ହାଇଦ୍ରାବାଦ: ଫିଟନେସ୍ ସଉକ ରଖିଥିବା ଲୋକମାନଙ୍କ ମଧ୍ୟରେ ପ୍ରୋଟିନ ସେକ ଏକ ମୁଖ୍ୟ ପାନୀୟ ବା ଖାଦ୍ୟ ରହିଛି । ସମୟ ଅନୁସାରେ ପ୍ରତ୍ୟେକଙ୍କ ଘରେ ପ୍ରୋଟିନ ସେକ ବ୍ୟବହାର କରାଯାଉଛି । ଓ୍ବାର୍କଆଉଟ କରିବା ପରେ ଅନେକ ଲୋକ ପ୍ରୋଟିନ ସେକ ପିଇବା ପାଇଁ ପସନ୍ଦ କରୁଛନ୍ତି । ଏହି ସଉକରେ ବଡ ଠାରୁ ଆରମ୍ଭ କରି ଛୋଟ ଛୁଆ ସମସ୍ତେ ସାମିଲ ହେଉଛନ୍ତି । ପ୍ରତିଦିନ ପ୍ରୋଟିନ ସେକ ପିଇବା ଦ୍ବାରା ମାଂସପେଶୀ ବୃଦ୍ଧି ପାଇବା ସହ ଫିଟନେସ ରହିଥାଏ ବୋଲି ସମସ୍ତେ ଏହାକୁ ପିଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ ଲାଭଦାୟକ କି ?
ଏହି ପ୍ରଶ୍ନ ଉଠିଛି କାରଣ ଏକ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ, ବ୍ରିଟେନରେ ଜଣେ 16 ବର୍ଷୀୟ ବାଳକ ପ୍ରୋଟିନ ସେକ ପିଇବା ପରେ ମୃତ୍ୟୁ ହୋଇଛି । ଏହି ଘଟଣା 2020 ମସିହାର ହୋଇଥିବା ବେଳେ ଏହାକୁ ନେଇ ଅନେକ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରୁ ଜଣାପଡିଛି ଯେ ପ୍ରୋଟିନ୍ ସେକରେ ରହିଥିବା କିଛି ଉପାଦାନ ଜେନେଟିକ୍ କଣ୍ଡିସନ ଉପରେ ପ୍ରଭାବ ପକାଇଥାଏ । ଫଳରେ ଅନେକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥାଏ।
ଏହି ମାମଲା 2020 ମସିହାର ହୋଇଥିବା ବେଳେ ପ୍ରୋଟିନ ସେକ ପିଇବାର 3 ଦିନ ପରେ ବାଳକର ମୃତ୍ୟୁ ହୋଇଥିଲା । ମସ୍ତିଷ୍କରେ ଷ୍ଟ୍ରୋକ ହେବା କାରଣରୁ ମୃତ୍ୟୁ ହୋଇଥିବା ନେଇ ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରୋଟିନ୍ ସେକ ଦ୍ୱାରା କିଶୋରମାନଙ୍କ ଠାରେ ଅର୍ନିଥିନ୍ ଟ୍ରାନ୍ସକାରବାମିଲେଜ୍ (OTC) ଅଭାବ ହେବା ସହ ଏକ ବିରଳ ଜେନେଟିକ୍ ସ୍ଥିତି ସୃଷ୍ଟି କରିଥିଲେ । ଏହାପରେ ପ୍ରୋଟିନ ସେକ ତିଆରି କମ୍ପାନୀ ଗୁଡିକୁ ବୋଟଲରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚେତାବନୀ ଦେବା ପାଇଁ କୁହାଯାଇଛି ।
ରକ୍ତରେ ଆମୋନିଆ ବଢିବା କାରଣରୁ ମୃତ୍ୟୁ: ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ପ୍ରୋଟିନ୍ ଜରୁରୀ । ତଥାପି, ଯେକୌଣସି ପୁଷ୍ଟିକର ଖାଦ୍ୟ ପରି, ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ । ଯଦି ପ୍ରୋଟିନର ମେଟାବୋଲିଜିମରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ ଆମ ଶରୀରରୁ ବାହାର କରାଯାଇ ନଥାଏ, ତେବେ ଏହା ଶରୀରରେ ସମସ୍ୟା ସୃଷ୍ଟି କରିପାରେ । ଡାକ୍ତରୀ ରିପୋର୍ଟ ଅନୁଯାୟୀ, ଶରୀରରେ ପ୍ରୋଟିନ୍ ବୃଦ୍ଧି ହେତୁ କିଶୋର ଅର୍ନିଥାଇନ୍ ଟ୍ରାନ୍ସକାର୍ବାମିଲେଜ୍ (OTC) ନାମକ ଏକ ବିରଳ ଜେନେଟିକ୍ ଅବସ୍ଥା ସୃଷ୍ଟି ହୋଇଥାଏ । ଏହା ଦ୍ବାରା ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: National Doctors Day: ମରଣ ମୁହଁରୁ ଟାଣି ଦିଅନ୍ତି ନୂଆ ଜୀବନ, ଦ୍ବିତୀୟ ଭଗବାନଙ୍କୁ ସଲାମ
ପ୍ରୋଟିନ ସେକ ପିଇବା ଉଚିତ ନା ନୁହେଁ: ଏହି ମାମଲା ପରେ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ପ୍ରୋଟିନ୍ ସେକ ପିଇବା ପୂର୍ବରୁ ଶରୀର କେତେ ଆବଶ୍ୟକ ତାହା ଜାଣିବା ଉଚିତ୍ । ଜିମ୍ ଯାଉଥିବା ବ୍ୟକ୍ତି ହୁଅନ୍ତୁ କିମ୍ବା ବ୍ୟାୟାମ ବିନା ପ୍ରୋଟିନ୍ ସେକ୍ ପିଉଥିବା ବ୍ୟକ୍ତି ହୁଅନ୍ତୁ, ଅତ୍ୟଧିକ ବ୍ୟବହାର ସମସ୍ତଙ୍କ ପାଇଁ କ୍ଷତିକାରକ ହୋଇପାରେ । ଯଥାସମ୍ଭବ ନାଚ୍ୟୁରାଲ ପ୍ରୋଟିନ୍ ଖାଇବା ଆବଶ୍ୟକ ।
ପ୍ରୋଟିନ ସେକ ପ୍ୟାକେଜିଂ ଉପରେ ଏହି ଚେତାବନୀ ଦିଆଯାଇଛି: ରିପୋର୍ଟରେ ଦର୍ଶାଯାଇଛି ଯେ 2020 ରେ ଉକ୍ତ ବାଳକର ମୃତ୍ୟୁର କାରଣ ଚିହ୍ନଟ ହୋଇପାରି ନାହିଁ କାରଣ ମୃତ୍ୟୁର କାରଣ ଜଣାପଡିବା ପୂର୍ବରୁ ତାଙ୍କ ଅଙ୍ଗ ଦାନ କରାଯାଇଥିଲା । ରିପୋର୍ଟରେ କରୋନର୍ କୁହାଯାଇଛି ଯେ ଯେହେତୁ ଏକ ପ୍ରୋଟିନ୍ ସେକ ଦ୍ବାରା ହିଁ ମସ୍ତିଷ୍କରେ ଟ୍ରିଗର ହୋଇ ମୃତ୍ୟୁ ହୋଇଥିଲା । ତେଣୁ ପ୍ୟାକେଜିଂରେ ଚେତାବନୀ ଦିଆଯିବା ଉଚିତ୍ । ଯଦିଓ OTC ଏକ ବିରଳ ଅବସ୍ଥା । ଏହାକୁ ଗ୍ରହଣ କରିବା ପୂର୍ବରୁ ଆବଶ୍ୟକତା ବିଷୟରେ ଜାଣିବା ପାଇଁ ଚେତାବନୀ ଦିଆଯାଇଛି ।
ଅର୍ନିଥାଇନ୍ ଟ୍ରାନ୍ସକାର୍ବାମିଲେଜ୍ କଣ ? ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବ୍ୟାଖ୍ୟା କରିଛନ୍ତି, ଅର୍ନିଥାଇନ୍ ଟ୍ରାନ୍ସକାର୍ବାମିଲେଜ୍ ଏକ ବିରଳ ବଂଶଗତ ବ୍ୟାଧି ଯାହା ରକ୍ତରେ ଆମୋନିଆ ଜମା ହୋଇଯାଏ । ଏହା ଦ୍ବାରା ରକ୍ତ ବିଷାକ୍ତ ମଧ୍ୟ ହୋଇଥାଏ । ସ୍ନାୟୁ ପ୍ରଣାଳୀରେ ଅତ୍ୟଧିକ ଆମୋନିଆର ପ୍ରଭାବ ସମ୍ବେଦନଶୀଳ ବୋଲି ଜଣାପଡିଛି । ପ୍ରୋଟିନର ଅତ୍ୟଧିକ ଏବଂ ଏହାର କିଛି ବିଶେଷ ଉପାଦାନ ହେତୁ ଏହି ସମସ୍ୟାର ବିପଦ ମଧ୍ୟ ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ