକାର ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଏକ ଅସ୍ବାସ୍ଥ୍ୟକର ଏବଂ ନିଷ୍କ୍ରିୟ ଜୀବନଶୈଳୀ । ଅନ୍ୟାନ୍ୟ କାରଣ ମଧ୍ୟରେ ରହିଛି ମେଦବହୁଳତା, ବୟସ ଏବଂ ଜେନେଟିକ୍ସ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ । ଡକ୍ଟର କାଲା କହିଛନ୍ତି ଯେ ଏହି ଲୋକଙ୍କର ହୃଦଘାତ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା ଅଧିକ ଥାଏ ।

ତେବେ ଏହା ମନେ ରଖିବାକୁ ହେବ ଯେ ଯଦି ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ଅନିୟନ୍ତ୍ରିତ କୋଲେଷ୍ଟ୍ରୋଲ ଭଳି ରୋଗ ମଧ୍ୟରୁ ଗୋଟିଏ ହୁଏ, ତେବେ ଏହା ମେଟାବୋଲିକ୍ ସିଣ୍ଡ୍ରୋମ ନୁହେଁ ।

ମେଟାବୋଲିକ୍‌ ସିଣ୍ଡ୍ରୋମରେ ୪ଟି ରୋଗର ଲକ୍ଷଣ ଦେଖାଯାଏ । ଯେହେତୁ ମେଟାବୋଲିକ୍ ସିଣ୍ଡ୍ରୋମ ରୋଗର ଏକ କ୍ଲଷ୍ଟର, ଏହାର ଲକ୍ଷଣଗୁଡିକ ବିସ୍ତୃତ ଏବଂ ଉପରୋକ୍ତ ବ୍ୟାଧି ସହିତ ଜଡିତ । ରକ୍ତରେ ଶର୍କରା ସ୍ତର ବୃଦ୍ଧି, ଅତ୍ୟଧିକ ତୃଷା, ବାରମ୍ବାର ପରିସ୍ରା କରିବା, ଚାପ ଅନୁଭବ କରିବା, ଦୃଷ୍ଟି ଶକ୍ତି ଦୁର୍ବଳ ହେବା, ମୁଣ୍ଡବିନ୍ଧା ଭଳି କିଛି ସାଧାରଣ ଲକ୍ଷଣ ଦେଖାଦେଇଥାଏ ।

ନିରାକରଣ:-

ମେଟାବୋଲିକ୍ ସିଣ୍ଡ୍ରୋମରୁ ରକ୍ଷା ପାଇବା ପାଇଁ ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସଠିକ ନିଦ୍ରା ବଜାୟ ରଖିବା ସହିତ ନିୟମିତ ବ୍ୟାୟାମ, ଯେକୌଣସି ପ୍ରକାରର ବିଷାକ୍ତ ପଦାର୍ଥରୁ ଦୂରେଇ ରହିବା ଏବଂ ଧୂମପାନ ଛାଡିବା ଆବଶ୍ୟକ। ଏକ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଯେଉଁଥିରେ ଅନେକ ସତେଜ, ଋତୁକାଳୀନ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ । ଅସ୍ବାସ୍ଥ୍ୟକର, ଜଙ୍କ, ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ଯାହା ଅତ୍ୟଧିକ ତେଲିଆ, ମସଲାଯୁକ୍ତ ଏବଂ ଅଧିକ ପରିମାଣର ଲୁଣ ଓ ଚିନି ଥାଏ । ମେଟାବୋଲିକ୍ ସିଣ୍ଡ୍ରୋମକୁ ରୋକିବା ବ୍ୟତୀତ ଏହା ଆପଣଙ୍କୁ ଅନ୍ୟାନ୍ୟ ରୋଗରୁ ମଧ୍ୟ ସୁରକ୍ଷିତ ରଖିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.