ହାଇଦ୍ରାବାଦ: ପ୍ରେମ ଆଉ ଝଗଡା..ଯଦି କହିବା ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଏକ ସମ୍ପର୍କରେ ପ୍ରେମ ଯେତିକି ରହିଥାଏ ଝଗଡା ମଧ୍ୟ ହୋଇଥାଏ । କିଛି ଝଗଡା ପ୍ରେମରେ ହୋଇଥାଏ ଏବଂ ଆଉ କିଛି କ୍ରୋଧରେ । ଏକ ସୁସ୍ଥ ସମ୍ପର୍କ ପାଇଁ ଉଭୟ ଆବଶ୍ୟକ । କିନ୍ତୁ ଯଦି ସମ୍ପର୍କରେ ବାରମ୍ବାର ଝଗଡା ହୁଏ, ତେବେ ବେଳେବେଳେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଏ । ଏପରି ପରିସ୍ଥିତିରେ ଅଲଗା ହେବାକୁ ପଡେ । ଏକ ଛୋଟ ଛୋଟ କଥାରୁ ଝଗଡା ଆରମ୍ଭ ହୋଇଥାଏ ଏବଂ ପରିସ୍ଥିତି ଏଭଳି ହୋଇଯାଏ ଯେ, କେତେକ କ୍ଷେତ୍ରରେ ଅଲଗା ହେବାକୁ ମଧ୍ୟ ପଡିଥାଏ । ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କରେ ଝଗଡା ଲାଗି ରୁହେ, ଏଭଳି ସ୍ଥଳେ ଅଲଗା ହେବା ଭଳି ପରିସ୍ଥିତି ଆସିଥାଏ । ତେବେ ଜାଣନ୍ତୁ କଣ ପାଇଁ ସମ୍ପର୍କରେ ଝଗଡା ହୁଏ ଏବଂ କଣ ପାଇଁ ସମ୍ପର୍କ ଭାଙ୍ଗିଯାଇଥାଏ ।
ଭୁଲ ବୁଝାବଣା: ଭୁଲ ବୁଝାବଣା ପାଇଁ ଅନେକ ସମୟରେ ସମ୍ପର୍କ ଭାଙ୍ଗିଯାଇଥାଏ । ସମ୍ପର୍କ ଭାଙ୍ଗିବାର ମୂଳ କାରଣ ହେଉଛି ଭୁଲ ବୁଝାବଣା । ଯଦି ସମ୍ପର୍କ ମଧ୍ୟର ଭୁଲ ବୁଝାମଣା ଜନ୍ମ ନିଏ ତାହେଲେ ଗୁଢ ରହିଥିବା ସମ୍ପର୍କ ମଧ୍ୟ ଗୋଟିଏ କ୍ଷଣ ମଧ୍ୟରେ ଭାଙ୍ଗିଯାଇଥାଏ । ଫଳରେ ସମ୍ପର୍କରେ ଦୂରତା ବୃଦ୍ଧି ପାଇବା ସହ ଅଲଗା ହେବାକୁ ପଡିଥାଏ । ଏଭଳି ପରିସ୍ଥିତିରେ ଏକାଠି ବସି ସମ୍ପର୍କରେ କେଉଁଠି ଭୁଲ ରହିଛି ତାହାର କାରଣ ଖୋଜି ବାହାର କରିବା ଉଚିତ । ଯଦି ନିଜ ଜିଦରେ ଅଟଳ ରହିବେ ତାହେଲେ ସମ୍ପର୍କରେ ତିକ୍ତତା ଆସିଥାଏ ।
ଏହା ମଧ୍ୟ ପଢନ୍ତୁ: ଶାରୀରିକ ସମ୍ପର୍କ ସହ ରହିଛି ନିଦର ସମ୍ପର୍କ, ଜାଣନ୍ତୁ ଏହାର ପ୍ରଭାବ
ଅଣଦେଖା କରିବା: ଏହା ପ୍ରାୟ ପ୍ରତ୍ୟେକ କପଲଙ୍କ ମଧ୍ୟରେ ଦେଖାଯାଇଥାଏ । ଯଦି ତୁମେ ତୁମର ସାଥୀକୁ ଅଣଦେଖା କର କିମ୍ବା ବୁଝିବା ପାଇଁ ଚେଷ୍ଟା କର ନାହିଁ, ତେବେ ତୁମର ସମ୍ପର୍କ ଭାଙ୍ଗିଯିବାର ଏହା ଏକ ବଡ କାରଣ ଅଟେ । ଅଣଦେଖା କରିବା ଦ୍ବାରା ସମ୍ମାନ ଦେଉନଥିବା ଭଳି ସାଥିକୁ ଲାଗିଥାଏ । ଥରେ କି ଦୁଇଥର ହେଲେ ସମ୍ପର୍କ ଠିକ ହୋଇଯାଇଥାଏ କିନ୍ତୁ ପ୍ରତ୍ୟେକ ଥର ବା ଲଗାତାର ଏଭଳି ହେବା ଦ୍ବାରା ମନୋଭାବ ବଦଳିଯାଇଥାଏ । ଫଳରେ ସମ୍ପର୍କରେ ଦୂରତା ଆସିବା ସହ ସମ୍ପର୍କ ଭାଙ୍ଗିଯାଇଥାଏ । ତେଣୁ ସାଥୀକୁ ଶୁଣିବା ଏବଂ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଦୁଇ ଜଣଙ୍କ ମତ ସମାନ ହେଉ ନାହିଁ, ତେବେ ଏହା ବିଷୟରେ କଥାବାର୍ତ୍ତା କରନ୍ତୁ କିନ୍ତୁ ଏହାକୁ ଅଣଦେଖା କରନ୍ତୁ ନାହିଁ ।
ଏହା ମଧ୍ୟ ପଢନ୍ତୁ: ଅଫିସରେ ପ୍ରେମ: ଭଲ ନା ଖରାପ, ଜାଣନ୍ତୁ କଣ କହୁଛି ରିସର୍ଚ୍ଚ
ଶାରୀରିକ ନିବିଡ଼ତାର ଅଭାବ: ପ୍ରେମ ସମ୍ପର୍କ ବଜାୟୀ ରଖିବା ପାଇଁ ରୋମାନ୍ସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆଜିର ଦମ୍ପତିମାନେ ଏତେ ବ୍ୟସ୍ତ ଯେ ସେମାନେ ଅନ୍ୟ ସହ ସମୟ ବିତାଇବା ପାଇଁ ଖୁବ କମ ସମୟ ପାଇଥାଆନ୍ତି । ଆଉ ଯେଉଁ ସମୟ ପାଇଥାଆନ୍ତି ସେତେବେଳେ ରୋମାନ୍ସ କରିବା ପରିବର୍ତ୍ତେ ମୋବାଇଲ ସ୍କ୍ରଲ କରିବାରେ ଅଧିକ ସମୟ ବିତାଇଥାଆନ୍ତି । ଯାହା ଦ୍ବାରା ବ୍ୟକ୍ତିର ମାନସିକ ସ୍ତରରେ କୁପ୍ରଭାବ ପଡିଥାଏ । ବେଳେବେଳେ ଶାରୀରିକ ଅନ୍ତରଙ୍ଗତାର ଅଭାବ ମଧ୍ୟ ସମ୍ପର୍କର ବିଘ୍ନର କାରଣ ହୋଇଯାଏ, ତେଣୁ ଯଦି ଆପଣ ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁନାହାଁନ୍ତି, ତେବେ ନିଶ୍ଚିତ ଭାବରେ ପରସ୍ପରକୁ ଭଲ ପାଇବା ପାଇଁ ସମୟ ଦେବା ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ