ETV Bharat / sukhibhava

କୋରୋନା କାରଣରୁ ହେଉଥିବା ହୃଦରୋଗ ରୋକିବ ଭାରତୀୟ ଔଷଧ 2DG ! - ଭାରତୀୟ ଔଷଧ ଉପରେ ଆମେରିକା ବୈଜ୍ଞାନିକଙ୍କ ପରୀକ୍ଷଣ

କୋରୋନା ଭାଇରସ୍ କାରଣରୁ ହେଉଥିବା ହୃଦରୋଗ ସମସ୍ୟାକୁ ରୋକିପାରିବ ଭାରତୀୟ ଔଷଧ 2DG(Indian drug 2DG can reduce heart damage by coronavirus) । ଅଧିକ ପଢନ୍ତୁ

କୋରୋନା କାରଣରୁ ହେଉଥିବା ହୃଦରୋଗ ରୋକିବ ଭାରତୀୟ ଔଷଧ 2DG

author img

By

Published : Nov 10, 2022, 10:12 AM IST

ୱାଶିଂଟନ୍: କୋରୋନା ଭାଇରସ୍ କାରଣରୁ ହେଉଥିବା ହୃଦରୋଗ ସମସ୍ୟାକୁ ରୋକିପାରିବ ଭାରତୀୟ ଔଷଧ । ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(Defence Research & Development Organisation, DRDO) ଦ୍ବାରା ପ୍ରସ୍ତୁତ ହୋଇଥିବା 2DG ମେଡିସନ୍ ହୃଦ୍‌ରୋଗ ଚିକିତ୍ସା କରିପାରିବ ବୋଲି ନିକଟରେ ଏକ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି(Indian drug 2DG can reduce heart damage by coronavirus) । ମାଛି ଏବଂ ମୂଷାଙ୍କ ଉପରେ କରାଯାଇଥିବା ଏହି ଅଧ୍ୟୟନ କରାଯାଇଥିଲା, ଯାହା ସଫଳ ହୋଇଛି ।

ଖବର ଅନୁଯାୟୀ, ମେରିଲ୍ୟାଣ୍ଡ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଚିହ୍ନଟ କରିଛନ୍ତି ଯେ, SARS-Cov-2 ଭଇରସର ଏକ ନିର୍ଦ୍ଦିଷ୍ଟ ପ୍ରୋଟିନ୍ କିପରି ହୃଦୟ ଟିସୁକୁ କ୍ଷତି ପହଞ୍ଚାଏ ତା' ଉପରେ ଅନୁସନ୍ଧାନ କରିଥିଲେ । ଏହା ପରେ ସେମାନେ ହୃଦୟରେ ସେହି ପ୍ରୋଟିନର ବିଷାକ୍ତ ପ୍ରଭାବକୁ ନଷ୍ଟ କରିବା ପାଇଁ 2DG(2-deoxy-D-glucose) ନାମକ ଏକ ଔଷଧ ବ୍ୟବହାର କରିଥିଲେ । 2DG ମେଡିସିନ୍ ହାଇଦ୍ରାବାଦର ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ(DRL) ସହଯୋଗରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)ର ଲାବୋରେଟୋରୀ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ ଆଲାଇଡ୍ ସାଇନ୍ସ (INMAS) ଦ୍ୱାରା ବିକଶିତ କରାଯାଇଥିଲା ।

ବର୍ତ୍ତମାନ ଆମେରିକାର ମେରିଲ୍ୟାଣ୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ହୃଦୟରେ SARS-Cov-2 ଭୂତାଣୁ ପ୍ରୋଟିନର ବିଷାକ୍ତ ପ୍ରଭାବକୁ ନଷ୍ଟ କରିବା ପାଇଁ ଏହି ଔଷଧକୁ ବ୍ୟବହାର କରିଥିଲେ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, "ସୌଭାଗ୍ୟବଶତଃ 2DG ଶସ୍ତା, ଏହା ନିୟମିତ ଭାବରେ ଲାବୋରେଟୋରୀ ଅନୁସନ୍ଧାନରେ ବ୍ୟବହୃତ ହୁଏ ଏବଂ ଏହା ଭାରତରେ କ୍ଲିନିକାଲ ପରୀକ୍ଷଣରେ ବ୍ୟବହୃତ ହୁଏ । ଏହି ରୋଗର ଚିକିତ୍ସା ପାଇଁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ(Food and Drug Administration, FDA) ଦ୍ୱାରା ଏହି ଔଷଧ ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ ।

ଅଧ୍ୟୟନର ବରିଷ୍ଠ ଲେଖକ ଜେହ ହାନ କହିଛନ୍ତି, "ଆମର ଅନୁସନ୍ଧାନରୁ ଜଣାପଡିଛି ଯେ, SARS-CoV-2 ପ୍ରୋଟିନ୍ ପ୍ରତ୍ୟେକ ଶରୀରରେ ନିର୍ଦ୍ଦିଷ୍ଟ ଟିସୁ ପାଇଁ ବଡ କ୍ଷତି କରିପାରେ, ଯେପରି ଏଚ୍.ଆଇ.ଭି ଏବଂ ଜିକା ପରି ଅନ୍ୟ ଭୂତାଣୁ ସମସ୍ୟା ସୃଷ୍ଟି କରିଥାନ୍ତି । ଏହି ଔଷଧର ପରବର୍ତ୍ତୀ କ୍ଲିନିକାଲ୍ ପରୀକ୍ଷଣ କରାଯିବ ।" ତେବେ ଏହି ପରୀକ୍ଷଣରେ ମାଛି ଏବଂ ମୂଷାଙ୍କ ହୃଦୟ କୋଷ ଉପରେ କରାଯାଇଥିବା ଅଧ୍ୟୟନର ରିପୋର୍ଟ ନେଚର୍ ଜର୍ଣ୍ଣାଲର କମ୍ୟୁନିକେସନ ବାୟୋଲୋଜିରେ ପ୍ରକାଶ ପାଇଛି । ଯଦିଓ କୋଭିଡ-19 ରୋଗର ଗମ୍ଭୀରତାକୁ ହ୍ରାସ କରିବା ପାଇଁ ବିଶ୍ବର ବୈଜ୍ଞାନିକମାନେ ଶୀଘ୍ର ଟିକା ଏବଂ ଔଷଧ ବିକଶିତ କରିଥିଲେ, ଅଧ୍ୟୟନରେ କୁହାଯାଇଛି ଯେ, ଏହି ଚିକିତ୍ସା ହୃଦୟ କିମ୍ବା ଅନ୍ୟ ଅଙ୍ଗକୁ ସାମାନ୍ୟ ସଂକ୍ରମଣରୁ ମଧ୍ୟ କ୍ଷତିରୁ ରକ୍ଷା କରେନାହିଁ । ତେଣୁ ଗତ ବର୍ଷ ହାନ୍ ଏବଂ ତାଙ୍କ ଦଳ ମାଛି ଓ ମାନବ କୋଷ ବ୍ୟବହାର କରି ଏକ ଅଧ୍ୟୟନରେ କରୋନା ଭାଇରସର ସବୁଠାରୁ ବିଷାକ୍ତ ପ୍ରୋଟିନ୍ ଚିହ୍ନଟ କରିଥିଲେ ।

ଅଧ୍ୟୟନ ଅନୁଯାୟୀ, ସେମାନେ ଜାଣିବାକୁ ପାଇଲେ ଯେ, ସେମାନେ ଏକ ଔଷଧ ପାଇଲେ 'ସେଲିନେକ୍ସର୍', ଯାହା ଏହି ପ୍ରୋଟିନ୍ ମଧ୍ୟରୁ ଗୋଟିଏର ବିଷାକ୍ତତାକୁ ହ୍ରାସ କରିଥିଲା, କିନ୍ତୁ ଅନ୍ୟଟି ନୁହେଁ, ଯାହା Nsp6 ଭାବରେ ଜଣାଶୁଣା । ଦଳ 2-DG ଔଷଧ ବ୍ୟବହାର କରି ମାଛି ଏବଂ ମୂଷା ହୃଦୟ କୋଷରେ ସୁଗାର୍ ମେଟାବୋଲିଜିମ୍ ଅବରୋଧ କରିଥିଲା । ସେମାନେ ଜାଣିବାକୁ ପାଇଲେ ଯେ, ଏହି ଔଷଧ Nsp6 ଭାଇରାଲ୍ ପ୍ରୋଟିନ୍ ଦ୍ବାରା ହୃଦୟ ଏବଂ ମାଇଟୋକଣ୍ଡ୍ରିଆର କ୍ଷତି ହ୍ରାସ କରିବାରେ ସକ୍ଷମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.