ETV Bharat / sukhibhava

କୋଲେଷ୍ଟ୍ରଲର ମାତ୍ରାକୁ କମ କରିବାକୁ ଚାହୁଁଛନ୍ତି କି ? ଦୈନନ୍ଦିନ କାର୍ଯ୍ୟରେ ସାମିଲ କରନ୍ତୁ ଏହି ଆକ୍ଟିଭିଟି - କୋଲେଷ୍ଟ୍ରଲ ମାତ୍ରା କମ କରିବା ପାଇଁ କଣ ଖାଇବା ଉଚିତ

କୋଲେଷ୍ଟ୍ରଲର ମାତ୍ରାକୁ କମ କରିବାକୁ ଚାହୁଁଛନ୍ତି କି ? କୋଲେଷ୍ଟ୍ରଲ ବୃଦ୍ଧକୁ ନେଇ ଚିନ୍ତିତ କି ? ଦୈନନ୍ଦିନ କାର୍ଯ୍ୟରେ ସାମିଲ କରନ୍ତୁ ଏହି ଆକ୍ଟିଭିଟି

reduce cholesterol
reduce cholesterol
author img

By ETV Bharat Odisha Team

Published : Sep 12, 2023, 4:44 PM IST

ହାଇଦ୍ରାବାଦ: ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ଅନେକ ରୋଗର କାରଣ ହୋଇଥାଏ। ରକ୍ତରେ ସର୍ବଦା କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରଣରେ ରହିବା ଉଚିତ ବୋଲି କୁହାଯାଇଛି। ଖରାପ କୋଲେଷ୍ଟ୍ରସ ଏବଂ ଏହାର ମାତ୍ରା ବୃଦ୍ଧି ଶରୀର ପାଇଁ କ୍ଷତିକାରକ ମନାଯାଏ। ଓଜନ, ଖାଦ୍ୟ, ଜେନେଟିକ୍ସ, ଔଷଧ ସେବନ କିମ୍ବା ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ର(cholesterol) ପରିମାଣ ବଢିବାରେ ଲାଗେ । ତେବେ ଆପଣଙ୍କର ମଧ୍ୟ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇଥିଲେ ଏହି ଉପାୟରେ ନିୟନ୍ତ୍ରଣ କରିପାରିବେ। ଆମ ରକ୍ତରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ରହିଥାଏ। ଯଥା ଭଲ କୋଲେଷ୍ଟ୍ରଲ (ହାଇ ଡେନସିଟି ଲିପୋପ୍ରୋଟେନ୍) ଏବଂ ଖରାପ କୋଲେଷ୍ଟ୍ରଲ (ଲୋ ଡେନସିଟି ଲିପୋପ୍ରୋଟେନ୍) । ଖରାପ କୋଲେଷ୍ଟ୍ରଲ ଅତ୍ୟନ୍ତ ବିପଦଜ୍ଜନକ ବୋଲି ବିବେଚନା କରାଯାଏ । ଧମନୀରେ ଖରାପ କୋଲେଷ୍ଟ୍ରଲ ପରିମାଣ ବୃଦ୍ଧି ହେତୁ ରକ୍ତ ସଠିକ୍ ପରିମାଣରେ ହାର୍ଟରେ ପହଞ୍ଚେ ନାହିଁ, ଯେଉଁ କାରଣରୁ ହୃଦଘାତ ଏବଂ ଷ୍ଟ୍ରୋକ ଇତ୍ୟାଦି ହେବାର ଆଶଙ୍କା ବଢିଯାଏ ।

  • ଓଜନ ବୃଦ୍ଧି କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧିର କାରଣ ହୋଇଥାଏ। ତେଣୁ କୋଲେଷ୍ଟ୍ରଲର ମାତ୍ରାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ପ୍ରଥମେ ଓଜନ ନିୟନ୍ତ୍ରଣ କରିବା ଉଚିତ ବୋଲି କୁହାଯାଇଛି। ସପ୍ତାହରେ 150 ମିନିଟ ଏରୋବିକ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଏରୋବିକ୍ସ ଯେପରିକି ଚାଲିବା, ଦୌଡିବା ଏବଂ ସାଇକେଲ ଚଳାଇବା ଭଳି କାର୍ଯ୍ୟ ଅଟେ।
  • ଦ୍ବିତୀୟତଃ ତେଲର ମାତ୍ରାକୁ କମ କରିବା ଉଚିତ। ମାସକୁ ଅଧାଲିଟର ତେଲରୁ ଅଧିକ ଖାଇବା ଅନୁଚିତ। ଉଦାହଣ ସ୍ବରୁପ ଯଦି ପରିବାରରେ 4ଜଣ ସଦସ୍ୟ ରହିଛନ୍ତି, ତାହେଲେ 2 ଲିଟରରୁ ଅଧିକ ତେଲ ବ୍ୟବହାର କରିବା ଉଚିତ ନୁହେଁ। ସ୍ମାକ୍ସ ଠାରୁ ଦୂରତା ରଖିବା ଆବଶ୍ୟକ। ବନସ୍ପତି ଘିଅ ଏବଂ ଡାଲଡା ଠାରୁ ଦୂରେଇ ରୁହନ୍ତୁ।

ଏହା ମଧ୍ୟ ପଢନ୍ତୁ: ସାବଧାନ ! କୋଲେଷ୍ଟ୍ରଲ୍ ବୃଦ୍ଧି ସୃଷ୍ଟି କରିପାରେ ଏହି ସବୁ ଜଟିଳ ରୋଗ ସମସ୍ୟା

  • ଓ୍ବାଟର ସଲ୍ୟୁବଲ ଫାଇବର ଥିବା ଖାଦ୍ୟ ଖାଆନ୍ତୁ। ବାର୍ଲି, ଫ୍ଲାକ୍ସ ସିଡ, ଗ୍ରୀନ ମଟର, ବିନ୍ସ, ଫିଗ୍ସ, ଖଜରୀ, ବ୍ରୋକଲି, କୋବି, କନ୍ଧମୂଳ, ଆପଲ, ଗାଜର ଏବଂ ମକା ଖାଇଲେ ରକ୍ତରେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିପାରିବ।
  • ମାନସିକ ଶାନ୍ତି ବଜାୟୀ ରଖିବା ନିହାତି ଆବଶ୍ୟକ। ତେଣୁ ଯୋଗ ଏବଂ ଧ୍ୟାନ କରିବା ଆବଶ୍ୟକ। ସପ୍ତାହକୁ ତିନି ଥର ଯୋଗ କରିବା ଆବଶ୍ୟକ।
  • ଯଦି ଆପଣ ସିଗାରେଟ ଅଭ୍ୟାସ ରହିଛି ତାହେଲେ ପ୍ରଥମେ ସେହି ଅଭ୍ୟାସରୁ ରୋକିବା ଆବଶ୍ୟକ ବୋଲି କୁହାଯାଇଛି। କାରଣ ସିଗାରେଟ ପରିତ୍ୟାଗ କରିବା ଦ୍ବାରା ଶରୀରେ ଭଲ ଫ୍ୟାଟର ମାତ୍ରା ବୃଦ୍ଧି ପାଇବ।
  • ଏହି ଟିପ୍ସ ଆପଣାଇବାର 3 ମାସ ପରେ ମଧ୍ୟ ଯଦି କୌଣସି ପ୍ରଭାବ ଦେଖାଯାଉ ନାହିଁ ତାହେଲେ ଔଷଧ ଗ୍ରହଣ କରିବା ଆବଶ୍ୟକ ବୋଲି କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.