ETV Bharat / sukhibhava

ରାତିରେ କେତେବେଳେ ଶୋଇବା ସଠିକ୍ ସମୟ, ଜାଣନ୍ତୁ

author img

By

Published : Mar 24, 2023, 5:39 PM IST

ନିଦ୍ରା ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ସଠିକ୍ ସମୟରେ ଶୋଇବା ଏବଂ ଶଯ୍ୟାତ୍ୟାଗ କରିବାର ଉପକାରିତା ବାବଦରେ ସର୍ବଦା ଡାକ୍ତର ପରାମର୍ଶ ଦିଅନ୍ତି । ତେବେ ଜାଣନ୍ତୁ ରାତିରେ 8-10 ମଧ୍ୟରେ ଶୋଇବା ଫଳରେ କିକି ସ୍ବାସ୍ଥ୍ୟ ଉରକାରିତା ମିଳେ ।

Etv Bharat
Etv Bharat

ହାଇଦ୍ରାବାଦ: ରାତି 8ରୁ 10 ମଧ୍ୟରେ ଶୋଇବାକୁ ଏକ ଭଲ ଅଭ୍ୟାସ ଭାବରେ ବିବେଚନା କରାଯାଏ । ଅବଶ୍ୟ, ଆଜିର ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ଲୋକମାନେ ପ୍ରାୟତଃ ଠିକ୍ ସମୟରେ ଶୋଇପାରୁ ନାହାଁନ୍ତି । କେତେକ ଲୋକଙ୍କର ବିଳମ୍ବିତ ରାତିରେ ଶୋଇବାର ଅଭ୍ୟାସ ଅଛି । ହେଲେ, ଜାଣନ୍ତି କି ଏହି ଅଭ୍ୟାସ ସ୍ବାସ୍ଥ୍ୟକୁ ବିଗାଡିପାରେ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଆମ ଶରୀର ଏକ ପ୍ରାକୃତିକ ସର୍କାଡିୟନ୍ ରିଦମ୍ ଉପରେ କାମ କରିବା ପାଇଁ ଗଠନ ହୋଇଛି, ଯାହା ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ଥ ସହ ତାଳ-ମେଳ ରଖି କାମ କରେ । ଠିକ୍ ସମୟରେ ପର୍ଯ୍ୟାପ୍ତ ଶୋଇବା ଏକ ସୁସ୍ଥ ଜୀବନଶୈଳୀକୁ ବଜାୟ ରଖିବାରେ ସାହାଯ୍ୟ କରେ । ଏହି କ୍ରମରେ ବିଳମ୍ବିତ ରାତିରେ ଶୋଇବା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ । ତେବେ ସଠିକ୍ ସମୟରେ ଶୋଇଲେ କି କି ଉପକାରିତା ମିଳିଥାଏ, ଜାଣନ୍ତୁ...

ଭଲ ନିଦ: ଯେତେବେଳେ ଆମେ ଠିକ୍ ସମୟରେ ଶୋଇଥାଉ, ସେତେବେଳେ ଆମ ଶରୀର ବିଶ୍ରାମ ନେଇଥାଏ । ଏହାର ଅନେକ ଲାଭ ମଧ୍ୟ ଅଛି, ଯେପରିକି ଏକ ଭଲ ମନୋବଳ ବଜାୟ ରଖିବା, ପ୍ରଡକ୍ଟଭିଟିରେ ବୃଦ୍ଧି ଇତ୍ୟାଦି । ଭଲ ଓ ପର୍ଯ୍ୟାପ୍ତ ନିଦ ପାଇବା ଦ୍ୱାରା ମଧୁମେହ, ହୃଦ୍‌ରୋଗ ଏବଂ ମୋଟାପଣ ଭଳି ଶାରୀରିକ ସମସ୍ୟାର ଆଶଙ୍କା ନଥାଏ ।

ହରମନ୍ ନିୟନ୍ତ୍ରଣ କରେ: ଶୀଘ୍ର ଏବଂ ଠିକ୍ ସମୟରେ ଶୋଇବା ଆମ ଶରୀରର ହରମନ୍, ବିଶେଷକରି ଚାପ ସହିତ ଜଡିତ ହରମନ୍ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ । ଆମର ଚାପର ପ୍ରତିକ୍ରିୟା ପାଇଁ କର୍ଟିସୋଲ୍, ଏକ ହରମନ୍, ପ୍ରଭାତ ସମୟରେ ସର୍ବନିମ୍ନ ଥାଏ । ରାତିରେ ଶୀଘ୍ର ଶୋଇବା କର୍ଟିସୋଲର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଆମର ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଏହାର ଭଲ ପ୍ରଭାବ ପଡିଥାଏ ।

ପ୍ରତିରକ୍ଷା ପ୍ରଣାଳୀ ଦୃଢ ହୁଏ: ଠିକ୍ ସମୟରେ ଭଲ ନିଦ ପାଇବା ଆମ ଶରୀରକୁ ଅଧିକ ଶ୍ବେତ ରକ୍ତ କଣିକା ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ, ଯାହା ସଂକ୍ରମଣ ଏବଂ ରୋଗ ମୁକାବିଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଆମ ଶରୀରକୁ ବିଭିନ୍ନ ରୋଗରୁ ଶୀଘ୍ର ସୁସ୍ଥ ହେବାକୁ ସାହାଯ୍ୟ କରେ ।

ଭୋକ ନିୟନ୍ତ୍ରଣ: ଶୀଘ୍ର ଶୋଇବା ମଧ୍ୟ ଭୋକକୁ ନିୟନ୍ତ୍ରଣ କରିବାରେ ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଆମେ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁନାହୁଁ, ଆମ ଶରୀର କ୍ଷୁଧା ହରମନ୍ ଗ୍ରେଲିନ୍ ଏବଂ ଲେପ୍ଟିନ୍ କମ୍ ଉତ୍ପାଦନ କରିଥାଏ । ଏହା ଅତ୍ୟଧିକ ଖାଇବା ଏବଂ ଓଜନ ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି କରିପାରେ । ଶୀଘ୍ର ଶୋଇବା ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଏହି ହରମୋନ୍ ନିୟନ୍ତ୍ରଣ କରିବାରେ ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସ କରିବାରେ ସାହାଯ୍ୟ କରେ ।

ମାନସିକ ସ୍ବାସ୍ଥ୍ୟ: ନିଦ୍ରା ଅଭାବରୁ ଅନେକ ଲୋକ ଅନାବଶ୍ୟକ ଚିନ୍ତା ଏବଂ ଅବସାଦର ଶିକାର ହୁଅନ୍ତି । ଶୀଘ୍ର ଶୋଇବା ଏହି ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଯଥେଷ୍ଟ ଶୋଇବା ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.