ହାଇଦ୍ରାବାଦ: ସୁସ୍ଥ ରହିବା ପାଇଁ ଶରୀରର ଏକ ଅତ୍ୟାବଶ୍ୟକ ଅଂଶ ପାନକ୍ରିଆଜ୍ ବା ଅଗ୍ନାଶୟ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ଅଗ୍ନାଶୟ ହଜମ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମ ଶରୀରରେ ଦୁଇଟି ମୁଖ୍ୟ ପ୍ରକାରର ପାନକ୍ରିୟାଟିସ୍ ରହିଛି ଏବଂ ଉଭୟ ପ୍ରକାରରେ ଅଗ୍ନାଶୟ ଜନିତ ରୋଗରେ ଅସୁବିଧା ସୃଷ୍ଟି ହୋଇପାରେ । ବେଳେ ବେଳେ ଯଦି ସଠିକ୍ ଚିକିତ୍ସା କରା ନଗଲେ ଗୁରୁତର ଜଟିଳତାର କାରଣ ମଧ୍ୟ ହୋଇପାରେ । ତେବେ ଏହି ରୋଗ କେତେ ପ୍ରକାରର ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣିବେ...
ଅଗ୍ନାଶୟ ରୋଗର ପ୍ରକାର:-
ଏକ୍ୟୁଟ୍ ପାନକ୍ରିୟାଟିସ୍ ଡିଜିଜ୍: ଏହା ହଠାତ୍ ଅଗ୍ନାଶୟ ପ୍ରଦାହର ଆରମ୍ଭ, ସଠିକ୍ ଚିକିତ୍ସା ଏବଂ ଯତ୍ନ ନେବା ଦ୍ବାରା ରୋଗ ଆରମ୍ଭର କିଛି ଦିନ କିମ୍ବା ସପ୍ତାହ ମଧ୍ୟରେ ଠିକ୍ ହୋଇଯାଇଥାଏ ।
କ୍ରନିକ୍ ପାନକ୍ରିୟାଟିସ୍ ଡିଜିଜ୍: ଏହା ଅଗ୍ନାଶୟର ଦୀର୍ଘ ଦିନର ପ୍ରଦାହ, ଯାହା ସମୟ ସହିତ ଅଙ୍ଗ ଉପରେ ମଧ୍ୟ ସ୍ଥାୟୀ ପ୍ରଭାବ ପକାଇଥାଏ । କ୍ରନିକ୍ ପାନକ୍ରିୟାଟିସ୍ ଏକ୍ୟୁଟ୍ ପାନକ୍ରିୟାଟିସ୍ ରୋଗ ବାରମ୍ବାର ହେବା ଫଳରେ ହୋଇଥାଏ କିମ୍ବା ସିଷ୍ଟିକ୍ ଫାଇବ୍ରୋସିସ୍ କିମ୍ବା ବଂଶାନୁକ୍ରମିକ ଅଗ୍ନାଶୟ ଜନିତ ରୋଗରୁ ବିକଶିତ ହୋଇପାରେ ।
ଏକ୍ବାଟ୍ ପାନକ୍ରିୟାଟିସ୍ ଡିଜିଜ୍ ଲକ୍ଷଣ:-ଏହାର ବିଭିନ୍ନ ଲକ୍ଷଣ ମଧ୍ୟରୁ ସାଧାରଣ ଭାବରେ ପେଟ ଯନ୍ତ୍ରଣା ହୋଇଥାଏ, ଯାହା ପିଠିକୁ ମଧ୍ୟ ବ୍ୟାପିଥାଏ, ପେଟ ଛୁଇଁବା ବେଳେ ନରମ ଅନୁଭବ ହେବା, ବାନ୍ତି, ଜ୍ୱର, ନିଶ୍ବାସ ନେବାରେ ଅସୁବିଧା ଇତ୍ୟାଦି ଦେଖାଯାଏ ।
କ୍ରନିକ୍ ପାନକ୍ରିୟାଟିସ୍ ଲକ୍ଷଣ:-ଖାଇବା ପରେ ପେଟ ଯନ୍ତ୍ରଣା, ଓଜନ ହ୍ରାସ, ମଳ ତେଲିଆ ଏବଂ ଦୁର୍ଗନ୍ଧଯୁକ୍ତ,ମଧୁମେହ ଇତ୍ୟାଦି ।
ଚିକିତ୍ସା:- ପ୍ରଦାହ ହୋଇଥିବା ଅଗ୍ନାଶୟର ଚିକିତ୍ସା ଅବସ୍ଥାର ଗମ୍ଭୀରତା ଉପରେ ନିର୍ଭର କରେ । ତଥାପି, କେତେକ ସାଧାରଣ ଚିକିତ୍ସା ବିକଳ୍ପ କରାଯାଏ । ଅଗ୍ନାଶୟ ରୋଗର ପରିମାଣ ଆକଳନ କରିବାକୁ ଟମୋଗ୍ରାଫି(CT) ସ୍କାନ୍ କରାଯାଏ । ସେହିପରି ଏଣ୍ଡୋସ୍କୋପିକ୍ ଅଲଟ୍ରାସୋନୋଗ୍ରାଫି, ମଳ ପରୀକ୍ଷା ଆଦି କରାଯାଏ ।
ଏଥିରୁ ରକ୍ଷା ପାଇବା ପାଇଁ ଏକ ସୁସ୍ଥ ଏବଂ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । କମ୍ ଚର୍ବିଯୁକ୍ତ ଏବଂ ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ ଅଗ୍ନାଶୟ ଉପରେ ଚାପ ହ୍ରାସ କରିବାରେ ଏବଂ ଅଗ୍ନାଶୟ ରୋଗ ହେବାର ଆଶଙ୍କା କମ କରିବାରେ ସାହାଯ୍ୟ କରିଥାଏ । ଧୂମପାନରୁ ନିବୃତ୍ତ ରହିବା ବିପଦକୁ ବହୁଗୁଣା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।