ETV Bharat / sukhibhava

Rambutan Health Benefits: ପ୍ରତିଦିନ ଖାଆନ୍ତୁ ରାମବୁଟନ, ଏହି ଗମ୍ଭୀର ରୋଗରୁ ପାଇପାରିବେ ମୁକ୍ତି

ଲିଚି ଭଳି ଦେଖାଯାଉଥିବା ଏକ ଫଳ ହେଉଛି ରାମବୁଟନ । ଏହି ଫଳରେ ଭିଟାମିନ ଏବଂ ମିନେରାଲ ଭରପୂର ହୋଇ ରହିଛି। ଏହି ଫଳ ଶରୀର ପାଇଁ ଯେତେ ଉପକାରୀ ଏବଂ ଚୋପା ମଧ୍ୟ ଲାଭ ଦାୟକ । ଅଧିକ ପଢନ୍ତୁ

Rambutan Health Benefits
Rambutan Health Benefits
author img

By

Published : May 28, 2023, 6:56 PM IST

ହାଇଦ୍ରାବାଦ: ଆପଣ କେବେ ରାମବୁଟନ ଫଳ ଖାଇଛନ୍ତି କି ? ଏହା ବିଷୟରେ କେବେ ଶୁଣିଛନ୍ତି କି ? ଯଦି ନୁହେଁ, ପଢନ୍ତୁ କଣ ଏହି ଫଳ। ଏହା ଏପରି ଏକ ଫଳ ଯାହା ଆପଣ ଦେଖିବା ପରେ ଆପଣଙ୍କୁ ଲିଚି କଥା ମନେ ପଡିବ । ସାଧାରଣତଃ ଲୋକେ ଏହାକୁ ଜାଣିନଥିବେ କାରଣ ଏହା ମାର୍କେଟରେ କମ୍‌ ପରିମାଣରେ ଉପଲବ୍ଧ ହୋଇଥାଏ । ଏହା ଶରୀରର ଅନେକ ସମସ୍ୟା ଦୂର କରିପାରିବ ବୋଲି ବିଶ୍ୱାସ କରାଯାଏ । ରାମବୁଟନ ଭିଟାମିନ୍ ଏବଂ ମିନେରାଲ୍ସର ଏକ ଉତ୍ତମ ଉତ୍ସ ଅଟେ । ଯାହା ଓଜନ ହ୍ରାସ କରିବା ସହ ହାଡକୁ ମଜଭୁତ କରିବାରେ ସାହାଯ୍ୟ କରେ । ଏହା ସହିତ ମଧୁମେହର ଚିକିତ୍ସା ମଧ୍ୟ କରାଯାଇପାରେ । ଏହି ଫଳରେ ମାଙ୍ଗାନିଜ୍, ଜିଙ୍କ୍‌, ସୋଡିୟମ୍, ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ମିଳିଥାଏ । ଯାହାକି ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ ।

ରାମବୁଟନ ଖାଇବା ଦ୍ବାରା ଏହି ସବୁ ଲାଭ ମଳିଥାଏ:

1. ରାମବୁଟନରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥାଏ, ଯାହାକି କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ସହାୟକ ହୋଇଥାଏ । ଆଣ୍ଟିଅକ୍ସିଟେଣ୍ଟ ରହିଥିବାରୁ ଶରୀରକୁ କୋଷିକାକୁ ସୁରକ୍ଷା ପ୍ରଦାନ କରିଥାଏ । NCBI ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ରାମବୁଟନ କ୍ୟାନ୍ସର ସେଲ ଗୁ଼ଡିକର ଅଭିବୃଦ୍ଧିକୁ ମନ୍ଥର କରିଥାଏ । ଏହା ଯକୃତ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ କରାଯାଇଥାଏ ।

2. ହାଡକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିବା ପାଇଁ ରାମବୁଟନ ଉପକାରୀ ବୋଲି ବିବେଚନା କରାଯାଏ। ରାମବୁଟନ ଚୋପାରେ ଫେନେଲିକ୍ ରହିଥିବାରୁ ହାଡ଼ ପାଇଁ ଲାଭଦାୟକ ହୋଇପାରେ । ଏହାକୁ ଖାଇବା ଦ୍ୱାରା ବୋନଜେନସିଟି ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ଏଥିରେ ଆଣ୍ଟି-ଅଷ୍ଟିଓପୋରୋସିସ୍ ଗୁଣ ମଧ୍ୟ ଥାଏ । ରାମବୁଟନରେ ଫସଫରସର ମାତ୍ରା ଅଧିକ ରହିଥିବାରୁ, ହାଡକୁ ମଜଭୁତ କରିବା ସହ କ୍ଷୟ ହେବାରୁ ରକ୍ଷା କରିଥାଏ ।

3. ରାମବୁଟନ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ । ଏଥିରେ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ଥାଏର ମାତ୍ରା ଅଧିକ ରହିଥିବାରୁ ଏହା ଶରୀର ପାଇଁ ବେଶ ସହାୟକ ହୋଇଥାଏ । କାର୍ବୋହାଇଡ୍ରେଟ୍ ଶରୀରରେ ଗ୍ଲୁକୋଜ ସୃଷ୍ଟି କରେ ଯାହା ଶାରୀରିକ ଶକ୍ତି ପ୍ରଦାନରେ ମୁଖ୍ୟ ଉତ୍ସ ଭାବରେ ବିବେଚନା କରାଯାଏ ।

ଏହା ମଧ୍ୟ ପଢନ୍ତୁ: International Day of Women's Health: ଜାଣନ୍ତୁ ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ

4. ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ରାମବୁଟନକୁ ବ୍ୟବହାର କରାଯାଇପାରେ । ଏଥିରେ ଭିଟାମିନ୍-ଏ ରହିଥାଏ, ଯାହା ଏକ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଅଟେ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ବେଶ ସହାୟକ ହୋଇଥାଏ ।

5. କୋଷ୍ଠକାଠିନ୍ୟ ଦୂର କରିବା ପାଇଁ ରାମବୁଟନ ଖାଇପାରିବେ । ଯେଉଁମାନଙ୍କର କୋଷ୍ଠକାଠିନ୍ୟରେ ସମସ୍ୟା ଥାଏ ତାହାଲେ ସେମାନେ ଏହି ଫଳ ଖାଇପାରିବେ । ଏଥିରେ ରହିଥିବା ଫାଇବର କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ହଜମ ପ୍ରକ୍ରିୟାକୁ ମଧ୍ୟ ଉନ୍ନତ କରିବାରେ ସହାୟକ ହୋଇଥାଏ ରାମବୁଟନ ।

6. ଚୀନରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ରାମବୁଟନ ଫଳର ଚୋପା ଦ୍ବାରା ଡାଇବିଟିସରୁ ମୁକ୍ତି ପାଇପାରିବେ । ରକ୍ତରେ ଗ୍ଲୁକୋଜ୍‌ର ମାତ୍ରାକୁ କମ କରିବାରେ ଏହି ଫଳର ଚୋପା କାମ କରିଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ଫଳରେ ଏହା ମଧୁମେହ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଇପାରେ ।

7. ରାମବୁଟନ୍ ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ କପର ରହିଥିବାରୁ ପୁରୁଷମାନଙ୍କ ସେକ୍ସ ହରମୋନ ବୃଦ୍ଧି କରିଥାଏ । ଏହାସହ ପ୍ରଜନନ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.