ETV Bharat / sukhibhava

Heart Attack: ହୃଦଘାତ ଆସିଲେ ପ୍ରଥମେ କଣ କରିବେ ? ଏହା କଲେ ବଞ୍ଚିପାରେ ଜୀବନ

ହୃଦଘାତ ଆସିଲେ ପ୍ରଥମେ କଣ କରିବେ ? ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ହୃଦଘାତ ଆସିଲେ କିପରି ଜୀବନ ବଞ୍ଚାଇବେ ? ଜାଣନ୍ତୁ...

author img

By ETV Bharat Odisha Team

Published : Sep 12, 2023, 1:00 PM IST

Heart Attack
Heart Attack

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହୃଦଘାତ ମାମଲା । ଉଚ୍ଚ ରକ୍ତଚାପ, ଧୂମପାନ ଏବଂ ଉଚ୍ଚ କୋଲେଷ୍ଟ୍ରଲ୍ର ସହିତ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହୃଦଘାତ ହୋଇଥାଏ । ଧୂମପାନ ହାର୍ଟର ଧମନୀ ଏବଂ ଶିରା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ସହିତ କୋଲେଷ୍ଟ୍ରଲ୍ର ବୃଦ୍ଧି ହୃଦୟର ଧମନୀରେ ଅନେକ ସମସ୍ୟା ସୃଷ୍ଟି କରେ । ଏହା ବ୍ୟତୀତ ହୃଦଘାତର ଅନେକ କାରଣ ହୋଇପାରେ । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏହି ସବୁ ଲକ୍ଷଣ ଯାହା ତୁରନ୍ତ ଦୃଶ୍ୟମାନ ହୁଏ ନାହିଁ କିନ୍ତୁ ହଠାତ୍ ଗମ୍ଭୀର ହୋଇଯାଏ । କିନ୍ତୁ ସଜାଗ ବା ସଚେତନ ରହିବା ସହିତ ସୁସ୍ଥ ଜୀବନଶୈଳୀ ଆପଣାଇବା ଦ୍ବାରା ହୃଦଘାତ ହେବାର କମ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ହୃଦଘାତର ଅନେକ କାରଣ ହୋଇଥାଏ ତେବେ ଜାଣନ୍ତୁ ହୃଦଘାତର ଶିକାର ହେଲେ ପ୍ରଥମେ କଣ କରିବେ...

ହାର୍ଟଆଟାକ ପୂର୍ବରୁ ଦେଖାଯାଏ ଏହି ଲକ୍ଷଣ: ହୃଦୟର ମାଂସପେଶୀରେ ଅକ ଅଂଶରେ ରକ୍ତ ପହଞ୍ଚିବାରେ ବ୍ୟାଘାତ ଦେଖାଦେଲେ ହୃଦଘାତ ସମସ୍ୟା ଦେଖାଯାଇଥାଏ । ସାଧାରଣ ଭାଷାରେ କହିବାକୁ ଗଲେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରିଥାଏ। ତେବେ ଏହା ବ୍ୟତୀତ ମଧ୍ୟ ଅନେକ ପ୍ରକାର ଲକ୍ଷଣ ଦେଖାଯାଇଥାଏ ।

  • ଛାତିରେ ଯନ୍ତ୍ରଣା, ନିଶ୍ବାସ ନେବାରେ ଅସୁବିଧା, ଭାରୀ ଲାଗିବା
  • ଛାତିରେ ଯନ୍ତ୍ରଣା ହୋଇ ପରବର୍ତ୍ତୀ ସମୟରେ ବେକ, ପିଠି ଏବଂ କାନ୍ଧକୁ ବ୍ୟାପିବା
  • ନିଶ୍ବାସ ପ୍ରଶ୍ବାସରେ ଅସୁବିଧା
  • ଅତ୍ୟଧିକ ଝାଳ ବାହାରିବା
  • ଦୁର୍ବଳ ଲାଗିବା ସହିତ ମୁଣ୍ଡ ବୁଲାଇବା
  • ବହୁତ କ୍ଳାନ୍ତ ଅନୁଭବ କରିବା

ହଠାତ ହୃଦଘାତ ଆସିଲେ କଣ କରିବେ:

ଏହା ମଧ୍ୟ ପଢନ୍ତୁ: ରିସର୍ଚ୍ଚରେ ଖୁଲାସା, କୋରୋନା ଟିକା ଏବଂ ହୃଦଘାତ ମଧ୍ୟରେ ନାହିଁ ସମ୍ବନ୍ଧ

ନାଡି ଯାଞ୍ଚ କରିବା ଉଚିତ

କୁହାଯାଏ ହୃଦଘାତ ହଠାତ ହୋଇଥାଏ । ଯଦି ଜଣେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଭୋଗୁଛି ତାହାଲେ ପ୍ରଥମେ ହାତର ନାଡି ଯାଞ୍ଚ କରିବା ଉତିତ୍‌ । ପ୍ରଥମେ କଚୋଟି ଉପରେ ଦୁଇଟି ଆଙ୍ଗୁଠି ରଖି ସ୍ଥିରତାର ସହିତ ସ୍ପନ୍ଦନକୁ ଅନୁଭବ କରିବା ଉଚିତ। ଏହାସହ ଉକ୍ତ ବ୍ଯକ୍ତିଙ୍କର ଛାତିରେ କାନ ଦେଇ ହୃଦୟର ସ୍ପନ୍ଦନକୁ ଅନୁଭର କରନ୍ତୁ। ଯଦି ଆପଣ ନାଡି ଜାଣିପାରୁନାହାନ୍ତି ସେହି କ୍ଷେତ୍ରରେ କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ (CPR) ଆରମ୍ଭ କରବା ଉଚିତ। କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ (ସିପିଆର) କୌଶଳ ଦ୍ୱାରା କାର୍ଡିଆକ୍‍ ଆରେଷ୍ଟ ସମୟରେ ରକ୍ତ ସଞ୍ଚାଳନ ଏବଂ ଚେଷ୍ଟ କମ୍ପ୍ରେସନ୍‍ ମାଧ୍ୟମରେ ହୃତ୍‍ପିଣ୍ଡର ପୁନଃଚଳନ କରାଯାଇଥାଏ। ଏହା ସାଧାରଣ ହୃଦସ୍ପନ୍ଦନ ଫେରିବା ପର୍ଯ୍ୟନ୍ତ ଶରୀରର ବିଭିନ୍ନ ପ୍ରମୁଖ ଅଙ୍ଗକୁ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ। କାର୍ଡିଆକ୍‍ ଆରେଷ୍ଟର ପ୍ରଥମ ୪ ରୁ ୫ ମିନିଟ୍‍ ମଧ୍ୟରେ ଜୀବନ ରକ୍ଷାରେ ସିପିଆର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସିରିଆର ପଦ୍ଧତି ଆପଣାଇ ଜଣଙ୍କର ଜୀବନ ବଞ୍ଚାଯାଇ ପାରିବ। ପ୍ରଥମେ ଏକ ହାତର ଆଙ୍ଗୁଳିକୁ ଅନ୍ୟ ଅକ ହାତର ଆଙ୍ଗୁଠି ସହ ଛନ୍ଦି ଉକ୍ତ ବ୍ୟକ୍ତିର ଛାତିକୁ ପ୍ରେସ କରାଯାଏ । ଏହାଦ୍ବାରା ଉକ୍ତ ବ୍ୟକ୍ତିର ନିଶ୍ବାସ ଚାଲିବାର ସମ୍ଭାବନା ଅଧିକ ରହିଥାଏ । ହୃଦୟ ଏବଂ ମସ୍ତିଷ୍କକୁ ଅମ୍ଳଜାନ ଏବଂ ରକ୍ତ ପହଞ୍ଚିବା ପାଇଁ ଏହି ପଦ୍ଧତି ଗୁରୁତ୍ବପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.