ETV Bharat / sukhibhava

Karwa Chauth Fasting: କରଓ୍ବାଚୌଥ ବ୍ରତ ପୂର୍ବରୁ କଣ ଖାଇବେ? କଣ କହୁଛନ୍ତି ଏକ୍ସପର୍ଟ

author img

By ETV Bharat Odisha Team

Published : Oct 30, 2023, 12:18 PM IST

କରଓ୍ବାଚୌଥ ବ୍ରତ ପୂର୍ବରୁ କଣ ଖାଇବେ କଣ ନଖାଇବେ ଚିନ୍ତାରେ ରହିଛନ୍ତି କି? ପଢନ୍ତୁ ପୁରା ଖବର

Karwa Chauth Fasting
Karwa Chauth Fasting

ହାଇଦ୍ରାବାଦ: ମହିଳାଙ୍କ ପାଇଁ କରଓ୍ବାଚୌଥ ବ୍ରତ ଅତ୍ୟନ୍ତ ସ୍ବତନ୍ତ୍ର ହୋଇଥାଏ। ଚଳିତବର୍ଷ ନଭେମ୍ବର 1 ତାରିଖରେ ପାଳନ କରାଯିବ। ଏନେଇ ମହିଳାମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିବା ସହିତ ପରିବାରର ସୁଖ ସମୃଦ୍ଧି ପାଇଁ ଏହି ବ୍ରତ ପାଳନ କରିଥାଆନ୍ତି । ସୂର୍ଯ୍ୟଦୋୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସରେ ରହିଥାଆନ୍ତି ମହିଳା । ସାଧାରଣତଃ କରଓ୍ବାଚୌଥରେ ନିର୍ଜଳା ଉପବାସ ରଖାଯାଇଥାଏ । ତେବେ ଏହି କାରଣ ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ଡିହାଇଡ୍ରେସନ, ଥକ୍କା ଲାଗିବା, ଦୁର୍ବଳ ଲାଗିବା ଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ।

ବ୍ରତରେ ଏଭଳି ନିଅନ୍ତୁ ସ୍ବାସ୍ଥ୍ୟର ଯତ୍ନ: ସ୍ୱାସ୍ଥ୍ୟ ବିଶେଷଙ୍କ କହିବାନୁସାରେ, କରଓ୍ବାଚୌଥ ବ୍ରତ ନିର୍ଜଳା ହୋଇଥିବା କାରଣରୁ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ ଅଟେ । ଏଥିପାଇଁ ବ୍ରତ ପୂର୍ବଦିନର ଖାଦ୍ୟ ଉପରେ ବିଶେଷ ଯତ୍ନ ନେବା ଜରୁରୀ ଅଟେ । କରଓ୍ବାଚୌଥ ବ୍ରତ ସରଗୀ ନାମକ ଏକ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥାଏ । ଏଥିରେ ଉପବାସ କରୁଥିବା ମହିଳାମାନେ ବ୍ରତ ପୂର୍ବରୁ କିଛି ବିଶେଷ ଖାଦ୍ୟ ଖାଇଥାଆନ୍ତି । ତେବେ ବ୍ରତର ଗୋଟିଏ ଦିନ ପୂର୍ବରୁ କିମ୍ବା ସରଗୀ ସମୟରେ ଖାଦ୍ୟ ଉପରେ ଧ୍ୟାନ ଦେଲେ ଦିନସାରା ଶକ୍ତିଶାଳୀ ହୋଇପାରିବେ ବୋଲି କୁହାଯାଇଛି ।

କେଉଁମାନେ କରିପାରିବେ ବ୍ରତ: ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା ଅନ୍ୟ କୌଣସି ଗୁରୁତର ରୋଗରେ ପୀଡ଼ିତ ରୋଗୀମାନେ ଉପବାସ ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉପବାସ ରହିବା ଦ୍ବାରା ରୋଗ ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ତେଣୁ ବ୍ରତ ପୂର୍ବରୁ ପ୍ରଥମେ ସ୍ବାସ୍ଥ୍ୟ ଏବଂ ଖାଦ୍ୟ ପ୍ରତି ଯତ୍ନ ନେବା ଉଚିତ ବୋଲି କୁହାଯାଇଛି ।ଯାହାଦ୍ୱାରା ଆପଣ ଶକ୍ତି ସମ୍ପନ୍ନ ରହିପାରିବେ ।

ଏହା ମଧ୍ୟ ପଢନ୍ତୁ: Fasting In Navratri: ଉପବାସରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସ୍ବାସ୍ଥ୍ୟ ସମସ୍ୟା

ବ୍ରତ ପୂର୍ବରୁ କଣ ଖାଇବା ଉଚିତ:

  • କରଓ୍ବାଚୌଥ ବ୍ରତ କରିବା ପୂର୍ବରୁ ଖାଦ୍ୟରେ ଫଳ ସାମିଲ କରନ୍ତୁ। ବ୍ରତ ଯୋଗୁଁ ଶରୀରରେ ସୋଡିୟମ ଏବଂ ପୋଟାସିୟମର ମାତ୍ରାକୁ ଠିକ ରଖିବାକୁ ହେଲେ ସେହି ଅନୁସାରେ ଖାଦ୍ୟ ଖାଇବା ଜରୁରୀ ଅଟେ।
  • କନ୍ଧମୂଳ ଏବଂ ଗୁଡ ଜାତୀୟ ଖାଦ୍ୟ ଖାଆନ୍ତୁ । ଏହାଦ୍ବାରା ଶରୀରରେ କାର୍ବୋହାଇଡ୍ରେଟ୍‌ର ମାତ୍ରା ଠିକ ରହିଥାଏ । ଏହାସହ ଦିନ ସାରା ଶରୀରରେ ଶକ୍ତି ରହିଥାଏ ।
  • ବ୍ରତ ପୂର୍ବରୁ ହାଇଡ୍ରେସନ ଉପରେ ଧ୍ୟାନ ଦେବା ଉଚିତ । ପଇଡ ପାଣି ପିଇବା ଦ୍ବାରା ଡିହାଇଡ୍ରେଟ୍‌ ସମସ୍ୟା ହୁଏ ନାହିଁ । ପଇଡ଼ ପାଣି ପିଇବା ଦ୍ବାରା ଶରୀରରକୁ ସମସ୍ତ ପ୍ରକାର ପୋଷକ ତତ୍ତ୍ବ ମିଳିଥାଏ ।

ବ୍ରତ ପୂର୍ବରୁ ଏହା ଖାଇବା ଅନୁଚିତ:

  • କରଓ୍ବାଚୌଥ ବ୍ରତ ପୂର୍ବରୁ ଚା' କିମ୍ବା କଫି ପିଇବା ଅନୁଚିତ । ଏହା ଦ୍ବାରା ଡିହାଇଡ୍ରେସନ ସମସ୍ୟା ଦେଖାଯିବାର ଆଶଙ୍କା ବୃଦ୍ଧି ପାଇଥାଏ।
  • ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଅନୁଚିତ । ଏହା ଦ୍ବାରା ଫେଟଫୁଲା କିମ୍ବା ଗ୍ୟାସ ସମସ୍ୟା ହେବାର ସମ୍ଭବନା ରହିଥାଏ ।
  • ଫ୍ୟାଟ ରହିଥିବା ଖାଦ୍ୟଠାରୁ ଦୂରେଇ ରଖନ୍ତୁ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ନୁହେଁ, ଏହା ଏକ ସୂଚନା ଉପରେ ଆଧାରିତ ଖବର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.