ETV Bharat / sukhibhava

Job Interview Tips: ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ମନରେ ଭୟ ରହୁଛି କି ? ଏହି ଟିପ୍ସ ଆପଣାଇଲେ ବଢିବ ମନୋବଳ - ଇଣ୍ଟରଭ୍ୟୁକୁ ଟ୍ପିସ

ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ମନରେ ଭୟ ରହୁଛି କି ? ପ୍ରତ୍ୟାଖ୍ୟାନର ଶିକାର ହେବାକୁ ପଡିବ ବୋଲି ଭାବୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଟିପ୍ସ

Job Interview Tips
Job Interview Tips
author img

By ETV Bharat Odisha Team

Published : Aug 26, 2023, 11:29 AM IST

ହାଇଦ୍ରାବାଦ: ପାଠ ପଢି ଭଲ ଚାକିରି କରିବା ସମସ୍ତଙ୍କର ସ୍ବପ୍ନ ରହିଥାଏ । ବେଳେବେଳେ ଅକ୍ଲାନ୍ତ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳେ ନାହିଁ । ବହୁ ଉଦ୍ୟମ ସତ୍ତ୍ବେ ପସନ୍ଦର ଚାକିରି ମିଳେନି । କମ୍ପାନୀ ପକ୍ଷରୁ ପ୍ରତ୍ୟାଖ୍ୟାନର ଶିକାର ହେବାକୁ ପଡେ । ଯେତେବେଳେ ଏକ କମ୍ପାନୀ ପକ୍ଷରୁ ଫୋନ କଲ୍ ଆସେ ସେତେବେଳେ ମନରେ ଉତ୍ସାହ ଆସିବା ସହିତ ଭୟ ମଧ୍ୟ ରହିଥାଏ । ଇଣ୍ଟରଭ୍ୟୁ ପାଇଁ ଯିବା ସମୟରେ ସ୍ପନ୍ଦନ ବଢିଥାଏ । ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଆପଣାନ୍ତୁ ଏହି ଟିପ୍ସ

⚛ ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ମନରେ ଅନେକ ପ୍ରଶ୍ନ ଆସିଥାଏ । କିଏ ପ୍ରଶ୍ନକୁ ନେଇ ଭୟ କରେ ତ ଆଉ କିଏ ଲୋକଙ୍କୁ ସାମ୍ନା କରିବାରେ । ଏପରି ସ୍ଥଳେ ପ୍ରଥମେ ଇଣ୍ଟରଭ୍ୟୁ ଦେବାକୁ ଥିବା କମ୍ପାନୀ ବିଷୟରେ ଭଲ ଭାବେ ଅବଗତ ହେବା ଆବଶ୍ୟକ । ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସହିତ କଥା ହେବା ଉଚିତ୍ । କାରଣ ସେଠାରେ କାମ କରୁଥିବା କର୍ମଚାରୀଙ୍କ ସହିତ କଥା ହୋଇ ମନରେ ଥିବା ପ୍ରଶ୍ନ ପଚାରିବା ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: Interview Tips: ଶତ ଚେଷ୍ଟା ପରେ ଚାକିରି ମିଳୁନଥିଲେ କଣ କରିବେ, ଜାଣନ୍ତୁ

⚛ କିଛି ବ୍ୟକ୍ତି ଇଣ୍ଟଭ୍ୟୁକୁ ଯିବା ପୂର୍ବରୁ ଖାଦ୍ୟ ଖାଆନ୍ତି ନାହିଁ । ଫଳରେ ଉତ୍ସାହ କମି ଯାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ଜଳଖିଆ ଖାଇକି ଯିବା ଦ୍ବାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ । ମସ୍ତିଷ୍କ ମଧ୍ୟ ଆକ୍ଟିଭ ରହିଥାଏ । କିଛି କରି ଦେଖାଇବା ପାଇଁ ମନୋବଳ ବଢିଥାଏ ।

⚛ ଯଦି ଆପଣ ଚାକିରିକୁ ନେଇ ବିବ୍ରତ ରହିଥାଆନ୍ତି ଏଭଳି ସ୍ଥଳେ ପ୍ରଥମେ ଆପଣ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କ ସହ କଥା ହୁଅନ୍ତୁ । ଅନ୍ୟ କାହାରିକୁ ମନର କଥା ସେୟାର କରିବା ଦ୍ବାରା ଚାପ ଅନେକ ମାତ୍ରାରେ ହ୍ରାସ ପାଇଥାଏ । ମନରୁ ଖରାପ ଭାବନା ଦୂର ହୋଇଥାଏ ।

⚛ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ପ୍ରଥମେ ଦର୍ପଣ ଆଗରେ ଅଭ୍ୟାସ କରନ୍ତୁ । ଫଳରେ ମନୋବଳ ବୃଦ୍ଧି ପାଇବ ।

⚛ ବିଶେଷଜ୍ଞମାନେ କହିଛନ୍ତି ଯେ, ଚାପ, ଚିନ୍ତା ଏବଂ ଦୁଃଶ୍ଚିନ୍ତା ପରି ମାନସିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେଥିରୁ ବାହାରି ଆସିବା ବୁଦ୍ଧିମାନର କାମ । ପସନ୍ଦର କାର୍ଯ୍ୟ କରିବା ଦ୍ବାରା ଚାପ ଦୂର ହୋଇଥାଏ । ବିଫଳତା ହିଁ ସଫଳତାର ଚାବିକାଠି ବୋଲି ଭାବିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.