ETV Bharat / sukhibhava

Male contraceptive: ଏଣିକି ପୁରୁଷ ନେବେ ଗର୍ଭନିରୋଧକ, ଖୁବ ଶୀଘ୍ର ହେବ ଉପଲବ୍ଧ

author img

By ETV Bharat Odisha Team

Published : Oct 19, 2023, 5:58 PM IST

ଏଣିକି ମହିଳାଙ୍କ ସହ ପୁରୁଷମାନେ ନେବେ ଗର୍ଭନିରୋଧକ । ଖୁବଶୀଘ୍ର ମାର୍କେଟରେ ହେବ ଉପଲବ୍ଧ । ଅଧିକ ପଢନ୍ତୁ

Male contraceptive
Male contraceptive

ହାଇଦ୍ରାବାଦ: ଏଣିକି ଗର୍ଭନିରୋଧକ ନେଇପାରିବେ ପୁରୁଷ । ପୂର୍ବରୁ ମହିଳାମାନେ ଗର୍ଭନିରୋଧକ ଔଷଧ ନେଉଥିବା ବେଳେ ବର୍ତ୍ତମାନ ଅବାଞ୍ଛିତ ଗର୍ଭପାତକୁ ରୋକିବାରେ ସହାୟକ ହେବେ ପୁରୁଷ । 7 ବର୍ଷ ଧରି ଏହା ଉପରେ ଅନୁସନ୍ଧାନ କରୁଥିବା ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR)କୁ ମିଳିଲା ବଡ ସଫଳତା । ବିଶେଷ କଥା ହେଉଛି ପୁରୁଷଙ୍କ କ୍ଷେତ୍ରରେ ଏହା ବିଶ୍ବର ପ୍ରଥମ ଗର୍ଭନିରୋଧକ ଇଞ୍ଜେକ୍ସନ୍ ହୋଇଥିବା ବେଳେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଇଛି । ICMRର ଏହି ଅନୁସନ୍ଧାନ ଅନୁଯାୟୀ, ଗର୍ଭଧାରଣକୁ ରୋକିବାରେ ଏହି ଇଞ୍ଜେକ୍ସନ୍ 99 ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ହେବ ।

7 ବର୍ଷର ଅନୁସନ୍ଧାନ: ଖବର ଅନୁସାରେ, ପୁରୁଷ ଗର୍ଭନିରୋଧକ RISUG କୁ ସଫଳତାର ସହ ପରୀକ୍ଷା କରିବାକୁ ICMR 7 ବର୍ଷ ଲାଗଲା । ଏହାର ଅନୁସନ୍ଧାନ ପାଇଁ ICMR 303 ସୁସ୍ଥ ବିବାହିତ ପୁରୁଷଙ୍କୁ ଏହି ଇଞ୍ଜେକ୍ସନ୍ ଦେଇଥିଲା ଏବଂ 7 ବର୍ଷର ଅନୁସନ୍ଧାନ ପରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ଏହି ଇଞ୍ଜେକ୍ସନ୍ ନନ ହରମୋନ୍ ଇଞ୍ଜେକଟେବଲ ଗର୍ଭନିରୋଧକ(Non hormonal injectable male contraceptive) ଅଟେ । ତେବେ ଏହି ଇଞ୍ଜେକ୍ସନ ଦ୍ବାରା କୌଣସି ଗମ୍ଭୀର ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ଦେଖାଯାଉନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

ଗତମାସରେ ଇଣ୍ଟର ନ୍ୟାସନାଲ ଓପନ ଆସେସ ଆଣ୍ଟ୍ରୋଲୋଜି ଜୋନାଲରେ ପ୍ରକାଶିତ ତଥ୍ୟ ଅନୁସାରେ, ଏହି ଇଞ୍ଜେକ୍ସନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ 25 ରୁ 40 ବର୍ଷୀୟ 303 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଓପନ ଲାବ ଏବଂ ନନ ରାଣ୍ଡୋମାଇଜ, ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଅଧିନରେ ତୃତୀୟ କ୍ଲିନିକାଲ ଟ୍ରାଏଲ 5ଟି ଭିନ୍ନ କେନ୍ଦ୍ରରେ କରାଯାଇଥିଲା । ନୂଆଦିଲ୍ଲୀ, ଉଦାମପୁର, ଲୁଧିଆନା, ଜୟପୁର ଏବଂ ଖଡଗପୁରରେ ଏହାର ଟ୍ରାଏଲ କରାଯାଇଥିବା ବେଳେ ଏଥିରେ ଆଇସିଏମଆରର ମୁଖ୍ୟ ଭୂମିକା ରହିଥିଲା ।

ରିସର୍ଚ୍ଚରେ ଏହା ଖୁଲାସା ହୋଇଛି: ଅନ୍ତର୍ଜାତୀୟ ଓପନ୍ ଆକ୍ସେସ୍ ଜର୍ନାଲ୍ ଆଣ୍ଡ୍ରୋଲୋଜିରେ ପ୍ରକାଶିତ ଏକ ଓପନ୍-ଲେବଲ୍ ଏବଂ ଅଣ-ରାଣ୍ଡମାଇଜଡର ତୃତୀୟ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ, ରିସର୍ଚ୍ଚ ପାଇଁ 25ରୁ 40 ବର୍ଷୀୟ 303 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଲୋକଙ୍କୁ ରିସଗ(ଇନହିବିସନ ଅଫ୍ ସ୍ପର୍ମ ଅଣ୍ଡର ଗାଇଡାନ୍ସ) 60 ମିଲିଗ୍ରାମ ଦିଆଯାଇଥିଲା ।

ଅନୁସନ୍ଧାନରୁ ଜଣାପଡିଛି ଯେ ଗର୍ଭଧାରଣକୁ ରୋକିବାରେ 99.02 ପ୍ରତିଶତ ସଫଳ ହୋଇଥିଲା । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏଥିରେ କୌଣସି ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ଦେଖାଯାଇ ନଥିଲା । ରିସଗରେ 97.3% ଆଜୋସ୍ପର୍ମିଆ ଦେଖାଯାଇଥିଲା । କହିରଖୁଛୁ କି, ଆଜୋସ୍ପର୍ମିଆ ହେଉଛି ଏପରି ଏକ ମେଡିକାଲ ସ୍ଥିତି, ଯେଉଁଥିରେ ପୁରୁଷର ଶୁକ୍ରାଣୁ ଉତ୍ପତି ତ ହୁଏ, କିନ୍ତୁ ଏହା ଅବରୋଧ ହୋଇଯାଏ । ଏହାର ଅର୍ଥ ହେଲା ଯେ, ଶୁକ୍ରାଣୁର ବହିର୍ଗମନ ପାଇଁ କୌଣସି ବାଟ ନଥାଏ । ଫଳସ୍ୱରୂପ ଏହା ସିମନକୁ ଯାଇପାରେ ନାହିଁ । ତେବେ ଅନୁସନ୍ଧାନରେ ଅଂଶଗ୍ରହଣ କରିଥିବା ପତ୍ନୀଙ୍କ ଉପରେ ମଧ୍ୟ ନଜର ରଖାଯାଇଥିଲା । କିନ୍ତୁ କୌଣସି ପ୍ରତିକୂଳ ପ୍ରଭାବ ଦେଖାଯାଇନଥିଲା । ତେବେ ଗର୍ଭନିରୋଧକ କ୍ଷେତ୍ରରେ ପୁରୁଷମାନଙ୍କ ଉପରେ ଏହା ଅଧିକ ଫଳପ୍ରଦ ହୋଇପାରିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: World Contraception Day 2023: ଗର୍ଭନିରୋଧକ ଔଷଧ ସୁରକ୍ଷିତ କି, ଏହା କହିଲେ ବିଶେଷଜ୍ଞ

ରିପୋର୍ଟ ଅନୁସାରେ, ବିଶ୍ବରେ ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ ପାଇଁ ପୁରୁଷ ଗର୍ଭନିରୋଧକ ଆଧୁନିକ ପଦ୍ଧତିକୁ ବିକଶିତ କରିବାର ଆବଶ୍ୟକତା ରହିଛି । ଗର୍ଭନିରୋଧକ ପ୍ରଭାବ ଭାବେ ଭାସେକ୍ଟମି ଅଧିକ ପ୍ରଭାବଶାଳୀ ଅଟେ । ଗର୍ଭନିରୋଧକ ଇଞ୍ଜେକ୍ସନ ନେବା ଦ୍ବାରା ଦୀର୍ଘମିଆଦି କାର୍ଯ୍ୟ କରିବା ସହିତ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନଥାଏ ବୋଲି କୁହାଯାଇଛି ।

କିଭଳି କାର୍ଯ୍ୟ କରିଥାଏ ଗର୍ଭନିରୋଧକ ଇଞ୍ଜେକ୍ସନ: ଟେଷ୍ଟିକଲରେ ସ୍ପର୍ମ ଡକ୍ଟ ରହିଥାଏ । ଏଠାରୁ ହିଁ ଶୁକ୍ରାଣୁ ପେନିସ ପର୍ଯ୍ୟନ୍ତ ପହଞ୍ଚି ଥାଏ । ଏହି ଇଞ୍ଜେକ୍ସନକୁ ସ୍ପର୍ମ ଡକ୍ଟରେ ଦିଆଯାଇଥାଏ । RISUGକୁ ଗୋଟିଏ ପରେ ଗୋଟିଏ ଦୁଇଟି ସ୍ପର୍ମ ଡକ୍ଟରେ ଇନଜେକ୍ଟ କରାଯାଇଥାଏ । ଇଞ୍ଜେକ୍ସନ୍ ସ୍ଥାନରେ ଲୋକାଲ ଆନାସ୍ଥେସିଆ ଦିଆଯାଇଥାଏ । ଇନଜେକ୍ସନ ଦେବା ପରେ ପଜିଟିଭ ଚାର୍ଜ ସ୍ପର୍ମ ଗୁଡିକ ଡକ୍ଟରେ ଲାଗିଯାଇଥାଏ । ଯେତେବେଳେ ଏହା ନେଗେଟିଭ ଚାର୍ଜ ସ୍ପର୍ମ ସଂସ୍ପର୍ଶରେ ଆସେ ସେତେବେଳେ ନଷ୍ଟ ହୋଇଯାଇଥାଏ । ଏହି କାରଣରୁ ଏଗ ଫର୍ଟିଲାଇଜ ହୋଇପାରେ ନାହିଁ । ଫଳରେ ଗର୍ଭଧାରଣକୁ ଅତି ସହଜରେ ରୋକାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.