ETV Bharat / sukhibhava

Meniere Disease Problem: ଏହି ରୋଗ କାରଣରୁ ଶ୍ରବଣ ସମସ୍ୟା ସହିତ ହୋଇପାରେ ଭର୍ଟିଗୋ - ମେନିୟର ରୋଗରୁ ବର୍ତ୍ତିବାର ଉପାୟ

ମେନିୟର ରୋଗ କାନକୁ ପ୍ରଭାବିତ କରିଥାଏ । ଏହା ଦ୍ବାରା କେବଳ କାନରେ ସମସ୍ୟା ହୋଇନଥାଏ ବରଂ ଅନେକ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଅଧିକ ପଢନ୍ତୁ

Meniere Disease Problem
Meniere Disease Problem
author img

By

Published : Aug 16, 2023, 7:13 AM IST

ହାଇଦ୍ରାବାଦ: କାନରେ ସଂକ୍ରମଣ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ଅନେକ ଥର କାନର ଅସୁବିଧା କିମ୍ବା ସଂକ୍ରମଣର ପ୍ରଭାବ କେବଳ କାନ ସମସ୍ୟାରେ ସୀମିତ ରୁହେ ନାହିଁ ବୋଲି ଏକ ରିପୋର୍ଟରେ କୁହାଯାଇଛି । ସାଧାରଣତଃ କାନ ସମ୍ବନ୍ଧୀୟ ରୋଗର ପ୍ରଭାବ ମସ୍ତିଷ୍କ, ଆଖି ଏବଂ ଅନ୍ୟାନ୍ୟ ଅଙ୍ଗ ଉପରେ ପଡିବା ସହିତ ସ୍ନାୟୁ ଉପରେ ମଧ୍ୟ ପଡିଥାଏ । ଏହିପରି ଏକ ସମସ୍ୟା ହେଉଛି ମେନିୟର । ଯଦିଓ ଏହା ଏକ ସାଧାରଣ ରୋଗ ନୁହେଁ, କିନ୍ତୁ ଯେତେବେଳେ ଏହା ଘଟେ, ଏହି କାରଣରୁ କାନ ସମ୍ବନ୍ଧୀୟ ସମସ୍ୟା ବ୍ୟତୀତ ଅନେକ ପ୍ରକାରର ଗମ୍ଭୀର ସମସ୍ୟା ମଧ୍ୟ ହୋଇଥାଏ ।

ରୋଗର କାରଣ ଏବଂ ଲକ୍ଷଣ:

  • ଚଣ୍ଡିଗଡ଼ର କାନ, ନାକ ଏବଂ ଗଳା ବିଶେଷଜ୍ଞ ଡାକ୍ତର ସୁଖବୀର ସିଂ ସ୍ପଷ୍ଟ କରିଛନ୍ତି ଯେ, ମେନିୟର ରୋଗକୁ ଏଣ୍ଡୋ-ଲିମ୍ଫାଟିକ୍ ହାଇଡ୍ରୋପ୍ ମଧ୍ୟ କୁହାଯାଏ । କାରଣ ଏହା ଭିତର କାନରେ ମିଳୁଥିବା ତରଳ ଏଣ୍ଡୋଲାଇମ୍ଫର ମାତ୍ରାଧିକ ବୃଦ୍ଧି ହେତୁ ହୋଇଥାଏ । ଏହା ଏକ କ୍ରନିକ ରୋଗ ଏବଂ ଚିକିତ୍ସା ଦ୍ବାରା ଏହି ରୋଗରୁ ମୁକ୍ତି ମିଳିନଥାଏ । ଏହି ରୋଗରୁ ଜଣେ ଶୀଘ୍ର ଆରୋଗ୍ୟ ହୋଇପାରି ନଥାଏ । ଏହାର ଲକ୍ଷଣରୁ ଆରାମ ମିଳିବା ପରେ ଅନେକ କାରଣ ପାଇଁ ଏହା ପୁଣିଥରେ ହୋଇଥାଏ । ସମୟ ଥାଉ ଥାଉ ଏହାର ଚିକିତ୍ସା କରିବା ଦ୍ବାରା ଏହି ରୋଗରୁ ଆରୋଗ୍ୟ ମିଳିଥାଏ ।
  • ସାଧାରଣତ ଆଘାତ କିମ୍ବା ମୁଣ୍ଡରେ ଆଘାତ, ଭାଇରାଲ୍ ସଂକ୍ରମଣ କିମ୍ବା ଆଲର୍ଜି, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଅଟୋମ୍ୟୁମ୍ୟୁନ ଡିସଅର୍ଡର୍, କାନ ଅବରୋଧ କିମ୍ବା ଅସ୍ୱାଭାବିକ କାନ ଗଠନ କିମ୍ବା ବେଳେବେଳେ ବଂଶଗତ କାରଣରୁ ଏହି ରୋଗ ହୋଇଥାଏ । ଏହାକୁ ଏକ ଇଡିଓପାଥିକ୍ ସିଣ୍ଡ୍ରୋମ ଭାବରେ ମଧ୍ୟ ବିବେଚନା କରାଯାଏ କାରଣ ଅନେକ କ୍ଷେତ୍ରରେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥାଏ । ଏହା ପ୍ରାୟତ 30ରୁ 60 ବର୍ଷ ବୟସ ମଧ୍ୟରେ ହୋଇଥାଏ।
  • ଡାକ୍ତରଙ୍କ କହିବା ଅନୁସାରେ, ଏହି ରୋଗର ଲକ୍ଷଣର ପ୍ରାରମ୍ଭରେ କାନ ଭରା ଭରା ଲାଗିଥାଏ ଏବଂ କେତେକ କ୍ଷେତ୍ରରେ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଯାଇଥାଏ । ଏହାସହିତ ଏହି ଅବସ୍ଥାରେ ଟିନିଟସ୍ କିମ୍ବା କାନରେ କିଛି ବାଜିବା ଭଳି ଲାଗିଥାଏ । କେତେକ କ୍ଷେତ୍ରରେ ଶୁଣିବାରେ ମଧ୍ୟ ସମସ୍ୟା ହୋଇଥାଏ ।
  • ଏହି ସମସ୍ୟା ବୃଦ୍ଧି ପାଇବା ସହିତ ପୀଡିତଙ୍କ ନିକଟରେ ଶ୍ରବଣର ସମସ୍ୟା ଦେଖାଯାଇଥାଏ । ଶ୍ରବଣ କ୍ଷମତା ମଧ୍ୟ କମ ହେଲା ଭଳି ଲାଗିଥାଏ । ଏକ ଧ୍ବନି ବାରମ୍ବାର କାନରେ ବାଜିବା ଭଳି ସମସ୍ୟା ହୋଇଥାଏ ।

ମେନିୟର ରୋଗ, ଭର୍ଟିଗୋ ଏବଂ ଶରୀରର ସନ୍ତୁଳନ ସମସ୍ୟା ଯାଞ୍ଚ କରିବା ପାଇଁ ବିଭିନ୍ନ ପରୀକ୍ଷା କରାଯାଇଥାଏ।ECOHG, ଅଡିଓମେଟ୍ରି, ଭିଡିଓନିଷ୍ଟାଗମୋଗ୍ରାଫି, ଇଲେକ୍ଟ୍ରୋକୋକ୍ଲୋଗ୍ରାଫି, ପୋଷ୍ଟରୋଗ୍ରାଫି ଏବଂ ଅନ୍ୟାନ୍ୟ ପ୍ରକାରର ଶ୍ରବଣ ପରୀକ୍ଷା, ରକ୍ତ ପରୀକ୍ଷା, ସିଟି ସ୍କାନ ଏବଂ ଏମଆରଆଇ ସ୍କାନ ପରି ପରୀକ୍ଷା କରାଯାଇଥାଏ । ଏହି ରୋଗର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହାର ଲକ୍ଷଣକୁ ନିୟନ୍ତ୍ରଣ କରିବା ପାଇଁ, ଏଣ୍ଡୋଲାଇମ୍ଫ ଉତ୍ପାଦନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ଏଥିପାଇଁ ପୀଡିତାଙ୍କୁ ଆବଶ୍ୟକ ଇଞ୍ଜେକ୍ସନ ଏବଂ ଔଷଧ ସହିତ ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଉଦାହରଣ ସ୍ୱରୂପ, ଏହି ବ୍ୟାଧିରେ ପୀଡିତ ଲୋକଙ୍କୁ ଲୁଣ, ମଦ୍ୟପାନ, ଚକୋଲେଟ୍ ଏବଂ ଏମ୍ଏସଜୀ (ମୋନୋସୋଡିୟମ୍ ଗ୍ଲୁଟାମେଟ୍) ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: କଟନ ବଡସରେ କାନ ସଫା କରୁଛନ୍ତି କି ? ହୁଅନ୍ତୁ ସାବଧାନ

ସାବଧାନତା: ଡାକ୍ତରଙ୍କ କହିବା ଅନୁସାରେ ମେନିୟର ରୋଗକୁ ଦୂର କରିବା ପାଇଁ ଖାଦ୍ୟପେୟ ସହିତ ସତର୍କ ରହିବା ଜରୁରୀ ଅଟେ ।

ନିୟମିତ ତାଜା ପୁଷ୍ଟିକର ଖାଦ୍ୟ ଖାଇବା ସହିତ ବଜାର ଖାଦ୍ୟ ବିଶେଷ ଭାବରେ ଜଙ୍କ ଫୁଡରୁ ଦୂରେଇ ରହିବା ଆବଶ୍ୟକ ।

ପୃଷ୍ଟିକର ତତ୍ତ୍ବ ଯୁକ୍ତ ପାନୀୟ ପିଇବା ଆବଶ୍ୟକ।

ମୁଣ୍ଡ ବୁଲାଇବା ସମୟରେ ବିଶ୍ରାମ ନେବା ଆବଶ୍ୟକ। ଠିଆ ହେବା କିମ୍ବା ଚାଲିବା ଦ୍ବାରା ସମସ୍ୟା ବୃଦ୍ଧି ପାଇଥାଏ।

ଚାପ ଠାରୁ ଦୂରେଇ ରୁହନ୍ତୁ

ମୌସୁମୀ କିମ୍ବା ଅନ୍ୟାନ୍ୟ ପ୍ରକାରର ସଂକ୍ରମଣ କିମ୍ବା ଆଲର୍ଜି ନହେବା ପାଇଁ ସତର୍କ ରହିବା ଆବଶ୍ୟକ । ଯଦି ଆପଣ ସଂକ୍ରମଣ କିମ୍ବା ଆଲର୍ଜି ପ୍ରଭାବରେ ଆସିଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.