ETV Bharat / sukhibhava

ଯୁବପିଢିଙ୍କ ଠାରୁ ଧୁମ୍ରପାନ କମ କରିବାକୁ ଏହି ଦେଶ ନେଲା ବଡ ନିଷ୍ପତି

author img

By

Published : Nov 5, 2022, 8:00 AM IST

ଯୁବକମାନଙ୍କ ମଧ୍ୟରେ ଧୂମପାନ ବ୍ୟବହାରକୁ ହ୍ରାସ କରିବା ପାଇଁ ଇଣ୍ଡୋନେସିଆରେ ସିଗାରେଟ୍ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଲେ ସରକାର(Indonesia to hike cigarette excise tax to reduce smoking among youth) । ଅଧିକ ପଢନ୍ତୁ

ଏହି ଦେଶରେ ଯୁବପିଢିଙ୍କୁ ନିଶାଠୁ ଦୂରେଇବା ପାଇଁ ବଢିବ ସିଗାରେଟ୍ ଦର

ଜାକର୍ତ୍ତା: ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ନିଶା ଯୁବପିଢିଙ୍କ ମଧ୍ୟରେ ଆଦୃତ ହୋଇସାରିଲାଣି । ନିଶାରୁ ଦୂରେଇବାକୁ କହିଲେ, ସେମାନେ କ୍ରୋଧିତ ସହ ମାନସିକ ଏବଂ ଶାରୀରିକ ସନ୍ତୁଳନ ମଧ୍ୟ ହରାଇ ବସୁଛନ୍ତି । ଏହି କାରଣରୁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ମାତ୍ର ଯୁବପିଢିଙ୍କୁ ନିଶା ସେବନଠୁ ଦୂରେଇ ରଖିବା ଯେପରି ଅସମ୍ଭବ, ସେହିଭଳି ମନେ ହେଉଛି । ମାତ୍ର ଏହାରି ମଧ୍ୟରେ ଇଣ୍ଡୋନେସିଆ ସରକାର ନେଇଛନ୍ତି ଉଲ୍ଲେଖନୀୟ ପଦକ୍ଷେପ ।

ଖବର ଅନୁସାରେ, ଇଣ୍ଡୋନେସିଆରେ ଯୁବକମାନଙ୍କ ମଧ୍ୟରେ ଧୂମପାନ ବ୍ୟବହାରକୁ ହ୍ରାସ କରିବା ପାଇଁ ସରକାର ସିଗାରେଟ୍ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି(Indonesia to hike cigarette excise tax to reduce smoking among youth) । ଯୁବକମାନଙ୍କ ମଧ୍ୟରେ ଧୂମପାନ ହ୍ରାସ କରିବା ଏବଂ ଏହାର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ସିଗାରେଟ୍‌ର ଏକ୍ସାଇଜ୍ ଟ୍ୟାକ୍ସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ ମୁଲାନି କହିଛନ୍ତି ।

ବୋଗୋର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନେତୃତ୍ୱରେ ତମାଖୁ ଏକ୍ସାଇଜ୍ ନୀତି ଉପରେ ହୋଇଥିବା ବୈଠକରେ କୁହାଯାଇଛି ଯେ, ସରକାର ମେସିନ୍ ତିଆରି କ୍ଲୋଭ୍ ସିଗାରେଟ୍ ପାଇଁ 11.50 ରୁ 11.75 ପ୍ରତିଶତ, ଧଳା ସିଗାରେଟ୍ 11.00 ରୁ 12.00 ପ୍ରତିଶତ ଏବଂ ହ୍ୟାଣ୍ଡ-ରୋଲ୍ଡ ସିଗାରେଟ୍ ଦର ହାରାହାରି ପ୍ରତିଶକକୁ ବୃଦ୍ଧି କରିବେ ବୋଲି Xinhua ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି । ଏକ୍ସାଇଜ୍ ହାରର ବୃଦ୍ଧି ହାରାହାରି 15 ପ୍ରତିଶତ ଇଲେକ୍ଟ୍ରୋନିକ୍ ସିଗାରେଟ୍ ଉପରେ ମଧ୍ୟ ଲାଗୁ ହେବ ବୋଲି ଉଲ୍ଲେଖ ରହିଛି ।

ସହରରେ ରହୁଥିବା ଗରିବ ପରିବାର ପିଲା 12.21 ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ 11.63 ପ୍ରତିଶତ ବ୍ୟବହାର ହେଉଛି, ଯାହା ଦ୍ୱିତୀୟ ସର୍ବାଧିକ ବ୍ୟବହାର ଏବଂ ଏହା ଜୀବନହାନୀର ଅନ୍ୟତମ କାରଣ ବୋଲି ମନ୍ତ୍ରୀ ମୁଲାନି କହିଛନ୍ତି । ତେବେ 2020-2024 ଅବଧି ପାଇଁ ଏହାର ଜାତୀୟ ମଧ୍ୟମ-ଅବଧି ବିକାଶ ଯୋଜନାରେ, ଇଣ୍ଡୋନେସିଆ 10 ରୁ 18 ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ଧୂମପାନକାରୀଙ୍କ ସଂଖ୍ୟା 2024 ରେ 9.1 ପ୍ରତିଶତରୁ 8.7 କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.