ETV Bharat / sukhibhava

Cough Syrup: କଫ୍‌ ସିରପ୍‌ କେବଳ ଶିଶୁଙ୍କୁ ନୁହଁ ବୟସ୍କଙ୍କ ପାଇଁ ବି ବିପଜ୍ଜନକ

author img

By

Published : Jun 20, 2023, 4:25 PM IST

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ, କଫ୍‌ସିରପରେ ଡାଇଥାଇଲନ୍ ଏବଂ ଏଥିଲିନ ଗ୍ଲାଇକଲ୍ ରହିଛି । ଏହାକୁ ଅଧିକ ଗ୍ରହଣ କଲେ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଜାଣନ୍ତୁ କଫସିରପ ଦ୍ବାରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡିପାରେ ।

Cough Syrup
Cough Syrup

ହାଇଦ୍ରାବାଦ: ପ୍ରାୟତଃ ଯେତେବେଳେ କାଶ କା କଫ ଜମିଥାଏ ସମସ୍ତେ ବେନାଡ୍ରିଲ୍, ଚେଷ୍ଟ୍ରନ୍, ହନିଟସ୍, ଆସ୍କୋରିଲ୍ ପରି କଫସିରପ୍ ଖାଇଥାଆନ୍ତି।କଫସିରପ ମଧ୍ୟ ଆମ ସମସ୍ତଙ୍କ ପାଇଁ ଏକ ସାଧାରଣ ଔଷଧ। କିନ୍ତୁ ଆପଣ ଜାଣନ୍ତି କି କଫସିରପର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। କିଛି ଲୋକ ଶୋଇବା ପାଇଁ କଫସିରପ ମଧ୍ୟ ପିଇଥାନ୍ତି, କିନ୍ତୁ କାଶ ବା କଫ ବିନା କଫସିରପ ପିଇବା ଦ୍ବାରା ଶରୀରକୁ ସାଂଘାତିକ ପରିଣାମର ସାମ୍ନା କରିବାକୁ ପଡିପାରେ ବୋଲି ଏକ ରିପୋର୍ଟରେ ଜଣାପଡିଛି। ବେଳେବେଳେ କଫସିରପ ମଧ୍ୟ ସାଂଘାତିକ ପ୍ରମାଣ କରିପାରେ। ସେଥିପାଇଁ କୌଣସି ସିରପ କିମ୍ବା ଔଷଧ ଖାଇବା କିମ୍ବା କେଉଁ ଡୋଜ ଗ୍ରହଣ କରିବା ବିଷୟରେ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଆବଶ୍ୟକ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ, କଫସିରପରେ ଡାଇଥାଇଲନ୍ ଏବଂ ଏଥିଲିନ ଗ୍ଲାଇକଲ୍ ରହିଛି । ଏହାକୁ ଅଧିକ ଗ୍ରହଣ କଲେ ଶରୀର ପାଇଁ କ୍ଷତିକାରକ ହୋଇପାରେ ।

କଫସିରପର ପାର୍ଶ୍ବପ୍ରତିକ୍ରିୟା: ସର୍ବଦା କଫ୍‌ ସିରପ ଖାଇବା ଆଗରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ନିଜ ଇଚ୍ଛା ମୁତାବକ କଫ୍‌ ସିରପ ଗ୍ରହଣ କରିବା ଦ୍ବାରା ଶରୀରରେ ଅନେକ ପ୍ରକାର ସାଇଡ ଇଫେକ୍ଟ ବା ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥାଏ । କଫ୍‌ ସିରପର ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦସ୍ପନ୍ଦନ ବୃଦ୍ଧି, ମୁଣ୍ଡ ବୁଲାଇବା, ଦୁର୍ବଳ ଅନୁଭବ, ଦୃଷ୍ଟିଶକ୍ତି ହ୍ରାସ, ବାନ୍ତି, ଶୋଇବାରେ ଅସୁବିଧା, ମୁଣ୍ଡବିନ୍ଧା ହୋଇଥାଏ । ଏହାସହ ଅତ୍ୟଧିକ କଫ୍‌ ସିରପ ହାର୍ଟକୁ କ୍ଷତି ପହଞ୍ଚାଏ । ଯଦି ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ଦୀର୍ଘ ସମୟ ଧରି ରହିଥାଏ, ତାହାଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

କେମିତି କରିବେ କଫସିରପର ବ୍ୟବହାର: ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଆପଣ ନିଜ କାଶକୁ ନିଜେ ଚିକିତ୍ସା କରୁଛନ୍ତି, ତେବେ କୌଣସି ଔଷଧ କିମ୍ବା ସିରପ ନେବା ପୂର୍ବରୁ ଏଥିରେ ଲେଖାଥିବା ପାଠ୍ୟକ୍ରମକୁ ପଢିବା ଉଚିତ । ଏହା ମନେ ରଖିବାକୁ ହେବ ଯେ, କଫ୍‌ ସିରପର ମାତ୍ରା ଆପଣଙ୍କ ବୟସ, ଚିକିତ୍ସା ଅବସ୍ଥା ଏବଂ ଚିକିତ୍ସା ଉପରେ ନିର୍ଭର କରେ ।

  • ଔଷଧ ଡବାରେ ଲେଖାଯାଇଥିବା ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ
  • ଡାକ୍ତରଙ୍କ ପରାମର୍ଶରେ ସିରପ କିମ୍ବା ଔଷଧ ନିଅନ୍ତୁ
  • ଡାକ୍ତରଙ୍କୁ ଆପଣଙ୍କର ଡୋଜ ପଚାରନ୍ତୁ
  • ସର୍ବଦା ଏହାର ପରିମାଣକୁ ମାପି ଖାଆନ୍ତୁ
  • ବୟସ ଅନୁଯାୟୀ ଡୋଜ ନିଅନ୍ତୁ

ଔଷଧ ସତ୍ତ୍ୱେ ଯଦି ଆପଣଙ୍କର ଲକ୍ଷଣ ଏକ ସପ୍ତାହ ମଧ୍ୟରେ ଉନ୍ନତି ନହୁଏ, କିମ୍ବା ଆପଣ ଅନ୍ୟାନ୍ୟ ଲକ୍ଷଣ ଅନୁଭବ କରନ୍ତି ଯେପରିକି ମୁଣ୍ଡବିନ୍ଧା, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ। ଔଷଧ ଖାଇବା ପରେ, ଯଦି ଆପଣଙ୍କର ହୃଦସ୍ପନ୍ଦନ ବଢେ ସ୍ନାୟୁ, ପରିସ୍ରାରେ ଯଦି କୌଣସି ପରିବର୍ତ୍ତନ ହୁଏ, ତେବେ ତୁରନ୍ତ ଔଷଧ ବନ୍ଦ କରିବା ଆବଶ୍ୟକ।

କଫ୍‌ ସିରପ ବିନା କାଶ ପାଇ ଆଉ କଣ ବ୍ୟବହାର କରିବେ :

  1. ଘରୋଇ ଉପଚାରରେ, ଆପଣ ଅଦା ରସ, ମହୁ ଏବଂ ଗରମ ସୁପ୍ ପିଇପାରିବେ, ଏହା ତୁରନ୍ତ ଆରାମ ଦେଇପାରେ
  2. ଉଷୁମ ପାଣି, ଗରମ ସୁପ୍, ଚା' ଇତ୍ୟାଦି ପିଇବା ଦ୍ବାରା ମଧ୍ୟ ଏଥିରୁ ଆରାମ ମିଳିଥାଏ
  3. ଆପଣ ବାଷ୍ପ ନେଇପାରିବେ, ଏହା ଗଳାରେ ଶୁଷ୍କତାକୁ ଦୂର କରିଥାଏ
  4. ଲୁଣ ପାଣିରେ ଗାର୍ଗଲ୍ କରନ୍ତୁ, ଏହାଦ୍ୱାରା ଗଳାର ଯନ୍ତ୍ରଣା ଏବଂ ଫୁଲା କମିଯାଇଥାଏ

Disclaimer: ଏହି ଆର୍ଟିକଲରେ ଦିଆଯାଇଥିବା ବିଧିକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.