ETV Bharat / sukhibhava

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଦେହ-ମନକୁ ସୁସ୍ଥ ରଖେ ମନ୍ତ୍ର ଜପ - ମନ୍ତ୍ର ଜପ ଉପରେ ବୈଜ୍ଞାନିକ ଅନୁସନ୍ଧାନ

ଭାରତୀୟ ସଂସ୍କୃତିରେ ପୂଜା-ପାଠ, ମନ୍ତ୍ର ଜପ ବହୁ ଊର୍ଦ୍ଧ୍ବରେ । ଏହାଦ୍ବାରା ଦେହ-ମନ ସୁସ୍ଥ ରହିଥାଏ ବୋଲି ଅଧିକାଂଶ ଲୋକେ ବିଶ୍ବାର କରିଥାନ୍ତି । ବର୍ତ୍ତମାନ ଏହି ବିଶ୍ବାସ ସତ ବୋଲି ପ୍ରମାଣିତ କରିଛି ବିଜ୍ଞାନ । ଅଧିକ ପଢନ୍ତୁ

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଦେହ-ମନକୁ ସୁସ୍ଥ ରଖେ ମନ୍ତ୍ର ଜପ

author img

By

Published : Nov 15, 2022, 2:40 PM IST

ହାଇଦ୍ରାବାଦ: ମନ୍ତ୍ରରେ ଏକ ଭିନ୍ନ ଶକ୍ତି ଅଛି ଏବଂ ଏହାର ପ୍ରଭାବ ଶରୀର, ମନ ଏବଂ ଏହାର ଆଖପାଖ ପରିବେଶରେ ପଡିଥାଏ ବୋଲି ବିବେଚନା କରାଯାଏ । ଭାରତୀୟ ସଂସ୍କୃତିରେ ବିଶ୍ୱାସ ରହିଛି ଯେ, ଶାସ୍ତ୍ରରେ ଦିଆଯାଇଥିବା ମନ୍ତ୍ରଗୁଡ଼ିକୁ ଜପ କରିବା ଦ୍ବାରା ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ଘଟିଥାଏ । ବର୍ତ୍ତମାନ ଏହି ଭାବନା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ପ୍ରମାଣିତ ହୋଇଛି । ହରେ କୃଷ୍ଣ...ହରେ କୃଷ୍ଣ ମନ୍ତ୍ର ଉଚ୍ଚାରଣ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ମାନସିକ ଶାନ୍ତି ଦେଇଥାଏ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(IIT) ଇନ୍ଦୋରରେ ଏକ ଅନୁସନ୍ଧାନକାରୀ ଟିମ୍, ମନ୍ତ୍ର ଜପ କରିବା ଦ୍ବାରା ଶରୀରରେ କିପରି ପ୍ରଭାବ ପଡିଥାଏ, ତାହା ଉପରେ ଏକ ରିସର୍ଚ୍ଚ କରିଥିଲେ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ, IIT ଇନ୍ଦୋର ଦ୍ବାରା କରାଯାଇଥିବା ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ହରେ କୃଷ୍ଣ...ମନ୍ତ୍ର 108 ଥର ଜପ କରିବା ଦ୍ବରା ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ।

ଏହି ମନ୍ତ୍ର ପଢିବା ଦ୍ୱାରା ସୁଖ-ଶାନ୍ତି ଅନୁଭବ ହୁଏ ଏବଂ ଜଣେ ବ୍ୟକ୍ତି ଚିନ୍ତା ଓ ଚାପରୁ ମୁକ୍ତି ପାଇଥାନ୍ତି । ଏଥିସହ ମନ୍ତ୍ର ଜପ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ବୋଲି ଅନୁସନ୍ଧାନକାରୀ ଦଳ କହିଛନ୍ତି(Chanting mantras increases immunity) । IIT ଇନ୍ଦୋର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ଦ୍ୱାରା କରାଯାଇଥିବା ଏହି ଅନୁସନ୍ଧାନ ପାଇଁ ଟିମ୍ ନିଜ ଅନୁଷ୍ଠାନରୁ 37 ଜଣଙ୍କୁ ଚୟନ କରିଥିଲା । ମନ୍ତ୍ର ଜପ କରିବା ପୂର୍ବରୁ ଏବଂ ପରେ ବ୍ୟକ୍ତିଙ୍କ ମାନସିକ ଓ ଶାରିରିକ ସ୍ଥିତିର ମୂଲ୍ୟାଙ୍କନ କରାଯାଇଥିଲା । ଅନୁସନ୍ଧାନକାରୀ ଦଳର ମୁଖ୍ୟ ଡ. ରାମ ବିଳାସ ପଚୋରି କହିଛନ୍ତି ଯେ, "ସାଧାରଣତଃ ମସ୍ତିଷ୍କରୁ ପାଞ୍ଚ ପ୍ରକାରର ଫ୍ରିକ୍ୱେନ୍ସି ବ୍ୟାଣ୍ଡ ସିଗନାଲ ନିର୍ଗତ ହୁଏ(Brain emits five types of frequency bands signals) ।"

ଆଲଫା ଫ୍ରିକ୍ୱେନ୍ସି ବ୍ୟାଣ୍ଡ ଶାନ୍ତି ଏବଂ ଆରାମକୁ ସୂଚାଇଥାଏ(Alpha frequency bands for peace and relaxation) । ବିଟା ଫ୍ରିକ୍ୱେନ୍ସି ବ୍ୟାଣ୍ଡ ଚିନ୍ତା ଏବଂ ଟେନସନକୁ ପ୍ରଦର୍ଶିତ କରିଥାଏ । ମନ୍ତ୍ର ଜପ କରିବା ପରେ ଆଲଫା ବ୍ୟାଣ୍ଡର ବୃଦ୍ଧି ଘଟି ଥିବାବେଳେ ବିଟା ଶକ୍ତି ହ୍ରାସ ପାଇଥିବା ଅନୁସନ୍ଧାନର ମୁଖ୍ୟ ରାମ ବିଳାସ କହିଛନ୍ତି । ମସ୍ତିଷ୍କ ସଙ୍କେତ ସମାନ ଅବସ୍ଥାରେ 90-90 ସେକେଣ୍ଡ ପୂର୍ବରୁ ଏବଂ ପରେ ଏହା ରେକର୍ଡ କରାଯାଇଥିଲା ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ ମନ୍ତ୍ର:-

ଅନୁସନ୍ଧାନ କାର୍ଯ୍ୟ ସମୟରେ ଏହା ମଧ୍ୟ ଜଣାପଡିଛି ଯେ, ମସ୍ତିଷ୍କ ଉପରେ ମନ୍ତ୍ର ଜପ କରିବାର ଏକ ସକରାତ୍ମକ ପ୍ରଭାବ ରହିଛି, ଯେଉଁ କାରଣରୁ ବ୍ୟକ୍ତିଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧିପାଏ । ଏହାର ସକରାତ୍ମକ ପ୍ରଭାବ ହେତୁ ଅନେକ ରୋଗର ଚିକିତ୍ସା ସମ୍ଭବ । ମାନସିକ ସ୍ତର, ଶରୀରରେ ଘଟୁଥିବା ଅନେକ ରୋଗର ଚିକିତ୍ସା କରାଯାଇପାରିବ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.