ETV Bharat / sukhibhava

ଏକୁଟିଆପଣକୁ ନେଇ WHOର ଚେତାବନୀ, ହୋଇପାରେ ଘାତକ - କିଭଳି ଦୂର ହେବ ଏକୁଟିଆପଣ

Loneliness: ଏକୁଟିଆପଣକୁ ହୁ' ଗ୍ଲୋବାଲ ଥ୍ରେଟ୍‌ ଘୋଷଣା କରିଛି । ଏହା ଘାତକ ହୋଇପାରେ ବୋଲି କୁହାଯାଇଛି । ତେବେ ଜାଣନ୍ତୁ ଏହି ସମସ୍ୟାରୁ କିଭଳି ବର୍ତ୍ତିବେ

Loneliness
Loneliness
author img

By ETV Bharat Odisha Team

Published : Nov 20, 2023, 1:01 PM IST

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଚାପ ଯୋଗୁଁ ବୃଦ୍ଧି ପାଉଛି ଏକୁଟିଆପଣ । ଏହା ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷକରି ଯୁବପିଢିଙ୍କ ଠାରେ ଏକୁଟିଆପଣ ଅଧିକ ପରିଲକ୍ଷିତ ହେଉଛି । ଏହାରି ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଏକୁଟିଆପଣକୁ ସାଂଘାତିକ ବା ଘାତକ ବୋଲି କହିଛି । ଦିନକୁ 15ଟି ସିଗାରେଟ ଟାଣିବା ସ୍ବାସ୍ଥ୍ୟପକ୍ଷେ ଯେତିକି କ୍ଷତିକାରକ ଏକୁଟିଆପଣ ସେତିକି ବିପଜ୍ଜନକର ବୋଲି WHO ପକ୍ଷରୁ କୁହାଯାଇଛି।

ରିପୋର୍ଟ ଅନୁସାରେ, ଏକୁଟିଆପଣ କାରଣରୁ ହୃଦରୋଗ, ଷ୍ଟ୍ରୋକ, ଡିମେନ୍ସିଆ, ଉଦାସୀନତା, ଚିନ୍ତା ଏବଂ ଅକାଳ ମୃତ୍ୟୁ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ହୁର ରିପୋର୍ଟ ଅନୁସାରେ, ପ୍ରାୟ 5ରୁ 15 ପ୍ରତିଶତ ଯୁବପିଢ଼ି ଏକୁଟିଆପଣର ଶୀକାର ହେଉଛନ୍ତି ଏବଂ ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକୁଟିଆପଣ ବ୍ୟକ୍ତିର ଦୈନନ୍ଦିନ ଜୀବନଶୈଳୀ ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାଏ । ଦୈନନ୍ଦିନ କାର୍ଯ୍ୟ, ଖାଦ୍ୟାଭ୍ୟାସ ଏବଂ ଆଚରଣ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ତେଣୁ ଏକୁଟିଆପଣର କିଭଳି ମୁକାବିଲା କରିବେ ତାହା ବୁଝିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ଏହା ମଧ୍ୟ ପଢନ୍ତୁ: ଏକୁଟିଆ ଜୀବନ ବିତାଉଥିବା ବ୍ୟକ୍ତିଙ୍କୁ Type 2 Diabetes ଆଶଙ୍କା ଅଧିକ

  • ନିଜ ସହ ସମ୍ପର୍କ ମଜଭୁତ କରନ୍ତୁ: ମନୁଷ୍ୟ ହେଉଛି ଏକ ସାମାଜିକ ପ୍ରାଣୀ ଏବଂ ବୟସ୍କଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବାରେ ସାମାଜିକ ପରିବେଶ ବ୍ୟବସ୍ଥା ଗୁରୁ ଦାୟିତ୍ବ ବହନ କରିଥାଏ । ବିଶେଷଜ୍ଞମାନଙ୍କ ମତରେ ସାଙ୍ଗସାଥି ପରିବର୍ତ୍ତେ ପ୍ରଥମେ ନିଜ ସହ ସମ୍ପର୍କ ମଜଭୁତ କରିବା ଆବଶ୍ୟକ । ଅନେକ ସମୟରେ ବ୍ୟକ୍ତିବିଶେଷ ନିଜକୁ କମ୍ ବୋଲି ଭାବିଥାଆନ୍ତି ଏବଂ ଅନ୍ୟର ସାହାରା ଖୋଜିଥାଆନ୍ତି । ତେଣୁ ପ୍ରଥମେ ନିଜକୁ ଭଲପାଇବା ଆବଶ୍ୟକ ବୋଲି କୁହାଯାଇଛି ।
  • ଅନ୍ୟକୁ ଖାଇବାକୁ ଦିଅନ୍ତୁ: ଯଦି ଆପଣ ଏକାକୀ ରହୁଛନ୍ତି କିମ୍ବା ଅନ୍ୟ କାହାରିକୁ ଭେଟିବା ଆପଣଙ୍କୁ ପସନ୍ଦ ଆସୁନାହିଁ, ତେବେ ଏଭଳି ପରିସ୍ଥିତିରେ ଆପଣ କାହାରିକୁ ଖାଇବାକୁ ଦେଇ ସମୟ ଅତିବାହିତ କରିପାରିବେ । ଖାସକରି କୁକୁର ଏବଂ ବିଲେଇଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ମନୋବଳ ଦୃଢ଼ ହେବା ସହିତ ମନୋରଞ୍ଜନ ମଧ୍ୟ ହୋଇପାରିବ । ସେମାନଙ୍କ ସହିତ ଅଧିକ ସମୟ ବିତାଇବା ଦ୍ବାରା ମନସ୍ବାସ୍ଥ୍ୟ ଠିକ ରହିପାରିବ।
  • ବନ୍ଧୁଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରନ୍ତୁ: ବନ୍ଧୁ ରହିଥିଲେ ହେଁ ପ୍ରାୟତଃ ଅନେକ ସମୟରେ ସେମାନଙ୍କୁ ଭେଟିବା ବା କଥାବାର୍ତ୍ତା ସମ୍ଭବ ହୋଇପାରିନଥାଏ। ଯାହା ଫଳରେ ସମ୍ପର୍କରେ ଫାଟ ଆସିବା ସହ ସାଙ୍ଗମାନେ ମଧ୍ୟ ଆମଠାରୁ ଦୂରକୁ ଚାଲିଯାଇ ଥାଆନ୍ତି । ଏଭଳି ସ୍ଥିତିରେ ନିଜକୁ ଏକୁଟିଆ ନଭାବି ପୁରୁଣା ସାଙ୍ଗମାନଙ୍କ ସହିତ ସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।
  • କଥାବାର୍ତ୍ତା କରନ୍ତୁ: ଯଦି ଆପଣ ଏକୁଟିଆ ଅନୁଭବ କରୁଛନ୍ତି ତେବେ ମନଦୁଃଖ ନକରି ପରିବାର କିମ୍ବା ବନ୍ଧୁଙ୍କ ସହ କଥାବାର୍ତ୍ତା କରନ୍ତୁ । କଥାର ଆଦାନ ପ୍ରଦାନ ଦ୍ବାରା କେତେକାଂଶରେ ଚାପ ମଧ୍ୟ କମ ହୋଇପାରିବ । ଏହା ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ସୁପ୍ରଭାବ ପକାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.