ETV Bharat / sukhibhava

ଭେଣ୍ଡିର ଉପକାରିତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ! କର୍କଟଠୁ ମଧୁମେହ କରିପାରେ ଦୂର

author img

By

Published : May 5, 2023, 4:35 PM IST

ଭେଣ୍ଡିରେ ଗୋଟିଏ ନୁହେଁ ବରଂ ଅନେକ ପ୍ରକାରର ପୁଷ୍ଟିକର ଗୁଣ ଭରି ରହିଛି । କର୍ଟକ ରୋଗୀଙ୍କଠାରୁ ଆରମ୍ଭ କରି ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପାଇଁ ଉପକାରୀ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଔଷଧୀୟ ଗୁଣରେ ଭରପୂର ଏକ ପନିପରିବା ହେଉଛି ଭେଣ୍ଡି । ଏଥିରେ ବହୁତ ଉପକାରୀ ଉପାଦାନ ମିଳିଥାଏ । ନିଶ୍ଚୟ ସବୁଜ ଭେଣ୍ଡି ଦେଖିଥିବେ, ହେଲେ ବେଳେବେଳେ ବଜାରରେ ଲାର୍ ଭେଣ୍ଟି ବିକ୍ରି ହେବାର ନିଶ୍ଚୟ ଦେଖିଥିବେ । ଉଭୟ ପ୍ରକାର ଭେଣ୍ଡିରେ ପୁଷ୍ଟିକର ଗୁଣ ଭରି ରହିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭେଣ୍ଡି ଖାଇବା ଦ୍ବାରା ଅନେକ ରୋଗ ମଧ୍ୟ ଦୂର ହୋଇପାରେ । ତେବେ ଏଥିରେ କି କି ସ୍ବାସ୍ଥ୍ୟ ଉପାଦେୟତା ଗୁଣ ରହିଛି, ଜାଣନ୍ତୁ...

ପୁଷ୍ଟିକର ଭଣ୍ଡାର ଭେଣ୍ଡି

ଗୋଟିଏ ନୁହେଁ ବରଂ ଅନେକ ପ୍ରକାରର ପୁଷ୍ଟିକର ଗୁଣ ଭରି ରହିଛି ଭେଣ୍ଡିରେ । ଏକ ଅଧ୍ୟୟନ ଅନୁଯାୟୀ, ଭେଣ୍ଡିରୁ ପ୍ରୋଟିନ୍, କାର୍ବସ୍, ଡାଏଟାରୀ ଫାଇବର ଉପଲବ୍ଧ । ଆଇରନ୍, କ୍ୟାଲସିୟମ୍, ସୋଡିୟମ୍, ଜିଙ୍କ୍, ପୋଟାସିୟମ୍, ଫସ୍‌ଫରସ୍, କପର୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ମାଙ୍ଗାନିଜ୍ ମଧ୍ୟ ମିଳିଥାଏ ।

କର୍କଟ ରୋଗ ଭଲ କରିପାରିବ ଭେଣ୍ଡି

ରିପୋର୍ଟ ଅନୁଯାୟୀ, ଭେଣ୍ଡିରେ ଲେକ୍ଟିନ୍ ନାମକ ଏକ ସ୍ୱତନ୍ତ୍ର ପ୍ରୋଟିନ୍ ମିଳିଥାଏ । ଏହା କର୍କଟ ରୋଗର ଚିକିତ୍ସାରେ ସାହାଯ୍ୟ କରିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଉପାଦାନ କର୍କଟ କୋଷ ବା ଟ୍ୟୁମରକୁ ବଢିବାରେ ରୋକିଥାଏ । ରିପୋର୍ଟରେ ଦର୍ଶାଯାଇଛି ଯେ, ଭେଣ୍ଡି ଖାଇବା ଦ୍ୱାରା ଫୁସ୍‌ଫୁସ୍‌ କର୍କଟ, ଅଗ୍ନାଶୟ କର୍କଟ, ସ୍ତନ କର୍କଟ, ଲ୍ୟୁକେମିଆ, କଲୋରେକ୍ଟାଲ୍ କର୍କଟ, ପ୍ରୋଷ୍ଟେଟ୍ କର୍କଟ, କିଡନୀ କର୍କଟ, ବ୍ଲାଡର କର୍କଟ, ମସ୍ତିଷ୍କ-ବେକ କର୍କଟ, ଥାଇରଏଡ୍ କର୍କଟ, ମସ୍ତିଷ୍କ ଟ୍ୟୁମର, ଗର୍ଭାଶୟ କର୍କଟ ଭଳି ଅନେକ ପ୍ରକାରର କର୍କଟ ରୋଗରୁ ରକ୍ଷା କରାଯାଇପାରିବ ।

ରକ୍ତରେ ଶର୍କରା ନିୟନ୍ତ୍ରଣ କରେ

ଯେତେବେଳେ ରକ୍ତରେ ଶର୍କରା ବଢିଯାଏ, ସେତେବେଳେ ପ୍ରି-ଡାଇବେଟିସ୍, ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ବଢିଯାଏ । କିନ୍ତୁ ଭେଣ୍ଡି ଖାଇଲେ ଏସବୁ ହୋଇନଥାଏ । ଭେଣ୍ଡି ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରାକୁ ସ୍ୱାଭାବିକ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ହୃଦଘାତକୁ ଏଡାଏ

ଯେଉଁମାନେ ଭେଣ୍ଡି ଖାଆନ୍ତି ସେମାନଙ୍କ ହୃଦ୍‌ଘାତ ହେବାର ଆଶଙ୍କା କମ୍ ଥାଏ । ଲିପିଡ୍ ପ୍ରୋଫାଇଲ୍ ହ୍ରାସ କରିବାର ଗୁଣ ଭେଣ୍ଡିରେ ଥାଏ । ଯଦି ଉଚ୍ଚ କୋଲେଷ୍ଟ୍ରଲ ଏବଂ ଉଚ୍ଚ ଟ୍ରାଇଗ୍ଲିସେରାଇଡର ରୋଗୀମାନେ ଭେଣ୍ଡି ଖାଆନ୍ତି, ତେବେ ସେମାନେ ହୃଦଘାତ, ଉଚ୍ଚ ରକ୍ତଚାପ, ହାର୍ଟ ଫେଲୱେର୍ ଏବଂ ଛାତି ଯନ୍ତ୍ରଣା କରୁଥିବା ରୋଗ ଆଞ୍ଜିନା ଭଳି ହୃଦଘାତ୍‌ର ଆଶଙ୍କାକୁ ହ୍ରାସ କରିଥାଏ ।

ଗର୍ଭାବସ୍ଥାରେ ଭେଣ୍ଡିର ଉପକାର

ଭିଟାମିନ୍ B9 ଭେଣ୍ଡିରେ ମିଳିଥାଏ, ଯାହା ଗର୍ଭାବସ୍ଥାରେ ବହୁତ ଲାଭଦାୟକ । ଯଦି ଗର୍ଭବତୀମାନେ ଭେଣ୍ଡି ଖାଆନ୍ତି, ତେବେ ସେମାନେ ରକ୍ତହୀନତା, ବୃଦ୍ଧି ସମସ୍ୟା, ପେରିଫେରାଲ୍ ନ୍ୟୁରୋପାଥି ସହ ଚିଡ୍‌ଚିଡା ଭଳି ସମସ୍ୟାରୁ ରକ୍ଷା ପାଇପାରିବେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.