ETV Bharat / sukhibhava

ଦେଶରେ ବୃଦ୍ଧି ପାଉଛି ପେଟ ସମ୍ବନ୍ଧୀୟ ରୋଗ, ଏହା ହେଉଛି କାରଣ - ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗର କାରଣ

ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାର ମୁଖ୍ୟ କାରଣ କଣ ? ଅଧିକ ପଢ଼ନ୍ତୁ

Inflammatory bowel disease
Inflammatory bowel disease
author img

By

Published : Aug 10, 2023, 3:57 PM IST

ହାଇଦ୍ରାବାଦ: ଭାରତରେ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଲୋକମାନେ ଶୀଘ୍ର ପେଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ପ୍ରତ୍ୟେକ ବର୍ଷ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ହାଇଦ୍ରାବାଦର ଆଇବିଡି ସେଣ୍ଟରର ଅନୁସନ୍ଧାନରେ ଏହା ଜଣାପଡିଛି ଯେ ଦେଶରେ 5 ପ୍ରତିଶତରୁ ଅଧିକ ଲୋକ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗ(Inflammatory bowel disease)ରେ ଆକ୍ରାନ୍ତ ହୋଇଛନ୍ତି। ଏଥି ଯୋଗୁଁ ପେଟ ଯନ୍ତ୍ରଣା, ଅନ୍ତନଳୀ ସଂକ୍ରମଣ, ଏସିଡିଟି, ଅଲସରାଟିଭ କୋଲାଇଟିସ୍ ଭଳି ସମସ୍ୟା ହୋଇଥାଏ । 2006 ମସିହା ପର୍ଯ୍ୟନ୍ତ, କେବଳ 0.1 ପ୍ରତିଶତ ଲୋକ ଏହି ରୋଗର ଶିକାର ହୋଇଥିଲେ, କିନ୍ତୁ ସମୟ ସହିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ରିପୋର୍ଟ ମେଡିକାଲ୍ ଜର୍ନାଲ୍ ଲାନସେଟ୍ ରିଜୋନାଲ ହେଲ୍‌ଥ ସାଉଥ୍‌ ଇଷ୍ଟ ଏସିଆରେ ପ୍ରକାଶିତ ହୋଇଛି ।

ବୃଦ୍ଧି ପାଉଛି ରୋଗ: ରିପୋର୍ଟ ଅନୁଯାୟୀ, କର୍କଟ, ହୃଦ୍‌ରୋଗ ଏବଂ ମଧୁମେହ ପରେ ପେଟ ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଡାକ୍ତରଙ୍କ କହିବାନୁସାରେ, ଖରାପ ଖାଦ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ IBD ରୋଗ ହେଉଛି । ଅନେକ କ୍ଷେତ୍ରରେ, ରୋଗ ପ୍ରତିରୋଧକ ଶକ୍ତି ଏହାର ଏକ ବଡ଼ କାରଣ ହୋଇଛି । କାରଣ ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥିବାରୁ ବ୍ୟକ୍ତି ଖୁବ ଶୀଘ୍ର ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗରେ ଆକ୍ରାନ୍ତ ହେବା ପରେ ଓଜନ ହ୍ରାସ, ଥକାପଣ ଏବଂ ପେଟ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ପେଟ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ସମସ୍ୟା ସବୁ ବୟସର ଲୋକଙ୍କ ମଧ୍ୟରେ ଦେଖାଯାଉଛି । କିନ୍ତୁ ପେଟ ସମସ୍ୟାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଯଦି ପେଟ ଯନ୍ତ୍ରଣା ଦୀର୍ଘ ସମୟ ଧରି ରହିଥାଏ, ତେବେ ତୁରନ୍ତ ଏହାର ଚିକିତ୍ସା କରାଯିବା ଉଚିତ ।

କାହାକୁ ଅଧିକ ପେଟ ରୋଗ ହେବାର ଆଶଙ୍କା ରହିଥାଏ: 50 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ଏହା ବ୍ୟତୀତ ଜେନେଟିକ, ମଦ୍ୟପାନ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ମଧ୍ୟ ଏହି ରୋଗର କାରଣ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ଶର୍କରା ଯୁକ୍ତ ଖାଦ୍ୟ ବଢାଇପାରେ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗ ସମସ୍ୟା

ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗରୁ କିଭଳି ବର୍ତ୍ତିବେ:

  • ଖାଦ୍ୟପେୟ ଠିକ୍‌ କରିବା ଆବଶ୍ୟକ
  • ଫାଇବର ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ
  • ପ୍ରତିଦିନ ବ୍ୟାୟାମ କରିବା ଉଚିତ୍‌
  • ମଦ୍ୟପାନ ଠାରୁ ଦୂରେଇ ରହିବା ଉଚିତ୍‌
  • ମାନସିକ ଚିନ୍ତାଠାରୁ ଦୂରେଇ ରହିବା ପାଇଁ ପରିବାର ସହିତ ସମୟ ବିତାନ୍ତୁ
  • ବିଳମ୍ବରେ ରାତ୍ରୀ ଭୋଜନ ନକରି ଶୀଘ୍ର କରନ୍ତୁ
  • ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଖାଦ୍ୟ ଖାଆନ୍ତୁ
  • ଅଧିକ ମଇଦା ଏବଂ ତେଲଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ

କହିରଖୁଛୁ କି, ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ଅନ୍ତଃନଳୀ ସମସ୍ୟା, ବିଶେଷତଃ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗର ସମସ୍ୟାକୁ ବୃଦ୍ଧି କରିପାରେ ବୋଲି ଜଣାପଡିଛି । ଜର୍ନାଲ୍ ସେଲୁଲାର୍ ମଲିକୁଲାର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ୍‌ ହେପାଟୋଲୋଜିରେ ପ୍ରକାଶିତ ଏକ ଅନୁସନ୍ଧାନ ବା ଅଧ୍ୟୟନରୁ ଏହା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.