ETV Bharat / sukhibhava

ଇନ୍ୟୁମିଟି ବୃଦ୍ଧିଠୁ ଯକୃତ ସ୍ବାସ୍ଥ୍ୟ ବଜାୟ ରଖେ ଗାଜର

author img

By

Published : Mar 31, 2023, 7:59 PM IST

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ରକ୍ତରେ ଶର୍କରା ସ୍ତର ପରିଚାଳନା, ଯକୃତ, ଚର୍ମ ଏବଂ ଆଖି ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଗୋଟିଏ ପରିବା । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ସ୍ବାସ୍ଥ୍ୟ ପାଇଁ ଫଳ ଏବଂ ପନିପରିବା ନିହାତି ଆବଶ୍ୟକ । ବିଶେଷକରି ଋତୁକାଳୀନ ଫଳ, ପନିପରିବା ଖାଇବା ଲାଭଦାୟକ । ଏହି ସବୁ ପରିବା ମଧ୍ୟରୁ ଗାଜର ଅନ୍ୟତମ । ଗାଜରରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ଏହା କେବଳ ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ନାହିଁ, ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ତେବେ ଏଥିରେ କି କି ଉପକାରୀ ଗୁଣ ଭରି ରହିଛି, ଜାଣନ୍ତୁ

ଗାଜରରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ଥାଏ, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରେ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା କ୍ୟାଲୋରୀ ମଧ୍ୟ ବୃଦ୍ଧି ପାଏନାହିଁ । ଗାଜରରେ ଭିଟାମିନ୍ ଏ, ସି ଏବଂ କେ ପ୍ରଚୁର ପରିମାଣରେ ମିଳିଥାଏ । ସେଗୁଡ଼ିକରେ ଲ୍ୟୁଟିନ୍ ଏବଂ ଜିଆକ୍ସାଣ୍ଟିନ୍ ନାମକ କାରୋଟିନଏଡ୍ ପିଗମେଣ୍ଟ ମଧ୍ୟ ଥାଏ, ଯାହା ଶରୀରରେ ମୁକ୍ତ ରେଡିକାଲ୍ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଏହାସହ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ଗାଜର ।

ରୋଗ ପ୍ରତିରୋଧକ ବୃଦ୍ଧି କରେ: ପନିପରିବା ହେଉ କିମ୍ବା ପନିପରିବା ଜୁସ୍, ଉଭୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଗାଜର ଜୁସ୍‌ରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଭିଟାମିନ୍-ଏ ଏବଂ ଭିଟାମିନ୍-ସି ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଥାଏ ।

ରକ୍ତରେ ଶର୍କରା ସ୍ତର ପରିଚାଳନା କରେ: ମଧୁମେହରେ ପୀଡିତ ରୋଗୀଙ୍କ ପାଇଁ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ସହିତ ଖାଦ୍ୟ ଖାଇବା ଆବଶ୍ୟକ । ଏହାର କାରଣ ସେମାନେ ରକ୍ତରେ ଶର୍କରା ସ୍ତର ପରିଚାଳନା କରିବାରେ ସାହାଯ୍ୟ କରନ୍ତି । ଗାଜର ଜୁସ୍‌ରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ।

ଯକୃତ ପାଇଁ ଲାଭଦାୟକ: ଗାଜର ଜୁସ୍‌ରେ ଥିବା କାରୋଟିନଏଡ୍ ସେମାନଙ୍କର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ପାଇଁ ଜଣାଶୁଣା । ଏହା ଯକୃତକୁ ନନ୍-ଆଲକୋହଲ ଫ୍ୟାଟି ଲିଭର ରୋଗ(NAFLD)ରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ଆଖି ପାଇଁ ଲାଭଦାୟକ: ଗାଜରରେ ଥିବା ଅନେକ ଜରୁରୀ ପୋଷକ ତତ୍ତ୍ୱ ଯୋଗୁଁ ଏହା ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଭିଟାମିନ୍-ଏ ଗାଜର ଜୁସ୍‌ରେ ପ୍ରଚୁର ପରିମାଣରେ ମିଳିଥାଏ । ଫଳରେ ଗାଜର ଖାଇବା ଦ୍ବାରା ଆଖି ସ୍ବାସ୍ଥ୍ୟ ଭଲ ରହିଥାଏ । ଗାଜର ଜୁସ୍ ପିଇବା ଦ୍ୱାରା ବୟସ ସମ୍ବନ୍ଧୀୟ ରୋଗ 'ମାକୁଲାର ଡିଜେରେସନ୍' ହେବାର ଆଶଙ୍କା ହ୍ରାସପାଏ ଏବଂ ଆଖି ସହ ଜଡିତ ଅନ୍ୟାନ୍ୟ ସମସ୍ୟାର ସମ୍ଭାବନା ମଧ୍ୟ କମିଯାଏ ।

ଚର୍ମ ପାଇଁ ଲାଭଦାୟକ: ଗାଜର ଜୁସ୍‌ରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ମିଳିଥାଏ ଏବଂ ଭିଟାମିନ୍-ସି ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ । ଭିଟାମିନ୍ ସି ଚର୍ମକୁ ଫ୍ରି ରେଡିକାଲ୍ କ୍ଷତିରୁ ରକ୍ଷା କରିଥାଏ । ଗାଜର ଜୁସ୍‌ରେ ଉପସ୍ଥିତ ଥିବା କାରୋଟିନଏଡଗୁଡିକ ମିଳିଥାଏ, ଯାହା ଚର୍ମକୁ ଅତିବାଇଗଣୀ ରଶ୍ମୀ ପ୍ରଭାବରୁ ରକ୍ଷା କରିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.