ETV Bharat / sukhibhava

ଅନ୍ତର୍ଜାତୀୟ ଯୁଦ୍ଧ କ୍ଷେତ୍ରରେ ଯୌନ ଶୋଷଣ ନିରୋଧି ଦିବସ ପାଳନର କାରଣ କ'ଣ ?

author img

By

Published : Jun 19, 2023, 6:06 AM IST

ଆଜି ଅନ୍ତର୍ଜାତୀୟ ଯୁଦ୍ଧ କ୍ଷେତ୍ରରେ ଯୌନ ଶୋଷଣ ନିରୋଧି ଦିବସ । ଯୁଦ୍ଧ କ୍ଷେତ୍ରରେ ହେଉଥିବା ଯୌନ ହିଂସାକୁ ନେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସଚେତନତା ସୃଷ୍ଟି କରିବା ଆଜି ଦିନର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

ଆନ୍ତର୍ଜାତୀୟ ଯୁଦ୍ଧ କ୍ଷେତ୍ରରେ ଯୌନ ଶୋଷଣ ନିରୋଧି ଦିବସ ପାଳନର କାରଣ କ'ଣ?

ହାଇଦ୍ରାବାଦ: ଅନ୍ତର୍ଜାତୀୟ ଯୁଦ୍ଧ କ୍ଷେତ୍ରରେ ଯୌନ ଶୋଷଣ ନିରୋଧି ଦିବସ ପ୍ରତିବର୍ଷ ଜୁନ 19ରେ ପାଳନ କରାଯାଉଛି। ଯୌନ ଶୋଷଣ ମୁଖ୍ୟତଃ ମହିଳା, ମଣିଷ କିମ୍ବା ପଶୁମାନେ ମଧ୍ୟ ଏହାର ଶିକାର ହୋଇଥାନ୍ତି। ଏହା ଏକ ଅପରାଧ। ଏହା ଦ୍ବାରା ପୀଡ଼ିତାଙ୍କ ଶାରୀରିକ ସହ ମାନସିକ ଚିନ୍ତାଧାରା ଉପରେ ବିଶେଷ ପ୍ରଭାବ ପଡ଼ିଥାଏ। ତେବେ ଏହାକୁ ସମାପ୍ତ କରିବା ସହ ଯୌନ ଶୋଷଣ ବିଷୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ ।

ସାଧାରଣତଃ ଯୁଦ୍ଧ କ୍ଷେତ୍ରରେ ହିଂସା ବଢିଥାଏ। ଏହାକୁ ଟାର୍ଗେଟ କରି ଯୌନ ଶୋଷଣକୁ ଅସ୍ତ୍ର ଭାବେ ବ୍ୟବହାର କରିଥାନ୍ତି। ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧ ବା ଦୁଇ ସମ୍ପ୍ରଦାୟ ମଧ୍ୟରେ ହେଉ, ଯୌନ ଶୋଷଣକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥାଏ। ଫଳରେ ଅଧିକାଂଶ ମହିଳା, ବାଳିକା, ପୁରୁଷ କିମ୍ବା ବାଳକମାନେ ଯୌନ ଶୋଷଣର ଶିକାର ହୋଇଥାନ୍ତି। କେବଳ ଏତିକି ନୁହେଁ ଆତଙ୍କବାଦୀମାନେ ଏହାକୁ ସେମାନଙ୍କ ଯୁଦ୍ଧ କୌଶଳ ଭାବରେ ବ୍ୟବହାର କରିଥାନ୍ତି।

ମିଳିତ ଜାତିସଂଘର ସାଧାରଣ ସଭା 19 ଜୁନ୍ 2015 ରେ ଆନୁଷ୍ଠାନିକ ଭାବେ ଘୋଷଣା କଲା ଯେ ଜୁନ୍ 19 କୁ ଯୁଦ୍ଧ କ୍ଷେତ୍ରରେ ଯୌନ ଶୋଷଣକୁ ଦୂର କରିବା ପାଇଁ ଆନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯିବ। ଏହା କରିବା ପାଇଁ ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୁଖ୍ୟତଃ ଯୌନ ସମ୍ବନ୍ଧୀୟ ହିଂସା ବା ଶୋଷଣକୁ ସମାପ୍ତ କରିବା, ଏହା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ସମଗ୍ର ବିଶ୍ୱରେ ଯୌନ ଶୋଷଣରେ ଶିକାର ହୋଇଥିବା ପୀଡ଼ିତାଙ୍କୁ ସମ୍ମାନ ଦେବା, ସେମାନଙ୍କ ସହ ଛିଡ଼ା ହେବା। ଏଥିସହ ଏହି ସାମାଜିକ ଅପରାଧକୁ ଦୂର କରିବା ପାଇଁ ଉଦ୍ୟମ କରିବାରେ ଯେଉଁମାନେ ସାହସର ସହିତ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିନଟି ମଧ୍ୟ ଉତ୍ସର୍ଗୀକୃତ କରାଯାଇଛି।

ସୁରକ୍ଷା ପରିଷଦ ସଂକଳ୍ପ 1820 (2008) ର 19 ଜୁନ୍ 2008 ରେ ଗ୍ରହଣକୁ ସ୍ମରଣ କରିବା ପାଇଁ ଜୁନ୍ 19 ତାରିଖ ଚୟନ କରାଯାଇଥିଲା। ଏହି ଦିନ ପରିଷଦ ଯୌନ ଶୋଷଣକୁ ଯୁଦ୍ଧର କୌଶଳ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଏହା ଏକ ପ୍ରତିବନ୍ଧକ ବୋଲି ନିନ୍ଦା କରିଥିଲା। ସେପଟେ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ମଧ୍ୟ ତାଙ୍କ ବିବୃତ୍ତିରେ ଯୁଦ୍ଧ କ୍ଷେତ୍ରରେ ଯୌନ ଶୋଷଣକୁ ଯୁଦ୍ଧ, ନିର୍ଯାତନା, ଆତଙ୍କ ଏବଂ ଦମନର ଏକ ନିଷ୍ଠୁର କୌଶଳ ବୋଲି କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.