ETV Bharat / sukhibhava

ଏହି ସବୁ ଲକ୍ଷଣ ଅଛି କି ? ରୁହନ୍ତୁ ସତର୍କ, ହୋଇପାରେ ଭିଟାମିନ୍ B12 ଏବଂ B9 ଅଭାବ - ସ୍ବାସ୍ଥ୍ୟ ଖବର

ଅନ୍ୟାନ୍ୟ ରୋଗ ପରି ଶରୀରର ଭିଟାମିନ୍ ଅଭାବ ମଧ୍ୟ କେତେକ ସଙ୍କେତ ଦେଖାଇଥାଏ । ଏହି ସବୁ ଲକ୍ଷଣ ଦେଖାଗଲେ ଆଦୌ କରନ୍ତୁନି ଅବହେଳା । ଅଧିକ ପଢନ୍ତୁ

vitamin b12
vitamin b12
author img

By

Published : Mar 12, 2023, 9:06 AM IST

ହାଇଦ୍ରାବାଦ: ମାନବ ଶରୀରରେ ଭିଟାମିନ୍‌ ଅଭାବ ଏକ ରୋଗ ହୋଇନପାରେ, ମାତ୍ର ଏହା ଧୀରେ ଧୀରେ ଜଣେ ବ୍ୟକ୍ତିଙ୍କୁ ରୋଗାଗ୍ରସ୍ତ କରିପାରେ । କାରଣ ଆମ ଶରୀରର ଭିଟାମିନ୍, ମିନେରାଲ୍ସ ଏବଂ ପ୍ରୋଟିନ୍ ସାହାଯ୍ୟରେ ପରିଚାଳିତ ହୋଇଥାଏ । ଭିଟାମିନ୍ ଶରୀରକୁ ଦୃଢ ଓ ସୁସ୍ଥ ରଖେ । ବିଭିନ୍ନ କାର୍ଯ୍ୟ କରିବା ଏବଂ ମାନସିକ ସ୍ଥିତି ସନ୍ତୁଳନ ରଖେ । ମାତ୍ର ଏହାର ଅଭାବ ବେଳେ ବେଳେ ରୋଗ ସୃଷ୍ଟି କରିପାରେ । ତେବେ ଭିଟାମିନ୍ ଅଭାବରୁ କେଉଁ କେଉଁ ରୋଗ ହୋଇଥାଏ ଏବଂ କେଉଁ ସବୁ ଲକ୍ଷଣ ଭିଟାମିନ୍ ଅଭାବ କାରଣରୁ ଦେଖାଯାଏ, ଜାଣନ୍ତୁ

ଭିଟାମିନ୍ ଅଭାବର ବିଭିନ୍ନ ଲକ୍ଷଣ ମଧ୍ୟରୁ ଜିଭରେ ଘା' କିମ୍ବା କିଛି ସମସ୍ୟା ହେବା ଅନ୍ୟତମ । ଏହି ସମସ୍ୟା ସାଧାରଣ ହେଲେ ମଧ୍ୟ ଅଣଦେଖା କାରଣରୁ ବେଳେ ବେଳେ ଗମ୍ଭୀର ହୋଇପାରେ । ଜିଭରେ କୁଞ୍ଚନ, ଛିଣ୍ଡିଯିବା ଭଳି ଦେଖାଯିବା, ଜିଭ ଫାଟିବା ଏବଂ ଘା' ଗମ୍ଭୀର ସଙ୍କେତ ହୋଇପାରେ । ଭିଟାମିନ୍ B12, ଭିଟାମିନ୍ B9(ଫୋଲେଟ୍) ଏବଂ ଫେରିଟିନ୍(ଏକ ପ୍ରୋଟିନ୍ ଯାହା ଲୌହରେ ଗଚ୍ଛିତ) ଅଭାବ କାରଣରୁ ଦେଖାଯାଏ ।

ଏହି କାରଣରୁ ଖାଦ୍ୟ ଗ୍ରହଣରେ ନାନା ସମସ୍ୟା ହୋଇଥାଏ । ମସଲା ଯୁକ୍ତ ଖାଦ୍ୟ ଖାଇବା ସମୟରେ ପାଟିରେ ଜ୍ବଳନ ମଧ୍ୟ ହୁଏ । ଏଥିପାଇଁ ଡାକ୍ତରମାନେ ସାଇଟ୍ରସ୍ ଏବଂ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି । ଏହି ସମସ୍ୟା କ୍ଷେତ୍ରରେ ପାଟିର ସ୍ୱଚ୍ଛତା ବଜାୟ ରଖିବା ନିହାତି ଜରୁରୀ । ଦନ୍ତ ଚିକିତ୍ସକଙ୍କ ସହିତ ମଧ୍ୟ ପରାମର୍ଶ କରାଇବା ଉଚିତ୍ । ଏଥିପାଇଁ ଚିକିତ୍ସା ଥିଲେ ମଧ୍ୟ ଖାଦ୍ୟରେ କେତେକ ପରିବର୍ତ୍ତନ ଏବଂ ଭିଟାମିନ୍ ଗ୍ରହଣ ଦ୍ବାରା ଜିଭ ସମସ୍ୟା ଦୂର ହୋଇଥାଏ ।

ଜିଭ ଘା' ବା ସମସ୍ୟା ପାଇଁ ଭିଟାମିନ୍ B12 ଥିବା ସପ୍ଲିମେଣ୍ଟ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଶରୀରରେ ଭିଟାମିନ୍ B12 ଅଭାବରୁ ହିଁ ଜିଭ ସମସ୍ୟା ହୋଇଥାଏ । ତେଣୁ ମାଛ, ମାଂସ, ଅଣ୍ଡା, କ୍ଷୀର, ପନିର, ଶସ୍ୟଜାତୀୟ ଖାଦ୍ୟ ଖାଇବା ଉଚିତ୍ । ପୁଷ୍ଟିକର ଆବଶ୍ୟକତା ପୂରଣ କରିବା ପାଇଁ ଯଦି ଖାଦ୍ୟ ପର୍ଯ୍ୟାପ୍ତ ନୁହେଁ ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଟାବଲେଟ୍ ଫର୍ମରେ ଥିବା ସପ୍ଲିମେଣ୍ଟ ମଧ୍ୟ ଗ୍ରହଣ କରିପାରିବେ ।

ସେହିପରି ଭିଟାମିନ୍ ବି9 ଫୋଲେଟ୍ ଭାବରେ ମଧ୍ୟ ଜଣାଶୁଣା । ଏହି ଭିଟାମିନ୍‌ ଅଭାବକୁ ପୂରଣ କରିବା ପାଇଁ ସ୍ପ୍ରାଉଟ୍ସ, ଛୋଲେ, ବିନ୍ସ ଏବଂ ପତ୍ରଯୁକ୍ତ ସବୁଜ ପନିପରିବା ଯେପରିକି କୋବି, କାଲେ, ଶାଗ ଏବଂ ବିଶେଷ କରି ପାଳଙ୍ଗ ଶାଗ ଇତ୍ୟାଦି ଅଧିକ ମାତ୍ରାରେ ସେବନ କରନ୍ତୁ । ଫୋଲେଟ୍ ସ୍ତର ବଢାଇବା ପାଇଁ ଫୋଲିକ୍ ଏସିଡ୍ ଟାବଲେଟ୍ ମଧ୍ୟ ବ୍ୟବହାର କରିହେବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.