ହାଇଦ୍ରାବାଦ: ଯଦି ହଠାତ୍ ବିନା କାରଣରେ ଅତ୍ୟଧିକ ଝାଳ ବାହାରିବା ଆରମ୍ଭ କରେ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଅତ୍ୟଧିକ ଝାଳ ବାହାରିବା ଗୁରୁତର ରୋଗର ଲକ୍ଷଣ ହୋଇପାରେ । ଏହା ସାଧାରଣତଃ ହାତ, ପାଦ, ବାହୁ ଏବଂ ଚେହେରା ପରି ସ୍ଥାନରେ ଦେଖାଯାଏ । ହାଇପରହାଇଡ୍ରୋସିସ (Hyperhidrosis)ରେ ଆପଣଙ୍କ ଶରୀରର ଝାଳ ଗ୍ରନ୍ଥି ଅତ୍ୟଧିକ ନିଷ୍କ୍ରିୟ ହୋଇଯାଏ । ଏହି କାରଣରୁ ବିନା କାରଣରେ ଅଧିକ ଝାଳ ବାହାରିବା ଆରମ୍ଭ କରିଥାଏ ।
ହାଇପରହାଇଡ୍ରୋସିସ (Hyperhidrosis) କାହିଁକି ହୁଏ?
- ସ୍ନାୟୁ ପ୍ରଣାଳୀ ସମ୍ବନ୍ଧୀୟ କାରଣ- ଅନୁସନ୍ଧାନରୁ ଜଣାପଡିଛି ଯେ, ହାଇପରହାଇଡ୍ରୋସିସ (Hyperhidrosis) ଝାଳ ଗ୍ରନ୍ଥି ଏବଂ ସ୍ନାୟୁ ପ୍ରଣାଳୀ ମଧ୍ୟରେ ଯୋଗାଯୋଗରେ ଏକ ସମସ୍ୟା ଦେଖାଯାଏ, ଯାହା ଅତ୍ୟଧିକ ଝାଳ ବାହାରିବା ପଛର କାରଣ ପାଲଟି ଥାଏ ।
- ହରମୋନାଲ କାରଣ- ଥାଇରଏଡ୍, ପିଟ୍ୟୁଟାରୀ ଗ୍ରନ୍ଥି ଇତ୍ୟାଦି ସହ ଜଡ଼ିତ କେତେକ ହରମୋନ୍ ମଧ୍ୟ ହାଇପରହାଇଡ୍ରୋସିସ (Hyperhidrosis) ସୃଷ୍ଟି କରେ ।
- ଜେନେଟିକ୍ କାରଣ- ଯଦି ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ଏହି ରୋଗ ହୋଇଥାଏ, ତେବେ ତାଙ୍କଠାରୁ ପିଲାକୁ ମଧ୍ୟ ହେବାର ସମ୍ଭାବନା ଅଛି ।
- ଅନ୍ୟାନ୍ୟ କାରଣ- ଚାପ, ଆଲର୍ଜି, କିଛି ଔଷଧ ଇତ୍ୟାଦି ମଧ୍ୟ ହାଇପରହାଇଡ୍ରୋସିସ୍ ଭଳି ରୋଗ ସୃଷ୍ଟି କରିପାରେ ।
ହାଇପରହାଇଡ୍ରୋସିସ ର ଲକ୍ଷଣ କ’ଣ?
- ହାତ, ପାଦ, କପାଳ ଏବଂ ଚେହେରା ପରି ସ୍ଥାନରୁ ଅତ୍ୟଧିକ ଝାଳ ବୋହିବା
- ହାତ, ପାଦ, କପାଳ ଏବଂ ଚେହେରା କ୍ରମାଗତ ଭାବରେ ଓଦା ରହିବା
- ସାମାନ୍ୟରୁ ମଧ୍ୟମ ଶାରୀରିକ ପରିଶ୍ରମ ସହ ମଧ୍ୟ ଅତ୍ୟଧିକ ଝାଳ ବୋହିବା
- ରାତିରେ ଶୋଇବା ସମୟରେ ମଧ୍ୟ ଝାଳ ବୋହିବା
- ପୋଷାକ ଉପରେ ଝାଳ ଦାଗ ଏବଂ ମଇଳା ଚିହ୍ନ ହେବା
- ଶାରୀରିକ ଏବଂ ମାନସିକ ଚାପ କ୍ଷେତ୍ରରେ ଅତ୍ୟଧିକ ଝାଳ ବୋହିବା
ଏହାର ଚିକିତ୍ସା କ’ଣ?
ହାଇପରହାଇଡ୍ରୋସିସ୍ ହେଉଛି ଏକ ଅବସ୍ଥା ଯେଉଁଥିରେ ଶରୀରର କିଛି ଅଂଶ ଅତ୍ୟଧିକ ଝାଳ ସୃଷ୍ଟି କରିଥାଏ । ଏହି ରୋଗ ପାଇଁ କୌଣସି ଠୋସ୍ ଉପଶମ ନାହିଁ, କିନ୍ତୁ କିଛି ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଔଷଧ ଏହା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
- ଓଜନ ନିୟନ୍ତ୍ରଣ ଏବଂ ବ୍ୟାୟାମ କରିବା ଜରୁରୀ
- ମଦ୍ୟପାନରୁ ଦୂରେଇ ରହିବା ଉଚିତ୍
- ଚାପ ଏବଂ ଚିନ୍ତାଗ୍ରସ୍ତ ହେବାରୁ ଦୂରେଇ ରହିବା ଉଚିତ୍
- ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ, ଯାହା ଭିଟାମିନ୍ରେ ଭରପୂର ଅଟେ
- ପ୍ରଚୁର ପାଣି ପିଇବାର ସର୍ବୋତ୍ତମ ଉପାୟ, ଏହାଦ୍ବାରା ଦେହରୁ ବାହାରୁଥିବା ଝାଳର ଦୁର୍ଗନ୍ଧରୁ ମୁକ୍ତି ମିଳେ
- କଟନ୍ ପୋଷାକ ପିନ୍ଧନ୍ତୁ ଯାହା ଫଳରେ ଅଧିକ ଗରମ ଅନୁଭବ ହେବ ନାହିଁ
- ଲେମ୍ବୁ ପାଣି ପିଅନ୍ତୁ, ଯଦି ଲେମ୍ବୁ ପାଣି ପିଇବାରେ ସମସ୍ୟା ଅଛି ତେବେ ଗ୍ରୀନ ଟି' ପିଇବା ଉଚିତ
ଏହା ମଧ୍ୟ ପଢନ୍ତୁ: ହାତ-ଗୋଡରୁ ଅଧିକ ଝାଳ ବାହାରୁଝି କି, ଆପଣାନ୍ତୁ ଏହି ଟିପ୍ସ