ହାଇଦ୍ରାବାଦ: ଲେମ୍ବୁ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଏହା ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ । ଲେମ୍ବୁରସ ସମେତ ଲେମ୍ବୁ ଚୋପା ମଧ୍ୟ ଚର୍ମ ପାଇଁ ବେସ୍ ଉପକାରୀ । ଲେମ୍ବୁରସରେ ସାଇଟ୍ରିକ୍ ଏସିଡ୍ ଥାଏ । ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବାରେ ଏହା ବେଶ୍ ଲାଭଦାୟକ । ଲେମ୍ବୁରସରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି । ଏଥିସହ ଲେମ୍ବୁ ମୁହଁରେ ବ୍ରଣ ସମସ୍ୟା ଦୂର କରିବା ସହ ବ୍ରଣ ଦାଗ ଅପସାରଣ କରିବାରେ ମଧ୍ୟ ସାହାଯ୍ୟ କରେ ।
- ଲେମ୍ବୁ ଚୋପାରେ ପଲିଫେନୋଲ ଥାଏ, ଯାହା ଶରୀରର ଓଜନ ହ୍ରାସ(Weight loss) କରିବାରେ ପ୍ରଭାବଶାଳୀ ହୋଇପାରେ । ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ସୂଚନା (NCBI)ର ଏକ ରିପୋର୍ଟ ଅନୁଯାୟୀ, ଲେମ୍ବୁ ଚୋପା ମୋଟାପଣକୁ କିଛି ମାତ୍ରାରେ ହ୍ରାସ କରିପାରେ ।
- ଲେମ୍ବୁ ଚୋପା ମଧ୍ୟ ଦାନ୍ତ ପାଇଁ ବହୁତ ଲାଭଦାୟକ(dental problems) । ଏହାର ଚୋପାରେ ଜେରାନିଓକ୍ଲିପ୍ସୋଲେରେନ୍(geranioclipsolaren), ମିଥୋକ୍ସାଇକୋମାରିନ୍(methoxycoumarin), ଫ୍ଲୋରିନ୍(florin) ମିଳିଥାଏ, ଯାହା ପାଟିରେ ଜୀବାଣୁ ବୃଦ୍ଧିକୁ ରୋକିଥାଏ ।
- ତ୍ବଚା ସ୍କ୍ରବ୍ କରିବାରେ ଲେମ୍ବୁ ଚୋପା ବେସ୍ ଲାଭଦାୟକ । ଲେମ୍ବୁଚୋପାକୁ ଶୁଖାଇ ପାଉଡର ପ୍ରସ୍ତୁତ କରିପାରିବେ । ଏହି ପାଉଡରକୁ ମଇଦାରେ ମିଶ୍ରଣ କରି ମୁହଁରେ ଲଗାଇବା ଦ୍ବାରା ସ୍କ୍ରବ୍ ଭଳି କାମ କରିଥାଏ ।
ଲେମ୍ବୁରସ ବ୍ୟବହାର କରି ଅନେକ ପ୍ରକାରର ଫେସ୍ ପ୍ୟାକ୍ ମଧ୍ୟ ତିଆରି କରିପାରିବେ । ଏହି ଫେସ୍ ପ୍ୟାକ୍ଗୁଡିକ ମୁହଁରେ ଦାଗ ଦୂର କରିବା ପାଇଁ କାମ କରିବ । ତେବେ ଲେମ୍ବୁରସରେ କିପରି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବେ ସେନେଇ ନିମ୍ନରେ ବର୍ଣ୍ଣନା କରାଯାଇଛି ।
ଏକ ପାତ୍ରରେ ଲେମ୍ବୁ ରସ ନିଅନ୍ତୁ । ଏଥିରେ କିଛି ପାଣି ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଲଗାନ୍ତୁ । 15 ରୁ 20 ମିନିଟ୍ ପରେ ଚର୍ମକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଆପଣ ସପ୍ତାହରେ ଥରେ କିମ୍ବା ଦୁଇଥର ଲେମ୍ବୁ ରସ ବ୍ୟବହାର କରିପାରିବେ ।
ଲେମ୍ବୁରସ ଏବଂ ମହୁ
ଏକ ପାତ୍ରରେ ଏକ ଚାମଚ ଲେମ୍ବୁରସ ନିଅନ୍ତୁ । ଏଥିରେ ଦୁଇ ଚାମଚ ମହୁ ମିଶାନ୍ତୁ । ଲେମ୍ବୁରସ ଏବଂ ମହୁକୁ ମିଶାଇ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ଏବଂ ଏହି ପ୍ୟାକକୁ ମୁହଁ ଏବଂ ବେକରେ ଲଗାନ୍ତୁ । 15 ରୁ 20 ମିନିଟ୍ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ 2 ରୁ 3 ଥର ଲେମ୍ବୁରସ ଏବଂ ମହୁ ବ୍ୟବହାର କରିପାରିବେ ।
ଲେମ୍ବୁ ରସ ଏବଂ ଭୃର୍ସଙ୍ଗା ପତ୍ର
5 ରୁ 7ଟି ଭୃର୍ସଙ୍ଗା ପତ୍ର ନିଅନ୍ତୁ । ଏଥିରେ ଲେମ୍ବୁରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଏହାକୁ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ଫେସ୍ ପ୍ୟାକ୍ ସପ୍ତାହରେ 2 ରୁ 3 ଥର ବ୍ୟବହାର କରିପାରିବେ ।
ଲେମ୍ବୁ ରସ ଏବଂ ଆଲୋଭେରା
ଆଲୋ ଭେରା ଚର୍ମ ଉପରେ କେତେ ପ୍ରଭାବୀ ଏହା ସମସ୍ତଙ୍କୁ ଜଣା । ଲେମ୍ବୁରସରେ ଏହାର ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଏକ ପାତ୍ରରେ ଏକରୁ ଦୁଇ ଚାମଚ ଆଲୋ ଭେରା ଜେଲ୍ ନିଅନ୍ତୁ । ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ଭଲ ଭାବେ ମିଶ୍ରଣ କରି ମୁହଁ ଏବଂ ବେକରେ ଲଗାନ୍ତୁ । ମିଶ୍ରଣ ଲଗାଇବାର 15 ରୁ 20 ମିନିଟ୍ ପରେ ଚର୍ମକୁ ସାଧା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ଏହି ପ୍ୟାକ୍କୁ 2 ରୁ 3 ଥର ବ୍ୟବହାର କରିପାରିବେ ।
Disclaimer: ଉପରସ୍ତ ସମସ୍ତ ଟିପ୍ସ ସାଧାରଣ ଉପଚାର ନିମନ୍ତେ । କେଶରେ କୌଣସି ଜଟିଳ ସମସ୍ୟା କିମ୍ପା ଆଲର୍ଜି ପ୍ରୋବ୍ଲେମ ଥିଲେ କୌଣସି ବି ପ୍ରାକୃତିକ କିମ୍ବା କୃତିମ ଉପଚାର ଆପଣାଇବା ପୂର୍ବରୁ ଡାକ୍ତରୀ ପରାମର୍ଶ କରାଇନେବା ଏକାନ୍ତ ଆବଶ୍ୟକ ।