ETV Bharat / sukhibhava

Sweet Potato Benefits: ମଧୁମେହଠୁ ଆଖିରୋଗ ରକ୍ତଚାପ ନିୟନ୍ତ୍ରଣ କରେ କନ୍ଦମୂଳ - ସ୍ବାସ୍ଥ୍ୟ ଖବର

ମଧୁମେହ ରୋଗୀ ଆଳୁ ଖାଉନଥିଲେ ମଧ୍ୟ କନ୍ଦମୂଳ ସେମାନଙ୍କ ପାଇଁ ଲାଭଦାୟକ ବୋଲି ଜାଣନ୍ତି କି ? ଏହା ମଧୁମେହ ସମେତ ଅନେକ ରୋଗକୁ ନିୟନ୍ତ୍ରଣ କରିଥାଏ(Sweet Potato Benefits) । ଅଧିକ ପଢନ୍ତୁ

Sweet Potato Benefits: ମଧୁମେହଠୁ ଆଖିରୋଗ ରକ୍ତଚାପ ନିୟନ୍ତ୍ରଣ କରେ କନ୍ଦମୂଳ

author img

By

Published : Nov 25, 2022, 1:21 PM IST

ହାଇଦ୍ରାବାଦ: ସାଧାରଣତଃ ମଧୁମେହ(Diabetes) ରୋଗୀ ଆଳୁ ଖାଇବାଠୁ ଦୂରେଇ ରହନ୍ତି । କୁହାଯାଏ ଆଳୁ ଖାଇବା ଦ୍ୱାରା ଚିନି ସ୍ତର ବଢିଥାଏ, କାରଣ ଏଥିରେ ବହୁ କ୍ୟାଲୋରୀ ଏବଂ ଷ୍ଟାଚ୍ ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇନଥାଏ । ତେବେ କହି ରଖୁଛୁ, ଷ୍ଟାଚ୍(Starch) ହେଉଛି ଏକ ନରମ, ଧଳା, ସ୍ୱାଦହୀନ ପାଉଡର ଯାହା ଥଣ୍ଡା ପାଣି, ମଦ୍ୟପାନ କିମ୍ବା ଅନ୍ୟାନ୍ୟ ଦ୍ରବଣରେ ମିଳିଥାଏ । ତେବେ ଜାଣନ୍ତି କି ? ଏପରି ଏକ ଆଳୁ ଅଛି ଯାହାକୁ, ଡାଇବେଟିସ ରୋଗୀ ଖାଇପାରିବେ ।

ଏହି ଆଳୁ ହେଉଛି ମିଠା ଆଳୁ(Sweet Potato) ବା କନ୍ଦମୂଳ । ଏହାର ନାମ ମିଠା ସତ, କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ତେବେ ଆସନ୍ତୁ ଜାଣିବା କନ୍ଦମୂଳ ମଧୁମେହ ଏବଂ ଅନ୍ୟାନ୍ୟ ରୋଗୀଙ୍କ ପାଇଁ କେତେ ଉପକାରୀ...

କନ୍ଦମୂଳରେ କ୍ୟାଲୋରୀ ପରିମାଣ କମ୍, ଯେଉଁ କାରଣରୁ ମଧୁମେହ ରୋଗୀ ଏହାକୁ ସୁରକ୍ଷିତ ଭାବରେ ଖାଇପାରିବେ । ଏହା ଅନେକ ଆକାରର ଏବଂ ବିଭିନ୍ନ ରଙ୍ଗର ହୋଇଥାଏ । ସାଧାରଣତ କଞ୍ଚା କନ୍ଦମୂଳ ଲାଲ ରଙ୍ଗର ହୋଇଥାଏ । ପରବର୍ତ୍ତୀ ସମୟରେ ଏହାର ରଙ୍ଗ ବଦଳିଯାଏ, କନ୍ଦମୂଳ ଶୀତଦିନରେ ପ୍ରଚୁର ପରିମାଣରେ ମିଳିଥାଏ ।

କନ୍ଦମୂଳରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ରହିଥାଏ । 200 ଗ୍ରାମ କନ୍ଦମୂଳରେ 180 କ୍ୟାଲୋରୀ, 4 ଗ୍ରାମ ପ୍ରୋଟିନ୍, 6.6 ଗ୍ରାମ ଫାଇବର ଏବଂ 41.4 ଗ୍ରାମ କାର୍ବୋହାଇଡ୍ରେଟ୍ ମିଳିଥାଏ । ଏହା କେବଳ ମଧୁମେହରେ ନୁହେଁ ହୃଦ୍ ରୋଗର ପ୍ରତିରୋଧ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ରକ୍ତରେ ଶର୍କରା ହାର କମ୍ କରେ କନ୍ଦମୂଳ:-

ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଥାଏ । କନ୍ଦମୂଳରେ ଥିବା ଉପାଦାନ ଗୁଡ଼ିକ ରକ୍ତରେ ଶର୍କରା ପରିମାଣ ବୃଦ୍ଧି କରିବାକୁ ଦେଇନଥାଏ ଏବଂ ପ୍ରାକୃତିକ ଉପାୟରେ ଇନସୁଲିନ୍ ବୃଦ୍ଧି କରିଥାଏ । ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୋଗୁଁ ଶର୍କରାର ଶୀଘ୍ର ଅବଶୋଷଣରେ ସାହାଯ୍ୟ କରେ । ସେଥିପାଇଁ ମଧୁମେହ ରୋଗୀମାନେ ମଧ୍ୟ ଏହାକୁ ଖାଇପାରିବେ ।

ରକ୍ତଚାପ କମ୍ କରେ କନ୍ଦମୂଳ:-

କନ୍ଦମୂଳରେ ପୋଟାସିୟମ ମଧ୍ୟ ଥାଏ, ତେଣୁ ଏହା ଉଚ୍ଚ ରକ୍ତଚାପରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କନ୍ଦମୂଳ ଖାଇବା ଦ୍ୱାରା ହୃଦରୋଗ ଭଲ ହୋଇପାରିବ । ଏହା ଶରୀରରୁ ଖରାପ କୋଲେଷ୍ଟ୍ରଲ ହ୍ରାସ କରିଥାଏ ।

ଆଖି ପାଇଁ ଲାଭଦାୟକ କନ୍ଦମୂଳ:-

ଏଥିରେ ଅନେକ ଭିଟାମିନ୍ ମିଳିଥାଏ, ଯେଉଁଥିପାଇଁ ଏହା ଆଖି ପାଇଁ ଲାଭଦାୟକ । କନ୍ଦମୂଳରେ ଅଧିକ ପରିମାଣର ବିଟା କାରୋଟିନ୍ ଥାଏ, ଯାହା ଦୃଷ୍ଟିଶକ୍ତି ପାଇଁ ଲାଭଦାୟକ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ କନ୍ଦମୂଳ ସାହାଯ୍ୟ କରିଥାଏ । ଏହା ସହିତ କନ୍ଦମୂଳ ମଧ୍ୟ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ଏକ ଭୂମିକା ଗ୍ରହଣ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.