ETV Bharat / sukhibhava

ଘ୍ରାଣ ଶକ୍ତି ହରାଇଥିବା ଲଙ୍ଗ୍ କୋଭିଡ ସଂକ୍ରମିତଙ୍କ ମସ୍ତିଷ୍କ କାର୍ଯ୍ୟ ବଦଳୁଛି: Study

author img

By

Published : Apr 19, 2023, 1:59 PM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ, ଲଙ୍ଗ୍ କୋଭିଡ୍ ଅର୍ଥାତ୍ ଦୀର୍ଘସ୍ଥାୟୀ କୋଭିଡ୍ ଲକ୍ଷଣ ଭୋଗିଥିବା ରୋଗୀ, ଯେଉଁମାନଙ୍କର ଘ୍ରାଣ ଶକ୍ତି ହ୍ରାସ ପାଇଥିଲା ସେମାନଙ୍କର ମସ୍ତିଷ୍କ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଅଧିକ ପଢନ୍ତୁ

Etv Bharat
Etv Bharat

ଲଣ୍ଡନ: କୋଭିଡ ପରେ ଦେଖା ଦେଉଥିବା ପାର୍ଶ୍ବ ପ୍ରତିକ୍ରିୟାରେ ଆଉ ଏକ ଖୁଲାସା କରିଛନ୍ତି ବୈଜ୍ଞାନିକ । ଲଙ୍ଗ୍ କୋଭିଡ୍ ଅର୍ଥାତ୍ ଦୀର୍ଘସ୍ଥାୟୀ କୋଭିଡ୍ ଲକ୍ଷଣ ଭୋଗିଥିବା ରୋଗୀ, ଯେଉଁମାନଙ୍କର ଘ୍ରାଣ ଶକ୍ତି ହ୍ରାସ ପାଇଥିଲା ସେମାନଙ୍କର ମସ୍ତିଷ୍କ କାର୍ଯ୍ୟ ପରିବର୍ତ୍ତନ ଘଟିଛି । ଏକ ଅଧ୍ୟୟନରୁ ଏହି ରହସ୍ୟ ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ । ସୂଚନା ଅନୁସାରେ, ଲଣ୍ଡନ ୟୁନିଭରସିଟି କଲେଜର ଅନୁସନ୍ଧାନକାରୀ ଏହି ଅନୁସନ୍ଧାନ କରିଛନ୍ତି ।

ଏହି ଅଧ୍ୟୟନରେ, ଏମଆରଆଇ ସ୍କାନିଂ ବ୍ୟବହାର କରାଯାଇ ଲଙ୍ଗ୍ କୋଭିଡ୍ ଥିଲେ ମସ୍ତିଷ୍କର କାର୍ଯ୍ୟକଳାପ କିପରି ପରିବର୍ତ୍ତନ ଘଟୁଛି ସେ ଉପରେ ନଜର ରଖାଯାଇଥିଲା । ଯେଉଁମାନେ କୋଭିଡ ସମୟରେ ଗନ୍ଧ ବାରିପାରୁ ନଥିଲେ, କୋଭିଡ ସଂକ୍ରମଣ ପରେ ଯେଉଁମାନଙ୍କର ଗନ୍ଧ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଥିଲା ଏବଂ ଯେଉଁମାନେ କୋଭିଡରେ ସଂକ୍ରମିତ ହୋଇନଥିଲେ ସେମାନଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନର ଫଳାଫଳ eClinicalMedicine ପତ୍ରିକାରେ ପ୍ରକାଶ ପାଇଛି ।

ଏଥିରୁ ଜଣାପଡିଲା ଯେ, ଲଙ୍ଗ୍ କୋଭିଡରେ ଘ୍ରାଣ ଶକ୍ତି ହ୍ରାସ ପାଇଥିବା ଲୋକଙ୍କର ମସ୍ତିଷ୍କ କାର୍ଯ୍ୟକଳାପ ମଧ୍ୟ ହ୍ରାସ ପାଇଥିଲା ଏବଂ ମସ୍ତିଷ୍କର ଦୁଇ ଅଂଶ ଯାହା ଗନ୍ଧ ବାରିବା ପାଇଁ କାର୍ଯ୍ୟ କରେ ଅର୍ବିଟୋଫ୍ରୋଣ୍ଟାଲ କର୍ଟେକ୍ସ ଏବଂ ପ୍ରିଫ୍ରଣ୍ଟାଲ କର୍ଟେକ୍ସ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ କୋଭିଡ ପରେ ଯେଉଁମାନେ ପୁନର୍ବାର ଗନ୍ଧ ଅନୁଭବ କରିଥିଲେ ସେମାନଙ୍କ ମଧ୍ୟରେ ଏହି ସଂଯୋଗ ଦୁର୍ବଳ ହୋଇନଥିଲା ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ଗର୍ଭାବସ୍ଥାରେ କୋଭିଡ ହୋଇଥିଲେ ଧୀର ହେବନି ଜନ୍ମିତ ଶିଶୁର ମସ୍ତିଷ୍କ ବିକାଶ

ଅନୁସନ୍ଧାନରୁ ଜଣାପଡିଛି ଯେ, ଦୀର୍ଘ କୋଭିଡ ଦ୍ବାରା ସୃଷ୍ଟି ହୋଇଥିବା ଗନ୍ଧ ହ୍ରାସ, ମସ୍ତିଷ୍କର ପରିବର୍ତ୍ତନ ସହିତ ଜଡିତ ଯାହା ଗନ୍ଧକୁ ସଠିକ୍ ପ୍ରକ୍ରିୟାକରଣ କରିବାରେ ରୋକିଥାଏ । ଅନୁସନ୍ଧାନର ମୁଖ୍ୟ ଲେଖକ କହିଛନ୍ତି ଯେ, "ଏହି ଲକ୍ଷଣ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣେ । ମାତ୍ର ଆମର ଅଧ୍ୟୟନ ମଧ୍ୟ ଏହା ଆଶ୍ୱାସନା ଦେଉଛି ଯେ ଅଧିକାଂଶ ଲୋକଙ୍କର ଘ୍ରାଣ ଶକ୍ତି ଫେରିଆସିବା ସୂଚାଉଛି, ମସ୍ତିଷ୍କ କାର୍ଯ୍ୟକଳାପରେ କୌଣସି ସ୍ଥାୟୀ ପରିବର୍ତ୍ତନ ହୁଏ ନାହିଁ ।"

କହି ରଖୁଛୁ ଯେ, ନିକଟରେ କୋଭିଡର ପାର୍ଶ୍ବ ପ୍ରତିକ୍ରିୟା ଉପରେ ଅନେକ ଅନୁସନ୍ଧାନ କରାଯାଇଛି । ବିଭିନ୍ନ ଅଧ୍ୟୟନରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗର୍ଭାବସ୍ଥାରେ କୋଭିଡ ସଂକ୍ରମିତ ହୋଇଥିବା ମହିଳାଙ୍କଠାରୁ ଜନ୍ମିତ ଶିଶୁଙ୍କର ମସ୍ତିଷ୍କ ଦୁର୍ବଳ ହେଉଥିବା ଏକ ଅଧ୍ୟୟନ ସୂଚାଇ ଥିଲା । ମାତ୍ର ଆଉ ଏକ ଅଧ୍ୟୟନ କହିଥିଲା ଯେ, ଯଦି ମାଆ ଗର୍ଭାବସ୍ଥାରେ କୋଭିଡରେ ସାମାନ୍ୟ ଆକ୍ରାନ୍ତ ହୁଅନ୍ତି ତେବେ ଶିଶୁର କୌଣସି ପ୍ରକାର ମସ୍ତିଷ୍କ ବ୍ୟାଧି ହେବାର ସମ୍ଭାବନା ନାହିଁ । ତେବେ ବର୍ତ୍ତମାନ କରାଯାଇଥିବା ଅନୁସନ୍ଧାନ କେତେ ସ୍ପଷ୍ଟ ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.