ETV Bharat / sukhibhava

Miyawaki Forest: ଏହି ସ୍ଥାନରେ ଖୋଲିବ ଭାରତର ପ୍ରଥମେ ନେଚର ଲ୍ୟାବ, ଜାଣନ୍ତୁ ଏହାର ଉଦ୍ଦେଶ୍ୟ - ନେଚର ଲ୍ୟାବ

ଭାରତରେ ପ୍ରଥମ କରି ଥିରୁଅନନ୍ତପୁରମରେ ଖୋଲିବ ନେଚର ଲ୍ୟାବ । ଜଙ୍ଗଲ ପ୍ରତିରୋପଣ ସହ ଜୈବ ବିବିଧତା ନେଇ ଜ୍ଞାନ ଆହରଣ କରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Miyawaki Forest
Miyawaki Forest
author img

By

Published : May 26, 2023, 5:18 PM IST

ଥିରୁଅନନ୍ତପୁରମ: ଲ୍ୟାବରେ ପ୍ରାକୃତିକ ପରିବେଶ ନେଇ ଜ୍ଞାନ ଆହରଣ କରିବେ ଛାତ୍ରଛାତ୍ରୀ । ଭାରତରେ ପ୍ରଥମ ଥର ପାଇଁ ଖୋଲିବ ନେଚର ଲ୍ୟାବ। କେରଳର ଥିରୁଅନନ୍ତପୁରରମେ ଖୁବଶୀଘ୍ର ଏହି ଲ୍ୟାବ ଖୋଲିବା ନେଇ ସୂଚନା ମିଳିଛି । ଏହି ଲ୍ୟାବରେ ଛାତ୍ର ଏବଂ ପ୍ରକୃତିପ୍ରେମୀମାନେ କିପରି ପ୍ରାକୃତିକ ଜଙ୍ଗଲ ପ୍ରତିରୋପଣ କରିବେ ଏବଂ ଜୈବ ବିବିଧତାକୁ ସଂରକ୍ଷଣ କରିବେ ତାହା ଶିଖିବେ । ପ୍ରକୃତି ଲ୍ୟାବକୁ ଏମଆର ହରିଙ୍କ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମଆର ହରି ଥିରୁଅନନ୍ତପୁରମର ଅଢ଼େଇ ଏକର ଜମିରେ ବ୍ୟାପିଥିବା ମିଆୱାକି ଜଙ୍ଗଲ ଲ୍ୟାବରେ ପରିଣତ କରିଛନ୍ତି । ମିୟାୱାକି ଜଙ୍ଗଲ ସୃଷ୍ଟି କରିଥିବା ଏମ୍‌.ଆର୍‌ ହରି କହିଛନ୍ତି, "ପିଲାମାନଙ୍କୁ ପ୍ରାକୃତିକ ଜଙ୍ଗଲ ସଂରକ୍ଷଣ ବିଷୟରେ ଶିକ୍ଷା ଦେବା ପାଇଁ ଏକ ପ୍ରକୃତି ଲ୍ୟାବ ପ୍ରତିଷ୍ଠା କରିବାର କଳ୍ପନା ମନକୁ ଆସିଥିଲା ​। ମଣିଷର ହସ୍ତକ୍ଷେପ ବିନା ପ୍ରାକୃତିକ ପରିବେଶରେ ବୃକ୍ଷ ଓ ଉଦ୍ଭିଦ ବଢିପାରିବେ ତାହା ଜାଣିପାରିବେ ।"

ଏହା ମଧ୍ୟ ପଢନ୍ତୁ: Summer Special: ତାତିରୁ ଶରୀରରୁ ମିଳିବ ଆରାମ, ଖରାଦିନେ ଖାଆନ୍ତୁ ଏସବୁ ଫଳରୁ ତିଆରି ଗୋଲା

ହରି ମଧ୍ୟ ତାଙ୍କ ଜଙ୍ଗଲରେ ଏକ ପ୍ରାକୃତିକ ପୋଖରୀ ତିଆରି କରୁଛନ୍ତି । ଏଥିରୁ ଛାତ୍ରମାନେ ଜଳ ପାଖରେ କିପରି ପ୍ରାକୃତିକ ଇକୋସିଷ୍ଟମ ବିକଶିତ ହୋଇପାରିବ ଶିଖିପାରିବେ। ଏହାସହ ଜଙ୍ଗଲ ସୃଷ୍ଟି କରିବା ଦ୍ବାରା କାର୍ବନ ସ୍ଥିତିରେ ମଧ୍ୟୁଧାର ଆଣିପାରିବା । ଏଠାରେ ଜଙ୍ଗଲ ଜମିର ମୂଲ୍ୟ ମଧ୍ୟ ଅଧିକ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଶିଖିବା ନିହାତି ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି, "ପାରମ୍ପରିକ ବନୀକରଣରେ, ଆମେ ଏକର ପିଛା 400 ଗଛ ଲଗାଇ ପାରିବା । ମିୟାୱାକିରେ, ଆମେ ପ୍ରତି 10 ସେଣ୍ଟ୍ ଜମିରେ 16,000 ଉଦ୍ଭିଦ ଲଗାଇ ପାରିବା । ଯଦି ସେମାନଙ୍କ ମଧ୍ୟରୁ ଅଧା ମଧ୍ୟ ବଞ୍ଚନ୍ତି, ରୂପାନ୍ତର ପ୍ରତିଶତ ବହୁତ ଅଧିକ ବୋଲି ଜାଣିପାରିବା ।"

ହରିଙ୍କର ମିୟାୱାକି ଜଙ୍ଗଲ ଥିରୁବନନ୍ତପୁରମର ପୁଲିୟରାକୋନାମରେ ଅଛି । ଜଙ୍ଗଲରେ ବୁଲିବାବେଳେ ସେ ଏହାକୁ କିପରି ନିର୍ମାଣ ପାଇଁ ଚିନ୍ତା କରିଥିଲେ ସେନେଇ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ସେ ସହରରେ ରହିବାକୁ ଆରମ୍ଭ କରିବା ସମୟରେ ସେ ଚିହ୍ନିଥିବା ଗଛ ଏବଂ ତାର ମହତ୍ତ୍ବକୁ ମନେ ପକାଉଥିଲେ। ଏଭଳି ସବୁଜ ଜାଗା ସୃଷ୍ଟି କରିବା ତାଙ୍କର ଆଗ୍ରହ ଥିଲା । ସହରରେ ଜମିର ମୂଲ୍ୟ ବହୁତ ଅଧିକ, ତେଣୁ ସେ ସବୁଠାରୁ ଶସ୍ତା ଜମି ଖୋଜିଲେ ଏବଂ ଏହି ଜମି ପାଇଲେ।" ମିଆୱାକି ପ୍ରଣାଳୀ ହେଉଛି ଏକ ପ୍ରଣାଳୀ ଯାହାକି କମ୍ ସମୟରେ ଓ କମ୍ ଜାଗାରେ ସୃଷ୍ଟି ହେଉଛି ଘଞ୍ଚ ଜଙ୍ଗଲ । ଉଦାହରଣ ସ୍ବରୂପ ଏକ ବର୍ଷରେ ବଢ଼ୁଥିବା ଗଛ ଏକ ମାସରେ ବଢିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.