ଇରିଟେବଲ ବୋୱେଲ ସିଣ୍ଡ୍ରୋମ-ଆଇବିଏସ ଏକ ସାଧାରଣ ରୋଗ। ଆଇବିଏସରେ ପୀଡିତ ଲୋକେ ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି । ଏହା ସହ ଫୁଲା, ଗ୍ୟାସ, ଡାଇରିଆ ଓ କୋଷ୍ଠକାଠିନ୍ୟ ବି ସେମାନଙ୍କଠାରେ ଦେଖାଯାଏ । କିଛି ଲୋକ ସୁ-ଆହାର ନେବା ସହ ଜୀବନଶୈଳୀ ଓ ଅବସାଦ ପରିଚାଳନା କରି ଆଇବିଏସ ଲକ୍ଷଣ ନିୟନ୍ତ୍ରଣ କରନ୍ତି। ଆଇବିଏସ ବାବଦରେ ଅଧିକ ଆଲୋଚନା ପାଇଁ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଶ୍ରୀମତୀ ବନ୍ଦନା କାକୋଦକରଙ୍କ ସହ ଆଲୋଚନା କରାଯାଇଥିଲା।
ନିମ୍ନଲିଖିତ କାରଣରୁ ଆଇବିଏସ ଲକ୍ଷଣ ଦେଖାଯାଏ
ଖାଦ୍ୟ - କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଓ ପାନୀୟ ଗ୍ରହଣ କରୁଥିବା ଲୋକଙ୍କଠାରେ ଆଇବିଏସର ଖରାପ ଲକ୍ଷଣ ଦେଖାଯାଏ। ଅଟା, ଦୁଗ୍ଧଜାତ ସାମଗ୍ରୀ, ବିନ୍ସ, ବନ୍ଧାକୋବି, କ୍ଷୀର ଓ କାର୍ବୋନେଟେଡ ପାନୀୟ ଆବଶ୍ୟକତାଠାରୁ ଅଧିକ ଖାଇଲେ ପିଇଲେ ଆଇବିଏସ ଲକ୍ଷଣ ଦେଖାଯାଏ।
ଅବସାଦ- ଅବସାଦର ମାତ୍ରା ଅଧିକ ହେଲେ ଆଇବିଏସ ଲକ୍ଷଣ ଦେଖାଯାଏ। କିନ୍ତୁ ଅବସାଦ କେବଳ ଲକ୍ଷଣକୁ ବୃଦ୍ଧି କରିଥାଏ। କିନ୍ତୁ ଲକ୍ଷଣର କାରଣ ହୋଇନଥାଏ।
ହରମୋନସ- ଆଇବିଏସ ଦ୍ବାରା ମହିଳାମାନେ ଅଧିକ ପୀଡିତ ହେବା ଆଶଙ୍କା ଥାଏ। ଏହା ପଛରେ ହୋରମୋନାଲ ପରିବର୍ତ୍ତନ ମୁଖ୍ୟ କାରଣ। ମାସିକ ଧର୍ମ ସମୟରେ ଅଧିକାଂଶ ମହିଳାଙ୍କଠାରେ ଆଇବିଏସର ଉତ୍କଟ ଲକ୍ଷଣ ଦେଖାଯାଇଥାଏ।
ନ୍ୟୁଟ୍ରିସନ- ଆଇବିଏସ ନିୟନ୍ତ୍ରଣ କ୍ଷେତ୍ରରେ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଏଥିପାଇଁ ଲୋକେ ସେମାନଙ୍କ ଆହାରରୁ ଲାକ୍ଟୋଜ, ହାଇ ଫ୍ରକଟୋଜ, ଗ୍ଲୁଟନ ଦୂର କରିବା ଦରକାର। ତେବେ ନିର୍ଦ୍ଦିଷ୍ଟ ନ୍ୟୁଟ୍ରିସନାଲ ଡେଫିସିଏନସି ସୃଷ୍ଟି କରିପାରେ। ସେଓ, ଆମ୍ବ, ପିୟର୍ସ, ତରଭୁଜ ଓ ବନ୍ଧାକୋବି, ଫୁଲକୋବି ଭଳି ପନିପରିବା କିଛି ଲୋକଙ୍କ ପାଇଁ ଆଇବିଏସ ଲକ୍ଷଣ ସୃଷ୍ଟି କରିଥାଏ। ଆଇବିଏସକୁ ଦୂରେଇ ରଖିବା ପାଇଁ କିଛି ଖାଦ୍ୟପଦାର୍ଥ, ଫଳ ଓ ପନିପରିବାକୁ ଆହାରରୁ ବାଦ ଦେଲା ବେଳେ ସତର୍କତା ଅବଲମ୍ବନ କରିବାକୁ ପଡିବ। କାରଣ ଏସବୁ ବାଦ ଦେଲେ କିଛି ଭିଟାମିନର ଅଭାବ ଦେଖାଯିବ।
ଶ୍ୱେତସାର- ଭାତ, ଓଟ୍ସ, କ୍ବିନୋଆ, କର୍ନ, ଖମୀର, ଯଅ ଖାଇଲେ କିଛି ଅସୁବିଧା ନାହିଁ । କିନ୍ତୁ ଗହମ ଓ ବାର୍ଲିଠାରୁ ଦୂରେଇ ରହିବାକୁ ପଡିବ।
ପ୍ରୋଟିନ- ଆଇବିଏସରେ ପୀଡିତ ଲୋକେ ଅଣ୍ଡା, ଚିକେନ, ମାଛ, ମୁଗ ଡାଲି, ହରଡ ଡାଲି, ଗ୍ରୀନ ଗ୍ରାମ, ମଟର ସୀମିତ ପରିମାଣରେ ଖାଇଲେ ଭଲ। ଦହି ଓ ବଟରମିଲ୍କ ନେଲେ ବି କିଛି ଅସୁବିଧା ନାହିଁ। ତେବେ ରେଡ ମିଟ, ପ୍ରକ୍ରିୟାକୃତ ମାଂସ, ବିନ୍ସ ଓ କ୍ଷୀରରୁ ଦୂରେଇ ରହିବା ଉଚିତ ।
ଫ୍ୟାଟ୍ସ– ଖାଦ୍ୟରେ ତେଲ, ଘିଅ ସୀମିତ ପରିମାଣରେ ରହିବା ଦରକାର। କିନ୍ତୁ ଆଭାକାଡୋ, ପିସ୍ତାବାଦାମ ନ ଖାଇଲେ ଭଲ। ଭିଟାମିନ ଓ ମିନେରାଲ –ତୀବ୍ର ଗନ୍ଧ ଥିବା ବନ୍ଧାକୋବି, ଫୁଲକୋବି, ପିଆଜ, ରସୁଣ, ବିନ୍ସ ଆଇବିଏସ ଲକ୍ଷଣ ବୃଦ୍ଧି କରିଥାଏ।
ଏସବୁଠାରୁ ଦୂରେଇ ରହିଲେ ଭଲ। ଗାଜର, ବିଲାତି, ଭେଣ୍ଡି, ସବୁଜପତ୍ର ଯୁକ୍ତ ପନିପରିବା,ଆଳୁ, କନ୍ଦମୂଳ ଆଦି ଖିଆଯାଇପାରେ। ଏଗୁଡିକ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ଯୋଗାଣ କରିଥାନ୍ତି। ଅଙ୍ଗୁର,ଷ୍ଟ୍ରବେରିଜ, ସପୁରୀ, ଅମୃତଭଣ୍ଡା, କଦଳୀ ବହୁଳ ଭାବେ ଖାଇଲେ କିଛି ଅସୁବିଧା ନାହିଁ। କିନ୍ତୁ ସେଓ, ପିୟର୍ସ, ଆମ୍ବ, ତରଭୁଜ ସୀମିତ ପରିମାଣରେ ଖାଇବା ଦରକାର।
ଫାଇବର- ଅନ୍ତପୁଟୁଳା ରୋଗ ଥିବା ରୋଗୀଙ୍କ ପାଇଁ ଫାଇବର ହେଉଛି ଦୁଇ ଧାରୁଆ ଖଣ୍ଡା । ଫାଇବର କୋଷ୍ଠକାଠିନ୍ୟ ଦୂର କରିବାରେ ସହାୟକ ହେଉଥିଲେ ମଧ୍ୟ କିଛି ହାଇ ଫାଇବର ଖାଦ୍ୟ ଯେପରିକି ବ୍ରାନ ଗ୍ୟାସ ଓ ବ୍ଲୋଟିଂ ସୃଷ୍ଟି କରିଥାଏ।
ସଲ୍ୟୁବଲ ଫାଇବର୍ସ : ଏ ପ୍ରକାର ଫାଇବରରେ ଜଳଶୋଷକ ଉପାଦାନ ରହିଥାଏ। ଜେଲ ଗଠନ କରି ଫାଇବରଗୁଡିକ ପାଣି ଶୋଷିଥାଆନ୍ତି। ଗୁଣ୍ଡରେ ସ୍ପଞ୍ଜ ଭଳି କାମ କରନ୍ତି ଫାଇବର। ଏହା ଫଳରେ ଖାଦ୍ୟ ହଜମ ହାର ହ୍ରାସ ହୋଇଥାଏ ଓ ଗ୍ଲୁକୋଜର ମିଶ୍ରଣ ବିଳମ୍ବିତ ହୋଇଥାଏ।
ଜେଲ ଭଳି ଆକାର ସୃଷ୍ଟି ହେଉଥିବାରୁ ଖାଦ୍ୟ ଶୀଘ୍ର ହଜମ ହୋଇ ନ ପାରି ଦୀର୍ଘ ସମୟ ଧରି ରହିଥାଏ। ଫଳରେ ଶରୀର ଭାରୀ ଭାରୀ ଲାଗେ।
ଏଗୁଡିକ ଫଳ ଓ ପନିପରିବା ରସ, ଓଟ୍ସ, ଡାଲି, ସ୍ପ୍ରାଉଟରେ ସଲ୍ୟୁବଲ ଫାଇବର ମିଳିଥାଏ । ଆଇବିଏସ ପୀଡିତ ଲୋକେ କିଛି ଫଳ ଓ ଡାଲି ଖାଇବାରୁ ବିରତ ରହିବା ଦରକାର।
ଇନସଲ୍ୟୁବଲ ଫାଇବର୍ସ : ଏ ପ୍ରକାର ଫାଇବର ସବୁ ପାଣିରେ ଝାତୁ ଭଳି କାମ କରେ। ଜମାଟ ସଫା କରିଥାଏ। ପାଣି ଭଲ ଭାବେ ଶୋଷି ହଜମ ପ୍ରକ୍ରିୟା ସହଜ କରିଥାଏ । ଏଗୁଡିକ ଦ୍ବାରା କୋଷ୍ଠକାଠିନ୍ୟ ଓ କୋଲୋନ କ୍ୟାନସର ହୁଏ ନାହିଁ।
ଫଳର ଚୋପା, ପନିପରିବା, ଖାଦ୍ୟଶସ୍ୟ, ବାଜରା ଓ ବାଦାମରେ ଇନସଲ୍ୟୁବଲ ଫାଇବର ମିଳେ।
ଲକ୍ଷଣକୁ ଦେଖି ଆଇବିଏସ ପୀଡିତ ଲୋକେ ଫାଇବର ଚୟନ କରିବା ଦରକାର। କିନ୍ତୁ ଜଣେ ଡାଏସିଆନଙ୍କୁ ସହ ଡାଏଟ ପ୍ଲାନ ବାବଦରେ ପରାମର୍ଶ କରିବା ଦରକାର।