ହାଇଦ୍ରାବାଦ: ୱଲନଟ୍କୁ ଏକ ସୁପର୍ ଡ୍ରାଏ ଫ୍ରୁଟ୍ସ ରୂପେ ବିବେଚନା କରାଯାଏ । ଏହି ଡ୍ରାଏ ଫ୍ରୁଟ୍ସକୁ ଗ୍ରୀଷ୍ମଦିନେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଓମେଗା-3 ଫ୍ୟାଟି ଏସିଡ୍ ୱଲନଟ୍ରୁ ପ୍ରଚୁର ପରିମାଣରେ ମିଳିଥାଏ । ଏହି ଫ୍ୟାଟି ଏସିଡ୍ ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ, ଯାହା ଆମ ଶରୀର ଦ୍ୱାରା ଉତ୍ପନ୍ନ ହୋଇପାରିବ ନାହିଁ । ସୁସ୍ଥ ମସ୍ତିଷ୍କ କାର୍ଯ୍ୟ, ପ୍ରଦାହକୁ ହ୍ରାସ କରିବା ଏବଂ ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏହି ଫ୍ୟାଟି ଏସିଡ୍ଗୁଡିକ ଜରୁରୀ । ତେବେ ଗ୍ରୀଷ୍ମଋତୁରେ କେତେ ପରିମାଣର ୱଲନଟ୍ ଖାଇବା ଉଚିତ୍, ଜାଣନ୍ତୁ...
ୱଲନଟ୍ ମଧ୍ୟ ପ୍ରୋଟିନ୍ ଏବଂ ଫାଇବରର ଏକ ସମୃଦ୍ଧ ଉତ୍ସ । ଉଭୟ ମଧୁମେହ ଏବଂ ହୃଦରୋଗ ଭଳି ରୋଗର ଆଶଙ୍କା ହ୍ରାସ କରେ ୱଲନଟ୍ । ଯଦିଓ ଏହାକୁ ଶୀତକାଳୀନ ଖାଦ୍ୟ ଭାବରେ ବିବେଚନା କରାଯାଏ, କିନ୍ତୁ ଏହାକୁ ଗ୍ରୀଷ୍ମଋତୁରେ ମଧ୍ୟ ଖାଇପାରିବେ । ଏହି ସମୟର ଦୈନିକ 28 ଗ୍ରାମରୁ ଅଧିକ ବାଦାମ ଖାଇବା ଉଚିତ୍ ନୁହେଁ । ପୁଷ୍ଟିକର ବିଶେଷଜ୍ଞଙ୍କ ଅନୁଯାୟୀ, ୱଲନଟ୍ ମଧ୍ୟ ଏକ ଗରମ ପ୍ରକାରର ଶୁଖିଲା ଫଳ(ଡ୍ରାଏ ଫ୍ରୁଟ୍ସ), କିନ୍ତୁ ଏହାର ଅର୍ଥ ନୁହେଁ ଯେ ଗ୍ରୀଷ୍ମଋତୁରେ ଖାଇବା ସମ୍ପୂର୍ଣ୍ଣ ବାରଣ । ରାତିରେ ପାଣିରେ ଭିଜା ହୋଇଥିବା 2ଟି ୱଲନଟ୍ ଦିନକୁ ଖାଇପାରିବେ ।
ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଭୁଲ୍ରେ ବି ଖାରାଦିନେ ଏସବୁ ଖାଦ୍ୟ ଖାଆନ୍ତୁ ନହିଁ
କ୍ଷୀର ସହିତ ମଧ୍ୟ ଖାଇପାରିବେ
ରାତିରେ ଶୋଇବା ପୂର୍ବରୁ ୱଲନଟକୁ କ୍ଷୀରରେ ଫୁଟାଇ ପାରିବେ କିମ୍ବା ଉଷୁମ କ୍ଷୀର ସହିତ ଭିଜାଇ, ସକାଳେ ଖାଇପାରିବେ । ଏହା ୱଲନଟ୍ର ଉତ୍ତାପକୁ ହ୍ରାସ କରିଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅଧିକ ଲାଭଦାୟକ ହୋଇଥାଏ । ୱଲନଟ୍ କ୍ଷୀର ଗ୍ରୀଷ୍ମଋତୁରେ ଏକ ସତେଜ ପାନୀୟ ଭାବରେ ବିବେଚନା କରାଯାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ, ୱଲନଟକୁ ରାତିସାରା ପାଣିରେ ଭିଜାନ୍ତୁ । ସକାଳେ ମହୁ ମିଶାଇ ସେବନ କରିପାରିବେ ।
ସୂଚନା ଅନୁସାରେ, ଅନୁସନ୍ଧାନରୁ ଜଣାପଡିଥିଲା ଯେ ୱଲନଟ୍ ରକ୍ତଚାପ ହ୍ରାସ କରିବା ସହ ମଧୁମେହ ଏବଂ ହୃଦରୋଗ ବିପଦକୁ ରୋକିବାରେ ସହାୟକ ହୋଇଥାଏ । ମାତ୍ର ଏଥିପାଇଁ ଆଗକୁ ଅଧିକ ଅନୁସନ୍ଧାନର ଆବଶ୍ୟକତା ଥିବା ଅନୁସନ୍ଧାନକାରୀ ଦର୍ଶାଇଥିଲେ । ତଥାପି ଏହି ଡ୍ରାଏ ଫ୍ରୁଟ୍ସ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ତେଣୁ ଶୀତ ହେଉ ଅବା ଗ୍ରୀଷ୍ମ ଏକ ସୀମିତ ଓ ଆବଶ୍ୟକତା ଅନୁସାରେ ୱଲନଟ୍ ଗ୍ରହଣ କରନ୍ତୁ, ନିଜକୁ ସୁସ୍ଥ ରଖନ୍ତୁ ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।