ETV Bharat / sukhibhava

International Women's Day: ସିଏ ଅଦୃଶ୍ୟର 'ଦେବୀ', ପୂଜା ନୁହେଁ ଲୋଡେ ସମ୍ମାନ

ଆଜି ସ୍ରଷ୍ଟାଙ୍କ ସୃଷ୍ଟିର ଏକ ସ୍ବତନ୍ତ୍ର ଉପହାରକୁ ସମ୍ମାନ ଜଣାଇବାର ଦିନ, ଅନ୍ତର୍ଜାତୀୟ ମହିଳା ଦିବସ । ଅଧିକ ପଢନ୍ତୁ

author img

By

Published : Mar 8, 2023, 6:22 AM IST

International Women Day
International Women Day

ହାଇଦ୍ରାବାଦ: ଯା'ର କୋମଳ ହୃଦୟରୁ ପ୍ରେମ ବରଷେ, ତା' ଆଖିରୁ ଦିନେ ହୋଇପାରେ ଲାର୍ଭା ଉଦ୍‌ଗୀରଣ । ଈଶ୍ବରଙ୍କ କାନଭାସର ସେ ଏକ ଅନବଦ୍ୟ ସୃଷ୍ଟି । କେହି ନାହିଁ ତାକୁ ବର୍ଣ୍ଣନା କରି ଥୋଇ ଦେବ । ସେ କେବେ ଜନ୍ମଦାତ୍ରୀ ତ ପୁଣି କେବେ ସର୍ବଂସହା ସଂହାରକାରିଣୀ । ବାସ୍‌ ଗୋଟିଏ ରୂପ ତା'ର ନାରୀ । ହେଲେ ଶତ ପରିଚୟରେ ସେ ଜିଏଁ ଜୀବନ, ତା'ରି ଭିତରେ ହଜାଇ ଦିଏ ନିଜର ଅସ୍ତିତ୍ବ । ଜନନୀ, ଭଗିନୀ, ବାନ୍ଧବୀ, ପ୍ରେମୀ, ପ୍ରଣୟିନୀର ପରିଚୟକୁ ଆଦରି ନିଏ । ବୁକୁ ଚିରି ଜୀବନ୍ୟାସ ଦିଏ... ଆଜି ସ୍ରଷ୍ଟାଙ୍କ ସୃଷ୍ଟିର ଏହି ସ୍ବତନ୍ତ୍ର ଉପହାରକୁ ସମ୍ମାନ ଜଣାଇବାର ଦିନ, ଅନ୍ତର୍ଜାତୀୟ ମହିଳା ଦିବସ ।

International Women Day
International Women Day

ନାରୀକୁ ସ୍ନେହ, ଶ୍ରଦ୍ଧା ଓ ସହନଶୀଳତାର 'ଦେବୀ' ବୋଲି ମଣାଯାଏ । ସୃଷ୍ଟି ପାଇଁ ତା'ର ଅବଦାନ ଆଉ ଏକ ସ୍ରଷ୍ଟାଙ୍କ ସହ ସମତୂଲ ! ତା'ର ଅବଦାନକୁ ବନ୍ଦନା ଆଉ ତାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ମାର୍ଚ୍ଚ 8କୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ସମାଜରେ ମହିଳାଙ୍କୁ ସମାନ ଅଧିକାର, ପ୍ରତିଟି କ୍ଷେତ୍ରରେ ତା'ର ଯୋଗଦାନ, ନ୍ୟାୟ ପ୍ରଦାନ ଏବଂ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଘରଠୁ ନେଇ ରାସ୍ତା-ଘାଟ, ସ୍କୁଲ୍-କଲେଜ, କର୍ମକ୍ଷେତ୍ର ସବୁ ସ୍ଥାନରେ ନାରୀକୁ ସହଯୋଗ ଓ ସମର୍ଥନ ଜଣାଇବାର ଶିକ୍ଷାଦିଏ ଏହି ଦିବସ ।

International Women Day
International Women Day

ଏହି ଲକ୍ଷ୍ୟ ନେଇ 1975ରେ ଜାତିସଂଘ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ଘୋଷଣା କରିଥିଲା । ସମାଜରେ ପ୍ରଚଳିତ ପ୍ରତିଟି କୁପ୍ରଥାର ମୂଳତ୍ପୋଟନ କରି ଲିଙ୍ଗଗତ ଭେଦଭାବ ଦୂରିକରଣ କରି ମହିଳାଙ୍କୁ ସମ୍ମାନ, ସାମାଜିକ, ସାଂସ୍କୃତିକ, ରାଜନୈତିର କ୍ଷେତ୍ରରେ ପ୍ରାଧାନ୍ୟ ଦେବା ଥିଲା ଏହି ଦିବସ ପାଳନ ପଛର ମୁଖ୍ୟ ଉଦ୍ଦେଶ୍ୟ । ଏହି ଦିବସରେ ବାଇଗଣୀ ରଙ୍ଗର ରିବନକୁ ପ୍ରତୀକ ବୋଲି ମଣାଯାଏ । ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ(ଥିମ୍‌)କୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇ ।

ଚଳିତ ବର୍ଷ ମଧ୍ୟ ଏକ ବିଷୟବସ୍ତୁ ରଖାଯାଇଛି । EmbraceEquity ଅର୍ଥାତ୍ 'ନିରପେକ୍ଷତାକୁ ଆଲିଙ୍ଗନ କର' ବିଷୟବସ୍ତୁ ଆଧାରରେ ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । 1966 ମସିହାରେ ପ୍ରଥମେ ବିଷୟବସ୍ତୁ ଆଧାରରେ ଇଣ୍ଟରନ୍ୟାସନାଲ୍ ୱମେନ୍ସ ଡେ' ପାଳନ କରା ଯାଇଥିଲା । ଆମେରିକା ସୋସିଆଲିଷ୍ଟ ପାର୍ଟି 1909 ମସିହାରେ ମହିଳାଙ୍କ ପାଇଁ ଫେବୃଆରୀ 28 ରେ ପ୍ରଥମେ ମହିଳା ଦିବସ ପାଳନ କରିଥିଲା । 1910 ଅନ୍ତର୍ଜାତୀୟ ସାମାଜବାଦୀ ମହିଳା ସମ୍ମିଳନୀରେ ପ୍ରତିବର୍ଷ ଗୋଟିଏ ଦିନ ମହିଳା ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲା ।

ଏହା ପରେ 1917 ମସିହାରେ ସୋଭିଏତ ଋଷରେ ମହିଳାଙ୍କ ଦ୍ୱାରା ମତାଧିକାର ହାସଲ କରିବା ପରେ ମାର୍ଚ୍ଚ 8 ତାରିଖକୁ ସେଠାରେ ରାଷ୍ଟ୍ରୀୟ ଛୁଟି ଘୋଷଣା କରାଗଲା । 1975ରେ ସଂଯୁକ୍ତ ରାଷ୍ଟ୍ର ଏହାକୁ ଗ୍ରହଣ କରିବା ପରେ ସମଗ୍ର ବିଶ୍ୱରେ ଏହି ଦିନକୁ ମହିଳା ଦିବସ ରୂପେ ପାଳନ କରାଯାଉଛି । ଦୀର୍ଘଦିନର ଏହି ପ୍ରୟାସ କ୍ରମେ ବର୍ତ୍ତମାନ ରାଜନୀତିଠୁ ସାମରିକ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଏକ ଶୁଭଙ୍କର ସୂଚନା ଦେଉଛି ।

ମାତ୍ର ସତରେ କଣ ନାରୀଟିଏ ତା'ର ସମ୍ପୂର୍ଣ୍ଣ ଅଧିକାର ଓ ସମ୍ମାନ ପାଇପାରିଛି ତା'କୁ ନେଇ ପ୍ରଶ୍ନ ଉଠେ । ବେଳେବେଳେ ଖବରକାଗଜର ଶିରୋ ମଣ୍ଡନ କରୁଥିବା ବିଭିନ୍ନ ଖବର ନାନା ଅସମାହିତ ପ୍ରଶ୍ନ ଆଣି ଛିଡା କରାଇଦିଏ । ବାସ୍ତବରେ ନାରୀଟିଏ ଅସମ୍ମାନିତ ହେବା, ଅନ୍ୟ କାହାର ଅହଂପୂର୍ଣ୍ଣ ଭାବ କାରଣରୁ ହତ୍ୟାର ଶିକାର ହେବା ପାଇଁ କଣ କେବଳ ସେ ହିଁ ଦାୟୀ । ଦାୟୀ ଯିଏ ବି ହେଉନା କାହିଁକି । ଯଦି ସମାଜ ଏକ ମୁଦ୍ରା ହୁଏ ତେବେ ନାରୀ ଓ ପୁରୁଷ ତା'ର ଦୁଇ ପାର୍ଶ୍ବ ହେବ । ତେଣୁ ଉଭୟ ଉଭୟଙ୍କ ପ୍ରତି ସମତୂଲ ଭାବ ଗ୍ରହଣ କରିପାରିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.