ETV Bharat / sukhibhava

International Day of Women's Health: ଜାଣନ୍ତୁ ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ

author img

By

Published : May 28, 2023, 8:07 AM IST

ମହିଳା ସ୍ୱାସ୍ଥ୍ୟ ପାଇଁ ଅନ୍ତର୍ଜାତୀୟ ଦିବସ ବା ଅନ୍ତର୍ଜାତୀୟ ମହିଳା ସ୍ୱାସ୍ଥ୍ୟ ଦିବସ । ମହିଳାଙ୍କ ଯୌନ ଏବଂ ପ୍ରଜନନକୁ ନେଇ ସଚେତନତା କରିବା ସହ ତାଙ୍କ ଇଚ୍ଛାକୁ ଗୁରୁତ୍ବ ଦେବା ପାଇଁ ଏହି ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ

International Day of Women's Health
International Day of Women's Health

ହାଇଦ୍ରାବାଦ: ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଅନ୍ତର୍ଜାତୀୟ କାର୍ଯ୍ୟ ଦିବସ ପାଳନ କରାଯାଉଛି । ମହିଳାଙ୍କୁ ପ୍ରଜନନ ଏବଂ ବୈଷୟିକ ସ୍ତରରେ ମାନବାଧିକାର ସହ ଜଡିତ ସମସ୍ୟା ତଥା ଅଧିକାର ଉପରେ ସଚେତନ କରାଇବା ଏବଂ ଶିକ୍ଷା ଦେବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ମେ 28 ତାରଖକୁ ଅନ୍ତର୍ଜାତୀୟ ମହିଳା ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି ।

କେବଳ ଆମ ସମାଜରେ ନୁହେଁ ବରଂ ଆଜିକା ଦିନରେ ବିଶ୍ବର ଅନେକ ସ୍ଥାନରେ ମହିଳାଙ୍କ ଯୌନ ଏବଂ ପ୍ରଜନନ ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯାଉନାହିଁ । କିମ୍ବା ସେମାନଙ୍କ ଇଚ୍ଛାକୁ ଗୁରୁତ୍ବ ଦିଆଯାଉନାହିଁ । ଦୁଃଖର ବିଷୟ ହେଉଛି ଗ୍ଲୋବାଲାଇଜେସନର ଏହି ଯୁଗରେ, ଯେଉଁ ଠାରେ ମହିଳାଙ୍କ ଆଇନ ତଥା ଅଧିକାର ସମ୍ବନ୍ଧକେ ଅନେକ ପ୍ରଚାର ସଚେତନତା ଅଭିଯାନ ଏବଂ ସୋସିଆଲ ମିଡିଆ ଅଭିଯାନ କରାଯାଉଛି, ସେଭଳି ସ୍ଥିତିରେ ଆଜି ମହିଳା ନିଜର ଯୌନ ଏବଂ ପ୍ରଜନନକୁ ନେଇ ଅବଗତ ନାହାନ୍ତି କିମ୍ବା ଧର୍ମ, ସାମାଜିକ ସମସ୍ୟା, ଲିଙ୍ଗଗତ ଅସମାନତା କିମ୍ବା ଅନ୍ୟାନ୍ୟ କାରଣରୁ ସେମାନେ ଏହି ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବାରେ ଅସମର୍ଥ ଅଟନ୍ତି ।

ଯୌନ ତଥା ପ୍ରଜନନ ସ୍ବାସ୍ଥ୍ୟ ସହ ଜଡିତ ଅଧିକାର ତଥା ସେମାନଙ୍କ ସହ ଜଡିତ ମାନବିକ ଅଧିକାର ବିଷୟରେ ସଚେତନତା ବିସ୍ତାର କରିବା, ମହିଳାମାନଙ୍କୁ ଶିକ୍ଷା ଦେବା ଏବଂ ଉତ୍ସାହିତ କରିବା, ଲିଙ୍ଗ ଭେଦ ଭାବକୁ ନେଇ ସମାଜରେ ଅସମାନତା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ପ୍ରତିବର୍ଷ ମେ 28 ତାରିଖକୁ 'ମହିଳା ସ୍ୱାସ୍ଥ୍ୟ ପାଇଁ ଅନ୍ତର୍ଜାତୀୟ ଦିବସ' ବା ଅନ୍ତର୍ଜାତୀୟ ମହିଳା ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ । ମହିଳାଙ୍କ ସ୍ୱର, ଆମର କାର୍ଯ୍ୟ, ଆମର ଚାହିଦା, ମହିଳା ସ୍ୱାସ୍ଥ୍ୟ ଏବଂ ଅଧିକାରକୁ ଗୁରୁତ୍ବ ଦେବା ଚଳିତ ବର୍ଷର ଥିମ ରହିଛି ।

ଅନ୍ତର୍ଜାତୀୟ ମହିଳା ସ୍ୱାସ୍ଥ୍ୟ ଦିବସର ଇତିହାସ: ଲାଟିନ୍ ଆମେରିକୀୟ ଏବଂ କାରିବିଆନ୍ ମହିଳା ସ୍ୱାସ୍ଥ୍ୟ ନେଟୱାର୍କ ଏବଂ ପ୍ରଜନନ ଅଧିକାର ପାଇଁ ମହିଳା ଗ୍ଲୋବାଲ୍ ନେଟୱାର୍କ ଦ୍ୱାରା ପରିଚାଳିତ 1987 ମସିହାରେ କୋଷ୍ଟାରିକାର ଏକ କାର୍ଯ୍ୟକ୍ରମରେ ଗ୍ଲୋବାଲ୍ ନେଟୱାର୍କର ସଦସ୍ୟମାନେ ଏଦି ଦିବସ ପାଳନ କରିବା ନେଇ ଲକ୍ଷ୍ୟ ରଖିଥିଲେ । ସେବେ ଠାରୁ ପ୍ରତିବର୍ଷ ମେ’ 28ରେ ସର୍ବଭାରତୀୟ ସ୍ତରରେ ମହିଳା ସ୍ୱାସ୍ଥ୍ୟ କିମ୍ବା ମହିଳା ସ୍ୱାସ୍ଥ୍ୟ ଦିବସ ଭାବରେ ପାଳନ କରାଯାଏ । ଉଲ୍ଲେଖନୀୟ ବିଷୟ ହେଉଛି, 1999 ମସିହାରେ ଦକ୍ଷିଣ ଆଫ୍ରିକା ସରକାର ଏହାକୁ ପାଳନ କରିବାକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଥିଲେ । ବର୍ତ୍ତମାନ ବିଶ୍ବର ଅନେକ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି । ମହିଳାଙ୍କୁ ସଚେତନା କରାଯାଇବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସୋସିଆଲ ମିଡିଆ କ୍ୟାମ୍ପେନିଂ ମଧ୍ୟ କରାଯାଉଛି ।

ଦିବସ ପାଳନର ଉଦ୍ଦେଶ୍ୟ: ଯୌନ ଏବଂ ପ୍ରଜନନ ସ୍ବାାସ୍ଥ୍ୟ ଏବଂ ଆନୁସଙ୍ଗିକ ଅଧିକାର (ଗର୍ଭପାତ, ପ୍ରସବ ପୂର୍ବରୁ କିମ୍ବା ପ୍ରସବ ଯତ୍ନ, ଯୌନ ସଂକ୍ରମଣ ଇତ୍ୟାଦି) ସହିତ ଜଡିତ ହେଉ କିମ୍ବା ସାମାଜିକ ଭେଦଭାବ, ଘରୋଇ ହିଂସା, ସାମାଜିକ ଶୃଙ୍ଖଳା, ଲିଙ୍ଗଗତ ଅସମାନତା କିମ୍ବା ମହିଳା ଏହା ହେଉ ସାଧାରଣ ସ୍ୱାସ୍ଥ୍ୟ ସେବା ପରି ମାନବିକ ଅଧିକାର ସହିତ ଜଡିତ ସମସ୍ୟାକୁ ନେଇ ଅନେକ ସମ୍ୟରେ ସ୍ବର ଉଠାଯାଇନଥାଏ । କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ଅଜ୍ଞତା । ମହିଳା ସ୍ବାସ୍ଥ୍ୟ ପାଇଁ ଏହି ଦିବସ ପାଳନ କରାଯାଉଛି । ମହିଳାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବା, ଗର୍ଭନିରୋଧ ବିଷୟରେ ଜ୍ଞାତ କରାଇବା ସହ ଏଚଆଇଭି ଏଡସ ବିଷୟରେ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । ଏନେଇ ଅନେକ ପ୍ରକାର ସଚେତନ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ।

ମହିଳା ସ୍ୱାସ୍ଥ୍ୟ ଉପରେ କରାଯାଉଥିବା ଅନ୍ତର୍ଜାତୀୟ କାର୍ଯ୍ୟ ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହାର ସଚେତନତାକୁ ନେଇ ଲୋକମାନେ ସଙ୍କାେଚ ନକରି କଥା ହେବା ସହ ସଚେତନମୂଳକ କାର୍ଯ୍ୟକ୍ରମ କରୁଛନ୍ତି । ଯୌନ ଏବଂ ପ୍ରଜନନକୁ ନେଇ ଆଜି ମଧ୍ୟ ଅନେକ ମହିଳା ପରିପ୍ରକାଶ କରିବା ପାଇଁ ଲଜ୍ଜା କରିଥାନ୍ତି । ଯୌନ ସଂକ୍ରମଣ ବିଷୟରେ ସଚେତନ କରିବା, ଗର୍ଭ ନିରୋଧକ ଔଷଧ ବିଷୟରେ ଅବଗତ କରାଇବା, ଅବାଞ୍ଛିତ ଗର୍ଭଧାରଣ, ସେମାନଙ୍କର ସନ୍ତାନ ଜନ୍ମ ଇଚ୍ଛା ଇତ୍ୟାଦି ବିଷୟରେ ଗୁରୁତ୍ବ ଦେବା ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.