ETV Bharat / sukhibhava

ଦିନକରେ ସର୍ବାଧିକ 1590 ଆକ୍ରାନ୍ତ ଚିହ୍ନଟ, ସତର୍କ ରହିବାକୁ ରାଜ୍ୟଙ୍କୁ କେନ୍ଦ୍ରର ଚିଠି

author img

By

Published : Mar 25, 2023, 5:54 PM IST

ପୁଣି କାୟା ମେଲାଉଛି କୋରୋନା । ଦିନକରେ 1,590 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପୁଣି ଡରାଉଛି କୋରୋନା । ଇନଫ୍ଲୁଏଞ୍ଜା H3N2 ସଂକ୍ରମଣ ସମୟରେ କୋରୋନା ମାମଲା ବୃଦ୍ଧି ଚିନ୍ତାରେ ପକାଇଲାଣି । ଗତ 24 ଘଣ୍ଟା ମଧ୍ୟରେ 1,500 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ରହିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଚିଠି ଲେଖିଛି । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟେଷ୍ଟିଂ ଉପରେ ବିଶେଷ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ କରିଛି । ଏଥିସହ ମକ୍‌ ଡ୍ରିଲ୍‌ ଉପରେ ମଧ୍ୟ ଗୁରୁତ୍ବ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଶନିବାର 1,590 ନୂତନ କୋଭିଡ ମାମଲା ଚିହ୍ନଟ ହୋଇ ଥିବାବେଳେ 6 ଜଣଙ୍କର ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଗତ 146 ଦିନ ମଧ୍ୟରେ ସର୍ବାଧିକ । ଅର୍ଥାତ୍ ଚଳିତ ବର୍ଷ ସର୍ବାଧିକ ଗୋଟିଏ ଦିନରେ 1,590 କୋଭିଡରେ ସଂକ୍ରମିତ ହୋଇଛନ୍ତି । 6 ଜଣ ମୃତକଙ୍କ ମଧ୍ୟରୁ ତିନିଜଣ ମହାରାଷ୍ଟ୍ରର ହୋଇ ଥିବାବେଳେ କର୍ଣ୍ଣାଟକ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ଜଣେ ଲେଖାଏ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ପୁଣି ଉପରମୁହାଁ କୋରୋନା: ଦିନକରେ 1300 ସଂକ୍ରମିତ ଚିହ୍ନଟ, ଚଳିତ ବର୍ଷର ସର୍ବାଧିକ

ସେହିପରି ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ଦେଶର ମୋଟ ସକ୍ରିୟ ମାମଲା 8,601କୁ ବୃଦ୍ଧି ପାଇଛି, ଯାହା ମୋଟ ମାମଲାର 0.02 ପ୍ରତିଶତ । ଗତ 24 ଘଣ୍ଟା ମଧ୍ୟରେ 910 ରୋଗୀଙ୍କ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କୁ ମିଶାଇଲେ କୋଭିଡରୁ ବର୍ତ୍ତମାନ ସୁଦ୍ଧା 4,41,62,832 ସୁସ୍ଥ ହୋଇ ସାରିଲେଣି । ଏହାର ଅର୍ଥ ଦେଶରେ ସୁସ୍ଥତା ହାର 98.79 ପ୍ରତିଶତ ରହିଛି । ସେପଟେ ମୋଟ 220.65 କୋଟି ବ୍ୟକ୍ତିଙ୍କର ଟୀକାକରଣ ସରିଛି ।

ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଏହି ସବୁ ଲକ୍ଷଣ ପିଲାମାନଙ୍କ କ୍ରନିକ୍ କିଡନୀ ଡିଜିଜ୍ ଲକ୍ଷଣ

ସୂଚନା ଅନୁସାରେ, ଲଗାତର 3 ଦିନ ହେବ ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ 23 ରେ 1300 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3 ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିପାଇଁ ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କୋଭିଡ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ପାଣିପାଗରେ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇପାରେ । ଗ୍ରୀଷ୍ମ ପ୍ରବାହ ଆସିଲେ ଭୂତାଣୁ ସଂକ୍ରମଣ ହ୍ରାସ ପାଇପାରେ, ସେତ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.