ହାଇଦ୍ରାବାଦ: ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଭଳି ଆଦି ଯୌଗିକ କାରଣରୁ ଶାରୀରିକ କାର୍ଯ୍ୟ ସଠିକ୍ ହୋଇଥାଏ । ଏହି ସବୁ ଉପାଦାନ ମଧ୍ୟ ଆଇରନ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏହାର ଅଭାବରେ ରକ୍ତହୀନତା ସୃଷ୍ଟି ହୋଇଥାଏ । ରକ୍ତରେ ହିମୋଗ୍ଲୋବିନ ସ୍ତର ସଠିକ୍ ରହିବା ପାଇଁ ଲୌହ ବା ଆଇରନର ଗୁରୁତ୍ୱପୂର୍ଣ୍ଣ । ଆଇରନ ରୋଗ ପ୍ରତିରୋଧକ ଶକ୍ତି, ସଠିକ କୋଷ ପରିଚାଳନା ଏବଂ ମାଂସପେଶୀକୁ ଦୃଢ କରିବା ଭଳି କାର୍ଯ୍ୟ କରେ । ହେଲେ ଏହାର ଅଭାବ ସ୍ବାସ୍ଥ୍ୟ ପାଇଁ ବିପଦ ଆଣିଦିଏ । ତେବେ କେଉଁ ବୟସର ଲୋକେ କେତେ ଆଇରନ୍ ନେବା ଉଚିତ୍, ଜାଣନ୍ତୁ
ଏହା ମଧ୍ୟ ପଢନ୍ତୁ:-World Unani Day: କେବଳ ଚିକିତ୍ସା ନୁହେଁ ସୁସ୍ଥ ଏବଂ ରୋଗମୁକ୍ତ ରଖେ ୟୁନାନି ଔଷଧ !
ବିଶେଷଜ୍ଞଙ୍କ ଅନୁଯାୟୀ ଆଇରନର ଅଭାବ ହେତୁ ଶରୀର ଦୁର୍ବଳ ହୋଇଯାଏ । ବୟସ ଅନୁପାତରେ ଖାଦ୍ୟରେ ଆଇରନ ପରିମାଣ ଭିନ୍ନ ଭିନ୍ନ ହୋଇଥାଏ । ବୟସ ବଢିବା ସହିତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଆଇରନର ପରିମାଣ ଅଧିକ ଆବଶ୍ୟକ ହୋଇଥାଏ । 6 ମାସର ଶିଶୁମାନେ 2.27 ମିଗ୍ରା ଆଇରନର ଆବଶ୍ୟକ କରନ୍ତି । ସେହିପରି 1ରୁ 3 ବର୍ଷର ପିଲାମାନେ 7 ମିଗ୍ରା, 4 ରୁ 8 ବର୍ଷ ବୟସର ପିଲାମାନଙ୍କୁ 10 ମିଗ୍ରା ଆଇରନ ଦରକାର ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ତମାଖୁ, ଇ-ସିଗାରେଟ୍ ଭେପର୍ ନେଉଥିବା ଯୁବକ କୋଭିଡରେ ଗୁରୁତର ହୋଇପାରନ୍ତି
ପୁରୁଷ ବର୍ଗରେ 9 ରୁ 13 ବର୍ଷ ବୟସର ପିଲାମାନେ 8 ମିଗ୍ରା ଆଇରନ ଆବଶ୍ୟକ, 14 ରୁ 18 ବର୍ଷ ବୟସର କିଶୋରଙ୍କୁ 11 ମିଗ୍ରା ଆଇରନ, 19 ବର୍ଷ କିମ୍ବା ତାଠୁ ଅଧିକ ବର୍ଷର ପିଲାଙ୍କୁ 8 ମିଗ୍ରା, ମହିଳା ବର୍ଗରେ 9 ରୁ 13 ବର୍ଷ ବୟସର ଝିଅ ମାନଙ୍କ ପାଇଁ 8 ମିଗ୍ରା, 14 ରୁ 18 ବର୍ଷର ବାଳିକାମାନଙ୍କ ପାଇଁ 15 ମିଗ୍ରା, 19ରୁ 50 ବର୍ଷ ବୟସ୍କ ମହିଳାଙ୍କ ପାଇଁ 18 ମିଗ୍ରା ଏବଂ ଗର୍ଭାବସ୍ଥାରେ ଶରୀର ପାଇଁ 27 ମିଗ୍ରା ଆଇରନର ଆବଶ୍ୟକ ପଡିଥାଏ ।
ଏହା ମଧ୍ୟ ପଢନ୍ତୁ:-ଭିଟାମିନ ଥିବା ଏହି ସବୁ ଖାଦ୍ୟ ଗ୍ରହଣ କରନ୍ତୁ, ଦୃଢ ରହିବ ପ୍ରତିରକ୍ଷା ପ୍ରଣାଳୀ
କେତେକ ନିର୍ଦ୍ଦିଷ୍ଟ ଖାଦ୍ୟରୁ ଆଇରନ୍ ମିଳିଥାଏ । ତେଣୁ ଶରୀରରେ ଆଇରନର ମାତ୍ରା ବୃଦ୍ଧି କରିବା ପାଇଁ ସବୁଜ ପନିପରିବା ଯେପରି ପାଳଙ୍ଗ ଶାଗ, ଗ୍ରୀନ ମଟର୍, ବ୍ରୋକଲି ଆଦି ଖାଇବା ଉଚିତ୍ । ସେହିପରି ଚିକେନ, ଅଣ୍ଡାର କେସର, ଚିଙ୍ଗୁଡି ମାଛ, ଆଳୁ, ତରଭୂଜ ଏବଂ ଦୁଗ୍ଧଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ।