ETV Bharat / sukhibhava

ଏଥି ପାଇଁ ଅନବରତ କାନ୍ଦିଥାଏ ନବଜାତ ଶିଶୁ, କେମିତି ନେବେ ଯତ୍ନ ଜାଣନ୍ତୁ

author img

By

Published : Apr 15, 2023, 1:14 PM IST

ଗ୍ରୀଷ୍ମଋତୁରେ କେତେକ ନିର୍ଦ୍ଦିଷ୍ଟ କାରଣରୁ ନବଜାତ ଶିଶୁମାନେ ଅନବରତ କାନ୍ଦିଥାନ୍ତି । ଏହି ସବୁ କାରଣ କଣ ଏବଂ କିପରି ସେମାନଙ୍କ ଯତ୍ନ ନେବେ, ଜାଣନ୍ତୁ

cute baby
cute baby

ହାଇଦ୍ରାବାଦ: ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବିଶ୍ବର 10ଟି ସବୁଠୁ ଉତ୍ତମ ସହର ମଧ୍ୟରେ ରହିଛି ଆମ ରାଜ୍ୟର ଦୁଇ ସହର । ବାରିପଦା ବିଶ୍ବର ଦ୍ବିତୀୟ ଉତ୍ତପ୍ତ ସହର ହୋଇ ଥିବାବେଳେ ଝାରସୁଗୁଡା ଦଶମରେ ରହିଛି । ଏଭଳି ପ୍ରଚଣ୍ଡ ରୌଦ୍ରତାପ ସମୟରେ ସ୍ବାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ବିଶେଷ କରି ନବଜାତ ଶିଶୁଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହି ଆର୍ଟିକିଲରେ, ଆମେ କିଛି ସହଜ ଟିପ୍ସ ବିଷୟରେ ଆଲୋଚନା କରିବୁ, ଯାହା ନବଜାତ ଶିଶୁଙ୍କ ଗ୍ରୀଷ୍ମ ପ୍ରବାହରୁ ଆରାମ ଦେବାରେ ସହାୟକ ହେବ ।

Newborn child crying
Newborn child crying

ତାଜା ଖାଦ୍ୟ ଖାଇବାକୁ ଦିଅନ୍ତୁ:- ଯଦି ଶିଶୁ ଟିକେ କଠିନ ଖାଦ୍ୟ ଖାଇବା ଆରମ୍ଭ କରିଛି, ତେବେ ତାକୁ ସବୁବେଳେ ତାଜା ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହି ଋତୁରେ ପିଲାମାନଙ୍କଠାରେ ପେଟ ସଂକ୍ରମଣ ହେବାର ସମ୍ଭାବନା ଥାଏ । 6 ମାସ କିମ୍ବା ତଦୂର୍ଦ୍ଧ୍ୱ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ । ସେଥିପାଇଁ ସେମାନଙ୍କର ଅତିରିକ୍ତ ଯତ୍ନ ନେବାର ଆବଶ୍ୟକ ରହିଛି ।

baby girl drinking water
baby girl drinking water

ସଠିକ୍ ପୋଷାକ ବାଛିନ୍ତୁ:- ଅତ୍ୟଧିକ ଗରମ କାରଣରୁ ପିଲାମାନେ ବହୁତ ସମୟ କାନ୍ଦିଥାନ୍ତି । ଏଥିପାଇଁ ଗରମ ସହ ମୋଟା ପୋଷାକ ଦାୟୀ ହୋଇଥାଏ । ତେଣୁ ପିଲାମାନଙ୍କୁ ସର୍ବଦା ଆରମ ଦାୟକ ସୂତା ପୋଷାକ ପିନ୍ଧାନ୍ତୁ । ସୂତା ପୋଷାକ ମାଧ୍ୟମରେ ବାୟୁ ଶରୀର ଦେଇ ଯାଇପାରେ ଏବଂ ଝାଳ ଶୋଷିବାର କ୍ଷମତା ମଧ୍ୟ ସୂତା ପୋଷାକରେ ଅଧିକ । ତେଣୁ ପିଲାଙ୍କୁ କେବଳ ହାଲୁକା ଧଳା, ହଳଦିଆ, ନୀଳ ରଙ୍ଗର ସୂତା ପୋଷାକ ପିନ୍ଧ ।

ଭେଣ୍ଟିଲେସନର ଯତ୍ନ ନିଅନ୍ତୁ:- ଅତ୍ୟଧିକ ଉତ୍ତାପ ସମୟରେ ପିଲାଙ୍କୁ ଏକ ଭେଣ୍ଟିଲେଟ ରୁମ୍‌ରେ ରଖନ୍ତୁ । ପିଲାକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଭେଣ୍ଟିଲେସନ୍ ସଠିକ୍ ଭାବେ ହେଉଥିବ ।

a happy baby on a beach
a happy baby on a beach

ଡିହାଇଡ୍ରେସନ୍:- ଡିହାଇଡ୍ରେସନ୍‌ର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଯଦି ପିଲାକୁ ଗୀଷ୍ମ ପ୍ରବାହରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଅଳ୍ପ ସମୟ ମଧ୍ୟରେ ପାଣି ପିଇବାକୁ ଦିଅନ୍ତୁ । ମନେରଖନ୍ତୁ, ପାଣିକୁ ନିଶ୍ଚିତ ରୂପେ ଫୁଟାନ୍ତୁ ଏବଂ ତାକୁ ସମ୍ପୂର୍ଣ୍ଣ ଥଣ୍ଡା କରି ପିଇବାକୁ ଦିଅନ୍ତୁ । 6 ମାସରୁ ଅଧିକ ବୟସର ଶିଶୁଙ୍କୁ ନଡ଼ିଆ କ୍ଷୀର, ଲସି, ଫଳ ରସ ଦେଇପାରିବେ ।

ଖରାରେ ପିଲାଙ୍କୁ ବାହାରକୁ ନିଅନ୍ତୁ ନାହିଁ:- ଗ୍ରୀଷ୍ମଋତୁରେ ଶିଶୁକୁ ବାହାରକୁ ନେବା ଉଚିତ୍ ନୁହେଁ । ଦିନ 12:00 ରୁ 4:00 ମଧ୍ୟରେ ଶିଶୁକୁ ବାହାରକୁ ନେବାର ଭୁଲ କରନ୍ତୁ ନାହିଁ । ଯଦି ନିହାତି ଆବଶ୍ୟକ ଥାଏ, ଶିଶୁକୁ ଡାକ୍ତରଙ୍କ ପାଖକୁ ଯିବାର ଥାଏ ତେବେ ତା' ଶରୀରକୁ ସଠିକ୍ ଭାବରେ ଘୋଡାନ୍ତୁ ଏବଂ ଟୋପି ପିନ୍ଧାନ୍ତୁ ।

ସ୍ନାନ କରାନ୍ତୁ:- ଗ୍ରୀଷ୍ମଋତୁରେ ଶିଶୁର ଯତ୍ନ ନେବା ପାଇଁ ଆପଣ ଦିନକୁ ଥରେ କିମ୍ବା ଦୁଇଥର ସ୍ନାନ କରାଇପାରିବେ । ମନେରଖନ୍ତୁ ଯେ, ପାଣି ଅତ୍ୟଧିକ ଥଣ୍ଡା କିମ୍ବା ଅଧିକ ଗରମ ହୋଇନଥିବା ଉଚିତ୍ ।

ସବୁବେଳେ ଡାଏପର ପିନ୍ଧନ୍ତୁ ନାହିଁ:- ପ୍ରାୟତଃ ମାଆମାନେ ପିଲାମାନଙ୍କୁ ସବୁବେଳେ ଡାଏପର ପିନ୍ଧାନ୍ତି । ଗ୍ରୀଷ୍ମଋତୁରେ ଏହା କରିବା ଦ୍ବାରା ଦାଗ ଓ ଉତ୍ତାପ ସୃଷ୍ଟି ହୋଇପାରେ । ଫଳରେ ପିଲାଟି ଚିଡଚିଡା ହୋଇ କାନ୍ଦିଥାଏ । ତେଣୁ ଗ୍ରୀଷ୍ମ ସମୟରେ କେବଳ ବାହାରକୁ ଯିବା ସମୟରେ ଡାଏପର୍ ପନ୍ଧାନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.