ETV Bharat / sukhibhava

କୋରୋନା କାଳରେ ଖୁସି ଖବର, ସ୍ବଦେଶୀ ନାଜାଲ୍ ଟିକାକୁ ମିଳିଲା ଅନୁମତି

author img

By

Published : Dec 23, 2022, 12:05 PM IST

Updated : Dec 23, 2022, 1:09 PM IST

ବିଶ୍ବର ପ୍ରଥମ ନାଜାଲ୍ ଭ୍ୟାକ୍ସିନ୍ ଭାବେ ଭାରତ ବାୟୋଟେକରେ ପ୍ରସ୍ତୁତ ଇନକୋଭାକକୁ ମିଳିଲା ବ୍ୟବହାର ଅନୁମତି(India approves Nasal vaccine for Covid-19 amid fear around BF.7 variant) । ଅଧିକ ପଢନ୍ତୁ

ନାଜାଲ ଭ୍ୟାକ୍ସିନକୁ ମିଳିଲା ଅନୁମତି
India approves Nasal vaccine

ନୂଆଦିଲ୍ଲୀ: କୋରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର । ଓମିକ୍ରୋନର ନୂଆ ଉପ-ପ୍ରକାର(Omocron Sub-Variant) BF.7 ଚିନ୍ତା ବଢାଇ ଥିବାବେଳେ ବିଶ୍ବର ପ୍ରଥମ ନାଜାଲ୍ ଭ୍ୟାକ୍ସିନ୍ ଭାବେ ଭାରତ ବାୟୋଟେକ(Bharat Biotech)ରେ ପ୍ରସ୍ତୁତ ଇନକୋଭାକକୁ ମିଳିଛି ବ୍ୟବହାର ଅନୁମତି । DCGIର ଅନୁମତି ପରେ ଭାରତ ସରକାର ଏହି ଭ୍ୟାକ୍ସିନ୍ ବ୍ୟବହାର ପାଇଁ ଦେଇଛନ୍ତି ମଞ୍ଜୁରୀ(India approves Nasal vaccine for Covid-19 amid fear around BF.7 variant) ।

ଏକ ରିପୋର୍ଟ ଅନୁସାରେ, ଆଜି(ଡିସେମ୍ବର 23)ରୁ କୋ-ୱିନ୍ ପୋର୍ଟାଲରେ ନାଜାଲ୍ ଭ୍ୟାକ୍ସିନ୍ ଉପଲବ୍ଧ ହେବ । କୋରୋନା ମୁକାବିଲା ପାଇଁ ନାଜାଲ୍ ଟିକା ଆଜି ଠାରୁ Covid-19 ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ପ୍ରଥମେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ ବୋଲି ଜଣାପଡିଛି ।

ଏନେଇ ପ୍ରସାର ଭାରତୀ ସ୍ପଷ୍ଟ କରି ଏକ ଟ୍ବିଟରେ କହିଛି ଯେ, "ଭାରତ ବାୟୋଟେକ ନାଜାଲ୍ ଭ୍ୟାକ୍ସିନ୍ ବ୍ୟବହାରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ଆଜିଠାରୁ CoWIN ଆପରେ ଏହି ଟିକା ଉପଲବ୍ଧ ।" ଏଥିରେ କୁହାଯାଇଛି ଯେ, ନାଜାଲ୍ ଟିକା ବର୍ତ୍ତମାନ କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ।

ଇଞ୍ଜେକସନ ନୁହେଁ ନାକରେ ନେବେ ଟିକା

ତେବେ ଏହି ଟିକା ଉପଲବ୍ଧ ହେବା ପରେ ନିଡଲ୍‌ ବା ଛୁଞ୍ଚି ମାଧ୍ୟମରେ ଭ୍ୟାକ୍ସିନ ନେବାକୁ ଡରୁଥିବା ଲୋକଙ୍କ ପାଇଁ ଆଶ୍ବସ୍ତି ମିଳିଛି । କାରଣ ନାଜାଲ ଭ୍ୟାକ୍ସିନ୍ କେବଳ ନାକରେ ଡ୍ରପ୍ ଆକାରରେ ଦିଆଯିବ । ଏହା ବୁଷ୍ଟର୍ ଡୋଜ୍ ଭାବରେ ମଧ୍ୟ କାର୍ଯ୍ୟ କରିବ । ପୂର୍ବରୁ ଅନ୍ୟ କମ୍ପାନୀର ଭ୍ୟାକ୍ସିନ୍ ନେଇଥିଲେ ମଧ୍ୟ ନାଜାଲ ଭ୍ୟାକ୍ସିନକୁ ବୁଷ୍ଟର ଡୋଜ୍ ଭାବେ ନେଇ ପାରିବେ ।

ଚୀନରେ ଆତଙ୍କ ଖେଳାଇଛି ନୂଆ ଭାରିଆଣ୍ଟ

ତେବେ ବର୍ତ୍ତମାନ ସମୟରେ ଚୀନରେ ଓମିକ୍ରୋନର ଉପ-ପ୍ରକାର BF.7 ମୃତ୍ୟୁର ବିଭୀଷିକା ରଚୁଛି । ସେଠାରେ ପ୍ରତିଦିନ 10 ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ସହ ଦିନକୁ ଯାଉଛି 5 ହଜାରରୁ ଅଧିକ ଜୀବନ । ଏହାକୁ ନେଇ ସମଗ୍ର ବିଶ୍ବରେ ଭୟର ବାତାବରଣ ଖେଳିଯାଇଛି । ଆମ ଦେଶରେ ଚିହ୍ନଟ ହୋଇଥିବା BF.7 ଭାରିଏଣ୍ଟର 4ଟି ମାମଲା ମଧ୍ୟରୁ ଓଡିଶାର ଜଣେ ବ୍ୟକ୍ତି ଥିବା ଜଣାପଡିଛି ।

କୋଭିଡ ନିୟମ ମାନିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଏହାକୁ ଦୃଷ୍ଟିରେ ରଖି ଗତକାଲି(ଡିସେମ୍ବର 22)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଦେଶର COVID-19 ସ୍ଥିତିର ଆକଳନ କରିଛନ୍ତି ଏବଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜନଗହଳ ସ୍ଥାନରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ମାନିବାକୁ ନିବେଦନ କରିଛନ୍ତି ।

ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଘନ ଘନ ସ୍ଥିତିର ସମୀକ୍ଷା କରୁଛନ୍ତି । ଏହିପରିପ୍ରେକ୍ଷୀରେ ସେ ଆଜି ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ । ଅପରାହ୍ନ 3ଟାରେ ବସିବ ଏହି ବୈଠକ ।

Last Updated : Dec 23, 2022, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.