ETV Bharat / sukhibhava

Menopause ପରେ କାହିଁକି ଜରୁରୀ ହୁଏ କ୍ୟାଲସିୟମ୍, ଜାଣନ୍ତୁ - ମେନୋପୋଜ୍ ପରେ କାହିଁକି ଜରୁରୀ ହୁଏ କ୍ୟାଲସିୟମ୍

ଋତୁସ୍ରାବ ଭଳି ପ୍ରିତିଟି ମହିଳାଙ୍କୁ ଏକଦା ମେନୋପୋଜ୍ ଅବଧିର ସମ୍ମୁଖୀନ କରିବାକୁ ପଡିଥାଏ । ତେବେ ଏହି ସମୟରେ କାହିଁକି କ୍ୟାଲସିୟମ୍ ଖାଇବାକୁ କୁହାଯାଏ, ଜାଣନ୍ତୁ

Menopause
Menopause
author img

By

Published : Mar 3, 2023, 7:58 AM IST

ହାଇଦ୍ରାବାଦ: ମେନୋପୋଜ୍ ଏପରି ଏକ ଅବସ୍ଥା ଯେଉଁଥିରେ ମହିଳାମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ସମୟରେ କ୍ୟାଲସିୟମର ଅଭାବ ଦେଖାଯାଏ, ଯେଉଁଥିପାଇଁ ମହିଳାମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହି ସମୟରେ ମହିଳାଙ୍କର ଅସ୍ଥି ସହିତ ଜଡିତ ସମସ୍ୟା ଆରମ୍ଭ ହୋଇଥାଏ । ମେନୋପଜ ପରେ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଅଧିକ ଥାଏ । ଏଥିପାଇଁ ମହିଳାମାନେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା ମେନୋପୋଜ୍ ପରେ କାହିଁକି କ୍ୟାଲସିୟମ୍ ଗ୍ରହଣ ଅଧିକ ଆବଶ୍ୟକ ହୁଏ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମେନୋପୋଜ୍ ପରେ ଅସ୍ଥି ଦୁର୍ବଳ ହୋଇଯାଏ । ଏହି କାରଣରୁ ଫ୍ୟାକ୍ଚରର ଆଶଙ୍କା ବଢିଯାଏ ଏବଂ ଚାଲିବାରେ ଅସୁବିଧା ହୁଏ । ମେନୋପୋଜ୍ ପରେ ଶରୀରରେ ଇଷ୍ଟ୍ରୋଜେନ୍ କମିଯାଏ । ଯେଉଁଥିପାଇଁ କ୍ୟାଲସିୟମ ଗଠନରେ ଏକ ସମସ୍ୟା ଦେଖାଦେଇଥାଏ । ଫଳରେ ଶରୀର ଦୁର୍ବଳ ହେବାକୁ ଲାଗେ । ଏଥି ସହିତ, ମେନୋପୋଜ୍ ପରେ ଭିଟାମିନ୍-ଡି ମଧ୍ୟ ଗ୍ରହଣ କରାଯିବା ଉଚିତ୍ । କାରଣ ଏହା ଶରୀରରେ କ୍ୟାଲସିୟମର ଅବଶୋଷଣକୁ ସହଜ କରିଥାଏ । ସେଥିପାଇଁ ଭିଟାମିନ୍-ଡି ଥିବା ଖାଦ୍ୟ ମଧ୍ୟ ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ ।

ଭିଟାମିନ୍-ଡି ଅଭାବ ପୂରଣ କରିବେ କିପରି

ଅଣ୍ଡା, ମାଛ ଖାଆନ୍ତୁ । ଏହା ବ୍ୟତୀତ ପ୍ରତିଦିନ କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ । ଭିଟାମିନ୍-ଡିର ଅଭାବକୁ ପୂରଣ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ । ଟ୍ୟୁନା, ମାକରଲ ଏବଂ ସଲେମନ ପରି ମାଛ ଖାଆନ୍ତୁ । ଏହା ବ୍ୟତୀତ ପନିର, କ୍ଷୀର, ଇତ୍ୟାଦି ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ଏହାର ଅଭାବ ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଖାଦ୍ୟରେ କମଳା, ଶସ୍ୟଜାତୀୟ ଖାଦ୍ୟ, ଲେମ୍ବୁ, ଗାଜର, ବ୍ରୋକୋଲି, ପାଳଙ୍ଗ ମିଶାନ୍ତୁ ।

ଜଙ୍କ ଫୁଡ୍ କେବଳ ମେଦବହୁଳତା ବଢାଏ ନାହିଁ ବରଂ ଭିଟାମିନ୍-ଡି ସ୍ତରକୁ ମଧ୍ୟ ହ୍ରାସ କରେ । ସେଥିପାଇଁ ଅତ୍ୟଧିକ ତେଲଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ଖଟା ଫଳ, ଆଚାର ଏବଂ ଚଟନି ମଧ୍ୟ ସୀମିତ ପରିମାଣରେ ଖାଇବା ଉଚିତ୍ ।

ମହିଳାମାନେ ଯେପରି ଋତୁସ୍ରାବ ଅବଧି ଦେଇ ଗତି କରନ୍ତି, ସେହିପରି ସେମାନେ ମେନୋପୋଜର ମଧ୍ୟ ସମ୍ମୁଖୀନ କରନ୍ତି । ମାସିକ ଋତୁସ୍ରାବ ପ୍ରକ୍ରିୟା ବନ୍ଦ ହୋଇଯିବା ଅବଧିକୁ ମେନୋପୋଜ୍ କୁହାଯାଏ । ଏହା ହେଉଛି ମାସିକ ଧର୍ମର ଶେଷ ପର୍ଯ୍ୟାୟ । ସାଧାରଣତଃ ଜଣେ ମହିଳାଙ୍କ ମେନୋପୋଜ୍ ଅବସ୍ଥା ତଥା ଋତୁସ୍ରାବ ବନ୍ଦ ହେବାର ସମୟ 45-50 ବର୍ଷ ବୟସରେ ଆସିଥାଏ ।

ଯଦି ମହିଳାଙ୍କର 12 ମାସ ପର୍ଯ୍ୟନ୍ତ ଋତୁସ୍ରାବ ନହୁଏ, ତେବେ ଏହାକୁ ମେନୋପୋଜ୍ ପର୍ଯ୍ୟାୟ ବୋଲି କୁହାଯାଏ । କେତେକ ମହିଳାଙ୍କ ଠାରେ, ମେନୋପୋଜର ଲକ୍ଷଣ 40 ବର୍ଷ ବୟସ ପରେ ଦେଖାଯିବା ଆରମ୍ଭ କରେ । ମେନୋପୋଜର ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନି ଏହା ବୁଝିବାକୁ ହେବ ଯେ, କୌଣସି ସମୟରେ ଋତୁସ୍ରାବ ବନ୍ଦ ହୋଇପାରେ । ହେଲେ ପ୍ରତ୍ୟେକ ମହିଳାଙ୍କ ମେନୋପଜ୍ ଅବଧି ଭିନ୍ନ ଭିନ୍ନ ।

ମେନୋପଜର ଲକ୍ଷଣ

ଏହି ସମୟରେ ଅଚାନକ ଜ୍ବର ଭଳି ଉତ୍ତାପ ଅନୁଭବ ହେବା

ଯୋନୀରେ ପରିବର୍ତ୍ତନ

ରାତିରେ ଅତ୍ୟଧିକ ଝାଳ ବୋହିବା

ଶୋଇବାରେ ସମସ୍ୟା ଇତ୍ୟାଦି ଦେଖାଯାଏ

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.