ETV Bharat / sukhibhava

ଛିଙ୍କ ଅଟକାଉଥିଲେ ସାବଧାନ ! ଫାଟି ଯାଇପାରେ ଶ୍ବାସନଳୀ - ଶ୍ବାସନଳୀରେ ଛିଦ୍ର

Hole in Throat trying to Stop Sneeze: ଛିଙ୍କ ଆସିଲେ ଅଟକାଉଛନ୍ତି କି ? ଯଦି ହଁ ହୋଇଯାଆନ୍ତୁ ସାବଧାନ ! ଛିଙ୍କ ରୋକିଲେ ଫାଟିପାରେ ଶ୍ବାସନଳୀ ! ଅଧିକ ପଢନ୍ତୁ

Man Tears Windpipe From Holding His Sneeze

author img

By ETV Bharat Odisha Team

Published : Dec 15, 2023, 3:08 PM IST

ହାଇଦ୍ରାବାଦ: ଛିଙ୍କ ଏକ ସାଧାରଣ ପ୍ରକ୍ରିୟା । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଛିଙ୍କ ହୋଇଥାଏ । ହେଲେ କିଛି ଜଣ ଛିଙ୍କ ରୋକିବା ପାଇଁ ଚେଷ୍ଟା କରିଥାଆନ୍ତି । ଯଦି ଆପଣ ମଧ୍ୟ ଛିଙ୍କ ରୋକିବା ପାଇଁ ଚେଷ୍ଟା କରିଥାଆନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ ! ଦେବାକୁ ପଡିପାରେ ବଡ ମୂଲ୍ୟ । ନିକଟରେ ଜଣେ ବ୍ୟକ୍ତି ଛିଙ୍କ ରୋକିବା ଦ୍ବାରା ଶ୍ବାସନଳୀରେ ଛିଦ୍ର ଦେଖାଯାଇଛି । ଏହା ବିଶ୍ବର ପ୍ରଥମ ଘଟଣା ବୋଲି କୁହାଯାଇଛି । ବ୍ରିଟିସ ମେଡିକାଲ ଜର୍ଣ୍ଣଲ(BMJ)ରେ ହୋଇଥିବା ଏକ କେସ ଷ୍ଟଡିରେ ଏହା ଖୁଲାସା କରାଯାଇଛି ।

ରିପୋର୍ଟ ମୁତାବକ, ବ୍ୟକ୍ତି ଜଣକ କାର ଚଳାଇବା ସମୟରେ ହଠାତ ଛିଙ୍କ ଆସିଥିଲା । କିନ୍ତୁ ସେ ଛିଙ୍କିବା ପରିବର୍ତ୍ତେ ନାକକୁ ଚାପି ଦେଇ ପାଟିକୁ ବନ୍ଦ କରିଦେଇଥିଲେ । କିନ୍ତୁ ସାଧାରଣ ତ୍ରୁଟି ପାଇଁ ବ୍ୟକ୍ତିଙ୍କୁ ବଡ ଆକାରରେ ମୂଲ୍ୟ ଦେବାକୁ ପଡିଲା। ଛିଙ୍କର ଚାପକୁ ସମ୍ଭାଳାପାରିଲାନି ଶ୍ବାସନଳୀ । ଛିଙ୍କ ରୋକିବା କାରଣରୁ ତାଙ୍କ ଶ୍ବାସନଳୀରେ ୦.୦୮ ଇଞ୍ଚର ଛିଦ୍ର ଦେଖାଯାଇଥିଲା ।

କଣ ଏହାର କାରଣ: ଛିଙ୍କ ଏକ ଜୈବିକ ପ୍ରକ୍ରିୟା ଅଟେ । ଛିଙ୍କ ଯେତେବେଳେ ଆସେ ଶରୀରର ବିଭିନ୍ନ ଅଙ୍ଗରେ ଚାପ ପଡିଥାଏ। ତେବେ ଥଣ୍ଡା ଏବଂ କାଶ କାରଣରୁ ହେଉଥିବା ଛିଙ୍କକୁ ସଂକ୍ରାମକ ବୋଲି ବିବେଚନା କରାଯାଏ । ଯେତେବେଳେ ଜଣେ ବ୍ୟକ୍ତି ଛିଙ୍କକୁ ରୋକିଥାଏ, ଉକ୍ତ କାରଣରୁ ଯେଉଁ ଚାପ ହୋଇଥାଏ ତାହା ସାଧାରଣ ଛିଙ୍କର ଚାପ ଠାରୁ 20 ଗୁଣା ଅଧିକ ହୋଇଥାଏ । ଏହି କାରଣରୁ ହିଁ ଉକ୍ତ ବ୍ୟକ୍ତିଙ୍କର ଶ୍ବାସନଳୀରେ ଛିଦ୍ର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ସକାଳୁ ଉଠୁଉଠୁ ବାରମ୍ବାର ଛିଙ୍କ ହେଉଛି କି, ଏଭଳି କରନ୍ତୁ ଘରେଇ ଉପଚାର

ତେବେ ଛିଙ୍କ ରୋକିବା ଯୋଗୁଁ ବ୍ୟକ୍ତିଙ୍କର ଗାଲ ପାଖରେ ଏକ ଫୁଲା ଦେଖାଯାଇଥିଲା। ଫଳରେ ବ୍ୟକ୍ତି ଜଣକୁ ସମସ୍ୟା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର ଏକ୍ସରେ କରାଯାଇଥିଲା। ତେବେ ରିପୋର୍ଟ ଆଶ୍ଚର୍ଯ୍ୟଜନକ ଆସିଥିଲା। ବ୍ୟକ୍ତିଜଣକ ଛିଙ୍କ ଅକଟାଇବା ଯୋଗୁଁ ବେକ, ଛାତି ଏବଂ ଫୁସଫୁସ ମଧ୍ୟରେ ବାୟୁ ଅଟକି ଯାଇଥିଲା। କିନ୍ତୁ ସର୍ଜରୀର ଆବଶ୍ୟକତା ନାହିଁ ବୋଲି ଡାକ୍ତର କହିଥିଲେ। ତେବେ କହିରଖୁଛୁ କି ପୂର୍ବରୁ ବ୍ୟକ୍ତିଜଣକ ସର୍ଜିକାଲ ଏମଫିସେମା ରୋଗରେ ପୀଡିତ ରହିଥିଲେ। ଏହି ରୋଗରେ ପୀଡିତ ହୋଇଥିବା ବେଳେ ଛିଙ୍କ ରୋକିବା ଯୋଗୁଁ ଶ୍ବାସନଳୀରେ ଛିଦ୍ର ଦେଖାଗଲା ବୋଲି ଡାକ୍ତର କହିଛନ୍ତି। ତେବେ ଏହା ବିଶ୍ବର ପ୍ରଥମ ଘଟଣା ହୋଇଥିବା ବେଳେ ଛିଙ୍କ ରୋକିବା ଦ୍ବାରା ହୋଇଥିବା ସମସ୍ୟାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.