ହାଇଦ୍ରାବାଦ: କର୍କଟ ଏକ ଗମ୍ଭୀର ଏବଂ ଭୟାନକ ରୋଗ । ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଭୟ ରହିଥିବା ବେଳେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟତଃ ଲୋକେ କ୍ୟାନ୍ସର କହିଲେ ଯକୃତ କର୍କଟ, ବ୍ରେନ ଟ୍ୟୁମର, ଫୁସଫୁସ କର୍କଟ, ରକ୍ତ କର୍କଟ, ପାଟି କର୍କଟ, ଚର୍ମ କର୍କଟ ନାମ ଅଧିକ ଶୁଣିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ ଛାଡି ମଧ୍ୟ ଆହୁରି ଅନେକ କ୍ୟାନ୍ସର ରହିଛି । କର୍କଟ ପରି ଏକ ଗମ୍ଭୀର ଏବଂ ବିପଜ୍ଜନକ ରୋଗ ଯାହା ଶରୀରର ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ । ଜାଣନ୍ତୁ କେତେ ପ୍ରକାରର ହୋଇଥାଏ କର୍କଟ
କ୍ୟାନ୍ସର କଣ: ଆଜିକା ସମୟର ଆଧୁନିକ ଜୀବନଶୈଳୀ ଅନେକ ଗମ୍ଭୀର ରୋଗର କାରଣ ସାଜିଛି । କିନ୍ତୁ ସବୁ ରୋଗ ଗୁଡିକ ମଧ୍ୟରେ କର୍କଟ ସବୁଠାରୁ ଭୟଙ୍କର ରୋଗ ମଧ୍ୟରୁ ଅନ୍ୟତମ । ଶରୀରରେ ଅନେକ ଖରାପ କୋଷ ଅଛି । ଯେତେବେଳେ ଶରୀର ନୂତନ କୋଷ ତିଆରି କରେ, ପୁରୁଣା କୋଷଗୁଡ଼ିକ ନଷ୍ଟ ହୋଇଯାଏ । କିନ୍ତୁ ଯେତେବେଳେ କର୍କଟ ଶରୀରରେ ପ୍ରବେଶ କରେ, ସେତେବେଳେ ଲୋହିତ ରକ୍ତ କଣିକା ଏବଂ ଶ୍ବେତ ରକ୍ତ କଣିକା ମଧ୍ୟରେ ସନ୍ତୁଳନ ନଷ୍ଟ ହୋଇଯାଇଥାଏ ।
ଖରାପ କୋଷ ଗୁଡିକ ଶରୀରରେ ବୃଦ୍ଧି ହେବା ଦ୍ବାରା ଶୀଘ୍ର ଟ୍ୟୁମର ହୋଇଥାଏ । ଯାହାକି ପରବର୍ତ୍ତr ସମୟରେ କ୍ୟାନ୍ସରର ରୂପ ନେଇଥାଏ । କର୍କଟ ରୋଗକୁ ବିଶ୍ବର ସବୁଠାରୁ ଗମ୍ଭୀର ରୋଗ କହିଲେ ଅତୁକ୍ତି ହେବ ନାହିଁ । ଏହା ସହିତ, ସାରା ବିଶ୍ୱରେ ଲୋକଙ୍କ ମୃତ୍ୟୁ ହେବାର ଏକ ପ୍ରମୁଖ କାରଣ ଭାବରେ କର୍କଟକୁ ବିବେଚନା କରାଯାଏ । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, 2020 ସୁଦ୍ଧା ବିଶ୍ବରେ 6 ଜଣଙ୍କ ମଧ୍ୟରୁ ଜଣେ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିଲେ । ଏନେଇ ଅନୁସନ୍ଧାନକାରୀମାନେ ମଧ୍ୟ ବହୁ ବର୍ଷ ଧରି କର୍କଟ ରୋଗ ଉପରେ ଗବେଷଣା କରିଆସୁଛନ୍ତି । କର୍କଟ ରୋଗର ମୁଖ୍ୟ କାରଣ ହେଉଛି ଆପଣଙ୍କ କୋଷରେ ଥିବା DNAରେ ପରିବର୍ତ୍ତନ । ତେବେ କିଛି ରିସର୍ଚ୍ଚରୁ ଜଣାପଡିଛି ଯେ, ଜେନେଟିକ କାରଣରୁ ମଧ୍ୟ କର୍କଟ ରୋଗ ହୋଇପାରେ ।
ଏହି କାରଣରୁ ଏକ ତୃତୀୟାଂଶ ଲୋକ କ୍ୟାନ୍ସର ପାଇଁ ମୃତ୍ୟୁବରଣ କରିଥାଆନ୍ତି:
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରାୟ 33 ପ୍ରତିଶତ ଲୋକ କ୍ୟାନ୍ସର ଯୋଗୁଁ ପ୍ରାଣ ହରାଇ ଥାଆନ୍ତି । ତମାଖୁ, ମଦ୍ୟପାନ, ଅଧିକ ବଡି ମାସ ଇଣ୍ଡେକ୍ସ (BMI), କମ୍ ଫଳ ଏବଂ ପନିପରିବା ଗ୍ରହଣ ଏବଂ ପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟକଳାପ ନହେବା କାରଣରୁ କ୍ୟାନ୍ସରରେ ପ୍ରାଣ ହୋହରାଉଥିବା ନେଇ ଏକ ରିପୋର୍ଟରେ ଜଣାପଡିଛି ।
କର୍ସିନୋମା ହେଉଛି ଏକ ପ୍ରକାର କର୍କଟ ଯାହା ଚର୍ମରେ କିମ୍ବା ଅନ୍ୟ ଅଙ୍ଗ ଗଠନ କରୁଥିବା ଟିସୁରେ ଆରମ୍ଭ ହୋଇଥାଏ ।
ସାର୍କୋମା ହେଉଛି ହାଡ, ମାଂସପେଶୀ, କାର୍ଟିଲେଜ୍, ରକ୍ତବାହୀ ସହିତ ଜଡିତ ଏକ ପ୍ରକାର କର୍କଟ ରୋଗ ଅଟେ ।
ଲ୍ୟୁକେମିଆ ହେଉଛି ଅସ୍ଥି ମଜାରେ ହେଉଥିବା କର୍କଟ, ଯାହା ରକ୍ତ କଣିକା ସହିତ ଜଡିତ ଅଟେ ।
ଇମ୍ୟୁନୋ ସିଷ୍ଟମ ସହିତ ଜଡିତ କ୍ୟାନ୍ସର ହେଉଛି ଲିମ୍ଫୋମା ଏବଂ ମାଇଲୋମା ।
କ୍ୟାନ୍ସରର ପ୍ରକାରଭେଦ:
- ଆପେଣ୍ଡିକ୍ସ କ୍ୟାନ୍ସର
- ବ୍ଲାଡର କର୍କଟ
- ମସ୍ତିଷ୍କ କର୍କଟ
- ହାଡ କର୍କଟ
- ସ୍ତନ କର୍କଟ
- ଗର୍ଭାଶୟ କର୍କଟ
- କୋଲନ୍ କିମ୍ବା କଲୋରେକ୍ଟାଲ୍ କର୍କଟ
- ଡୁଓଡେନାଲ୍ କର୍କଟ
- କାନ କର୍କଟ
- ଏଣ୍ଡୋମେଟ୍ରିଆଲ୍ କର୍କଟ
- ଏସୋଫେଜାଲ୍ କର୍କଟ
- ହାର୍ଟ କ୍ୟାନ୍ସର
- ଗଲ୍ ବ୍ଲାଡର କର୍କଟ
- କିଡନୀ କର୍କଟ
- ଲୋରିଜିୟଲ କର୍କଟ
- ଲ୍ୟୁକେମିଆ
- ଓଠ କର୍କଟ
- ଯକୃତ କର୍କଟ
- ଫୁସଫୁସ କର୍କଟ
- ଲିମ୍ଫୋମା
- ମେସୋଥେଲିଓମା
- ମାଇଲୋମା
- ଓଭାରିନ୍ କର୍କଟ
- ଅଗ୍ନାଶୟ କର୍କଟ
- ପେନାଇଲ୍ କର୍କଟ
- ପ୍ରୋଷ୍ଟେଟ କ୍ୟାନ୍ସର
- ରେକ୍ଟଲ କ୍ୟାନ୍ସର
- ଚର୍ମ କର୍କଟ
- ସ୍ପଲୀନ କ୍ୟାନ୍ସର
- ପେଟ ବା ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର
- ଟେଷ୍ଟିକୁଲାର କ୍ୟାନ୍ସର
- ଥାଇରଏଡ୍ କର୍କଟ
- ଗର୍ଭାଶୟ କର୍କଟ
- ଯୋନୀ କର୍କଟ
କୁହାଯାଏ କର୍କଟ ଏଭଳି ଏକ ରୋଗ ଯାହା ଅକାଳରେ ମଣିଷର ଜୀବନ ନେଇଯାଇଥାଏ । ଯକୌଣସି ପ୍ରକାରର କର୍କଟ ମଧ୍ୟ ବିପଦଜ୍ଜନକ ଅଟେ। କିନ୍ତୁ ଯଦି ପ୍ରଥମ ଷ୍ଟେଜରେ ରୋଗ ବିଷୟରେ ଅବଗତ ହୋଇପାରିବା ତାହେଲେ କ୍ୟାନ୍ସରକୁ କିଛି ମାତ୍ରାରେ ମାତ ଦେଇପାରିବା।