ETV Bharat / sukhibhava

10 ପ୍ରକାର ମୁଖ୍ୟ କର୍କଟ ନେଉଛି ଜୀବନ, ଜାଣନ୍ତୁ ରୋଗର ଲକ୍ଷଣ ଓ କାରଣ

ସମଗ୍ର ବିଶ୍ବରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏକ ରିପୋର୍ଟ ଅନୁସାରେ 1990 ମସିହା ପରେ ଜନ୍ମ ହୋଇଥିବା ବ୍ୟକ୍ତି 50 ବର୍ଷ ବୟସ ପୂର୍ବରୁ କର୍କଟ ରୋଗରେ ପୀଡିତ ହେବାର ସମ୍ଭାବନା ରହିଛି । ତେବେ କର୍କଟକୁ ରୋକିବା ପାଇଁ ଜାଣନ୍ତୁ ଏହାର କାରଣ ଓ ନିରାକରଣ ବାବଦରେ ।

10 ପ୍ରକାର ମୁଖ୍ୟ କର୍କଟ ନେଉଛି ଜୀବନ, ଜାଣନ୍ତୁ ରୋଗର ଲକ୍ଷଣ ଓ କାରଣ
10 ପ୍ରକାର ମୁଖ୍ୟ କର୍କଟ ନେଉଛି ଜୀବନ, ଜାଣନ୍ତୁ ରୋଗର ଲକ୍ଷଣ ଓ କାରଣ
author img

By

Published : Dec 11, 2022, 9:08 AM IST

ହାଇଦ୍ରାବାଦ: କର୍କଟ ରୋଗ କାରଣରୁ ଦେଶ ତଥା ବିଶ୍ୱରେ ଶତାଧିକ ଲୋକଙ୍କ ଜୀବନ ଯାଉଛି । ଚିକିତ୍ସାର ଅଭାବ ଏବଂ କର୍କଟ ରୋଗ ବିଷୟରେ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ ହୋଇପାରେ । ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ, 1990 ମସିହା ପରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ପୂର୍ବ ପିଢି ଅପେକ୍ଷା 50 ବର୍ଷ ବୟସ ପୂର୍ବରୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ।

କର୍କଟ ଜେନେଟିକ୍ କାରଣରୁ ହେଉଥିଲେ ମଧ୍ୟ ଏହାର ମୁଖ୍ୟ 10ଟି ଅନ୍ୟାନ୍ୟ କାରଣ ରହିଛି । ସେଗୁଡିକ ମଧ୍ୟରେ ମେଦବହୁଳତା, ଧୂମପାନ, ମଦ୍ୟପାନ, ଅସୁରକ୍ଷିତ ଯୌନ ସମ୍ପର୍କ, ରକ୍ତରେ ଶର୍କରା ସ୍ତର ବୃଦ୍ଧି, ବାୟୁ ପ୍ରଦୂଷଣ ଇତ୍ୟାଦି । ସବୁଠୁ ବଡ କଥା ହେଉଛି କି, ବର୍ତ୍ତମାନ କ୍ୟାନସର ଉପଚାର ହୋଇପାରୁଛି । ଯେତେ ଜଟିଳ କ୍ୟାନସର ହୋଇଥିଲେ ମଧ୍ୟ ସଠିକ୍ ସମୟରେ ରୋଗ ନିରୂପଣ ହୋଇପାରିଲେ ରୋଗ ଉପଚାର ସମ୍ଭବ । ତେଣୁ ସଠିକ୍ ସମୟରେ ରୋଗ ଚିହ୍ନଟ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରୋଗର ଲକ୍ଷଣ ବାବଦରେ ଜାଣିବା ନିହାତି ଜରୁରୀ । ନିମ୍ନରେ କେତେକ କର୍କଟର ସାଧାରଣ ଲକ୍ଷଣ ବାବଦରେ ବର୍ଣ୍ଣନା କରାଯାଇଛି...

  • ଶରୀରର କୌଣସି ଅଙ୍ଗରେ ବିନା କାରଣରେ ଦୀର୍ଘଦିନ ଧରି ଯନ୍ତ୍ରଣା ଲାଗି ରହିବା ।
  • ବିନା କାରଣରେ ହଠାତ୍ ଓଜନ ହ୍ରାସ ।
  • ସବୁବେଳେ କ୍ଳାନ୍ତ ଅନୁଭବ କରିବା ।
  • ନିମ୍ନ କିମ୍ବା ସ୍ଥାୟୀ ଜ୍ୱର ଅର୍ଥାତ୍ କମ୍ ଜ୍ବର ହେଲେ ବି ଦୀର୍ଘ ସମୟ ଲାଗି ରିହିବା ।
  • ଚର୍ମ ରଙ୍ଗରେ ପରିବର୍ତ୍ତନ ।
  • ଶରୀରର କୌଣସି ଅଙ୍ଗରୁ ଅସ୍ୱାଭାବିକ ଭାବେ ରକ୍ତସ୍ରାବ ।
  • ଚର୍ମ କିମ୍ବା ମୁଖରେ ଘା’ ଭଲ ନହେବା ।

କର୍କଟ ରୋଗର ପ୍ରମୁଖ କାରଣ: ୱାଶିଂଟନ୍ ବିଶ୍ୱବିଦ୍ୟାଳୟର କର୍କଟ ରୋଗର ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି ଯେ, ପ୍ରତ୍ୟେକ ଦିନ ଧୂମପାନକାରୀଙ୍କ ପାଖରେ ରହୁଥିବା ସମସ୍ତଙ୍କ ଫୁସଫୁସରେ ତମାଖୁ ଧୂଆଁ ପ୍ରବେଶ କରିଥାଏ । ଏହି ଉପାୟରେ ପ୍ରଭାବିତ ବ୍ୟକ୍ତିଙ୍କ ଅନୁପାତ ଜାଣିବା ପାଇଁ ସେମାନେ ସର୍ଭେ କରିଥିଲେ(ଅର୍ଥାତ୍ ଯେଉଁମାନେ ଧୂମପାନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ରୋଗର ଶିକାର ହୋଇଛନ୍ତି) । ଅଧ୍ୟୟନରୁ ଜଣାପଡିଲା ଯେ ଧୂମପାନ, ମଦ୍ୟପାନ ଏବଂ ଅତ୍ୟଧିକ ଓଜନ କର୍କଟ ରୋଗର ପ୍ରମୁଖ ତିନୋଟି କାରଣ ।

ଏ ଗୁଡିକ ପରେ, ଅସୁରକ୍ଷିତ ଯୌନ ସମ୍ପର୍କ, ରକ୍ତରେ ଉଚ୍ଚ ଶର୍କରା ସ୍ତର, ବାୟୁ ପ୍ରଦୂଷଣ, ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଇତ୍ୟାଦି । 2019 ରେ, ଏହି କାରଣରୁ 37 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ରକ୍ଷା ପାଇବା ପାଇଁ ନିମ୍ନରେ ଜୀବନଶୈଳୀରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରାଯାଇଛି...

  • ଧୂମପାନଠୁ ନିବୃତ୍ତ ।
  • ସୁରକ୍ଷିତ ଯୌନ ସମ୍ପର୍କ ।
  • ଏକ ସୁସ୍ଥ ଓଜନ ବଜାୟ ରଖନ୍ତୁ ।
  • କମ୍ ମଦ୍ୟପାନ କରନ୍ତୁ କିମ୍ବା ଏହାକୁ ସମ୍ପୂର୍ଣ୍ଣ ଛାଡିଦିଅନ୍ତୁ ।
  • ବାହାରକୁ ଯିବା ସମୟରେ ସନ୍‌ସ୍କ୍ରିନ୍ ବ୍ୟବହାର କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.