ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, HDL ବଢାଇପାରେ ଡିମେନ୍ସିଆ ଆଶଙ୍କା

author img

By ETV Bharat Odisha Team

Published : Jan 8, 2024, 5:26 PM IST

HDL Linked to Dementia: ହାଇ ଡେନସିଟି ଲିପୋପ୍ରୋଟେନର ମାତ୍ରା ବୃଦ୍ଧି ହେଲେ ଶରୀରରେ ରୋଗ ହେବାର ସମ୍ଭାବନା ବୃଦ୍ଧି କରିଥାଏ ବୋଲି ରିସର୍ଚ୍ଚରେ ଖୁଲାସା । ଅଧିକ ପଢନ୍ତୁ

HDL Linked to Dementia
HDL Linked to Dementia

ହାଇଦ୍ରାବାଦ: କୋଲେଷ୍ଟ୍ରଲ ବୃଦ୍ଧି ଯୋଗୁଁ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ଏହାର ଅନେକ ରୋଗର କାରଣ ହୋଇଥିବା ବେଳେ ହୃଦୟ ପାଇଁ ବିପଦ ବୋଲି ବିବେଚନା କରାଯାଏ । ତେବେ କୋଲେଷ୍ଟ୍ରଲ ବୃଦ୍ଧିର ଅନେକ କାରଣ ରହିଥିଲେ ହେଁ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଶୀଘ୍ର କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ବର୍ତ୍ତମାନ ସମୟରେ ବିଶେଷ କରି ଯୁବପିଢି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ରକ୍ତରେ କୋଲେଷ୍ଟ୍ରଲ ମାତ୍ରାକୁ ନିୟନ୍ତ୍ରଣରେ ରଖିବା ଜରୁରୀ ବୋଲି କୁହାଯାଇଛି ।

ସାଧାରଣତଃ କୋଲେଷ୍ଟ୍ରଲକୁ 2 ଭାଗରେ ବିଭକ୍ତ କରାଯାଇଛି । ଭଲ କୋଲେଷ୍ଟ୍ରଲ HDL(ହାଇ ଡେନସିଟି ଲିପୋପ୍ରୋଟେନ୍) ଏବଂ ଖରାପ କୋଲେଷ୍ଟ୍ରଲ LDL(ଲୋ' ଡେନ୍‌ସିଟି ଲିପୋପ୍ରୋଟେନ୍) ଏହି ଦୁଇ ପ୍ରକାରର ରହିଥାଏ । LDL ବୃଦ୍ଧି ଶରୀରରେ ରୋଗର କାରଣ ହୋଇଥାଏ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଶରୀରରେ ଗୁ଼ଡ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି କାରଣରୁ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଇଛି । ମସ୍ତିଷ୍କ ସହିତ ଜିଡତ ଗମ୍ଭୀର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ମତ ପୋଷଣ କରିଛନ୍ତି ।

ରକ୍ତରେ ଭଲ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି କାରଣରୁ ଡିମେନ୍ସିଆ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି । ପ୍ରକାଶଥାଉକି, ଡିମେନ୍ସିଆ ରୋଗୀଙ୍କ ମଧ୍ୟରେ ଚିନ୍ତା କରିବା, ମନେରଖିବା କ୍ଷମତା କମିଯାଇଥାଏ । ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । 65ରୁ ବର୍ଷରୁ ଅଧିକ ବୟସ୍କର 18 ହଜାରରୁ ଅଧିକ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଡିମେନ୍ସିଆ ଏବଂ HDL କୋଲେଷ୍ଟ୍ରଲ ମଧ୍ୟରେ ସମ୍ପର୍କକୁ ଜାଣିବା ପାଇଁ ଏହି ଅନୁସନ୍ଧାନ କରାଯାଇଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଶୀତ ଋତୁରେ ବୃଦ୍ଧି ପାଏ କୋଲେଷ୍ଟ୍ରଲ, ଖାଆନ୍ତୁ ଏହି ଖାଦ୍ୟ

ଡିମେନ୍ସିଆ କଣ: ଡିମେନ୍ସିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯେଉଁଥି ପାଇଁ ଜଣେ ବ୍ୟକ୍ତିର ସ୍ମୃତି, ଚିନ୍ତା କରିବାର କ୍ଷମତା ହ୍ରାସ ପାଇଥାଏ । ଡିମେନ୍ସିଆକୁ ରୋଗ ଭାବେ ବିବେଚନା କରାଯାଉ ନଥିଲେ ସୁଦ୍ଧା ଅନେକ ମାନସିକ ରୋଗର କାରଣ ସାଜିପାରେ ଡିମେନ୍ସିଆ । ଏହି କାରଣରୁ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ଲାନସେଟ ରିଜିଓନାଲ ହେଲଥ ସ୍ପେସିଫିକରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, 80 ମିଗ୍ରା / ଡିଏଲ୍ ସ୍ତରରୁ ଅଧିକ ରହିଥିବା ବ୍ୟକ୍ତିଙ୍କର ଡିମେନ୍ସିଆ ହେବାର ଆଶଙ୍କା 27 ପ୍ରତିଶତ ଅଧିକ ହୋଇପାରେ। 75 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କ ମଧ୍ୟରେ ଯେଉଁମାନଙ୍କର HDL କୋଲେଷ୍ଟ୍ରଲ ସ୍ତର ଅଧିକ ରହିଥିଲା ସେମାନଙ୍କ ଠାରେ ଏହି ବିପଦ 42ପ୍ରତିଶତ ବୃଦ୍ଧି ପାଇଥଲା। ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକାରଣ କେନ୍ଦ୍ର(ସିଡିସି)ର ତଥ୍ୟ ଅନୁସାରେ, ଆମେରିକାରେ 5.8 ମିଲିୟମରୁ ଅଧିକ ଲୋକ ଡିମେନ୍ସିଆରେ ଆକ୍ରାନ୍ତ। 2060 ସୁଦ୍ଧା ଏହି ସଂଖ୍ୟା 14 ନିୟୁତକୁ ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି । ତେବେ ରକ୍ତରେ HDL କିମ୍ବା LDL ବୃଦ୍ଧି ରୋଗର କାରଣ ସାଜିପାରେ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.