ETV Bharat / sukhibhava

ଜଣେ ମହିଳା କେତେଥର ଆଇଭିଏଫ୍ କରିପାରିବେ? ସ୍ୱାସ୍ଥ୍ୟ ଉପରେ ଏହାର କ'ଣ ପ୍ରଭାବ ପଡିଥାଏ, ଜାଣନ୍ତୁ

author img

By

Published : Jul 24, 2023, 5:08 PM IST

ଆଜିର ସମୟରେ, ଖରାପ ଖାଦ୍ୟ ଏବଂ ଜୀବନଶୈଳୀ ହେତୁ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡିଥାଏ । ଏହି କାରଣ ଯୋଗୁଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଇନଫର୍ଟିଲିଟିର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ

ଜଣେ ମହିଳା କେତେଥର ଆଇଭିଏଫ୍ କରିପାରିବେ? ସ୍ୱାସ୍ଥ୍ୟ ଉପରେ ଏହାର କ'ଣ ପ୍ରଭାବ ପଡିଥାଏ, ଜାଣନ୍ତୁ
ଜଣେ ମହିଳା କେତେଥର ଆଇଭିଏଫ୍ କରିପାରିବେ? ସ୍ୱାସ୍ଥ୍ୟ ଉପରେ ଏହାର କ'ଣ ପ୍ରଭାବ ପଡିଥାଏ, ଜାଣନ୍ତୁ

ହାଇଦ୍ରାବାଦ: ଆଜିର ସମୟରେ, ଖରାପ ଖାଦ୍ୟ ଏବଂ ଖରାପ ଜୀବନଶୈଳୀ ହେତୁ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ । ଏହି କାରଣରୁ ସମଗ୍ର ବିଶ୍ୱରେ ଲକ୍ଷଲକ୍ଷ ଲୋକଙ୍କୁ ଇନଫର୍ଟିଲିଟି ସମସ୍ୟା ହେଉଥିବା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ଦମ୍ପତିଙ୍କ ସ୍ବପ୍ନ ଥାଏ କି ସେମାନଙ୍କ ଘରକୁ ଏକ ନୂଆ ଅତିଥି ଆସୁ । ହେଲେ ଅନେକ ଦମ୍ପତି ଇନଫର୍ଟିଲିଟି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଫଳରେ ତାଙ୍କ ଜୀବନରେ ଶିଶୁ ଆଶା କରିଥିବା ସ୍ବପ୍ନ ଅଧାରେ ରହିଯାଏ । ତେବେ ଏଭଳି ପରିସ୍ଥିତିରେ ଆଇଭିଏଫ୍ ଏପରି ଲୋକଙ୍କ ଜୀବନରେ ଆଶାର କିରଣ ଆଣିଥାଏ।

IVF- (ଇଣ୍ଟ୍ରା-ଭିଟ୍ରୋ ଫର୍ଟିଲାଇଜେସନ୍) ଏହା ଏକ ଲ୍ୟାବ ଟେକ୍ନୋଲୋଜି। ଯେତେବେଳେ ଜଣେ ମହିଳା ପ୍ରାକୃତିକ ଭାବରେ ଗର୍ଭଧାରଣ କରିବାରେ ଅସମର୍ଥ ହୁଅନ୍ତି, ସେତେବେଳେ IVF ମାଧ୍ୟମରେ ତାଙ୍କୁ ଗର୍ଭବତୀ କରାଇବାକୁ ଚେଷ୍ଟା କରାଯାଏ। ଏହି କୌଶଳ ମାଧ୍ୟମରେ, ଏକ ପରୀକ୍ଷା ଟ୍ୟୁବରେ ଶୁକ୍ରାଣୁ ଏବଂ ଡିମ୍ବାଣୁ ମିଶ୍ରଣ କରି ଶିଶୁର ବିକାଶ ପ୍ରକ୍ରିୟା ଆରମ୍ଭ ହୁଏ । କିନ୍ତୁ ସେଠାରେ କିଛି ମହିଳାଙ୍କ ନିକଟରେ IVF ମଧ୍ୟ ବିଫଳ ହୁଏ । ଏହା ପଛର କାରଣ ଜାଣନ୍ତୁ,

IVF ସଫଳତା ଦମ୍ପତିଙ୍କ ସ୍ୱାସ୍ଥ୍ୟ ଉପରେ ଆଧାରିତ

ଆଇଭିଏଫ୍ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଦମ୍ପତିମାନଙ୍କୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଯାଞ୍ଚ ମାଧ୍ୟମରେ ଯିବାକୁ ପଡିବ । ଯଦି ଏହି ସମସ୍ତ ସ୍ୱାସ୍ଥ୍ୟ ଯାଞ୍ଚ ସଠିକ୍ ଥାଏ ତେବେ ଆଇଭିଏଫ୍ କରାଯିବା ଉଚିତ କି ନୁହେଁ ଡାକ୍ତରମାନେ ମତ ଦେଇଥାଆନ୍ତି । ଦମ୍ପତିମାନେ ଶାରୀରିକ ଭାବରେ ଫିଟ୍ ହେଲେ ହିଁ ଆଇଭିଏଫ୍ ସଫଳ ହେବ ।

ଆଇଭିଏଫ୍ ମାଧ୍ୟମରେ ଜଣେ ମହିଳା କେତେଥର ସନ୍ତାନ ଜନ୍ମ କରିପାରିବେ

ଜଣେ ମହିଳା ଆଇଭିଏଫ୍ କେତେ ଥର IVF କରିପାରିବେ, ତାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ। ସୂଚନା ଥାଉ କି, IVF ର ସଫଳତା ମୁଖ୍ୟତଃ ଡିମ୍ବାଣୁ ଏବଂ ଶୁକ୍ରାଣୁର କ୍ବାଲିଟି ଉପରେ ନିର୍ଭର କରେ। ଯେତେବେଳେ ଜଣେ ମହିଳା ଅନେକ ଚେଷ୍ଟା ପରେ ମଧ୍ୟ ପ୍ରାକୃତିକ ଭାବରେ ଗର୍ଭଧାରଣ କରିବାକୁ ସକ୍ଷମ ନୁହଁନ୍ତି, ସେତେବେଳେ ତାଙ୍କୁ IVF ପାଇଁ ପରାମର୍ଶ ଦିଆଯାଏ। ସାଧାରଣତଃ ଯେକୌଣସି ମହିଳା IVF ର 3-4 ଚେଷ୍ଟା ପରେ ଗର୍ଭଧାରଣ କରିପାରନ୍ତି। ବାରମ୍ବାର IVF ବିଫଳତା ପରେ ଡିମ୍ବାଣୁ କିମ୍ବା ଡୋନର (ଦାତା) ବଦଳାଇବାକୁ ସୁପାରିଶ କରାଯାଏ।

ଏହା ମଧ୍ୟ ପଢନ୍ତୁ: ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ଚିକିତ୍ସା

କେତେ ପ୍ରକାରର IVF ଅଛି? ତିନି ପ୍ରକାରର IVF ଅଛି।

Natural IVF: ପ୍ରାକୃତିକ IVFକୁ ଫର୍ଟିଲାଇଜେସନ୍‌ରେ 'ନାଚୁରାଲ ସାଇକେଲ ଇନ୍‌ ଫର୍ଟିଲାଇଜେସନ୍' କୁହାଯାଏ । ପ୍ରାକୃତିକ IVMରେ, ଡିମ୍ବାଣୁ ପୁରୁଷର ଶୁକ୍ରାଣୁ ସହ ମିଶ୍ରିତ କରାଯାଏ । ଯେଉଁଠାରୁ ଭ୍ରୁଣ ସୃଷ୍ଟି ହୁଏ । ଏହାପରେ ଜଣେ ମହିଳାଙ୍କ ଗର୍ଭରେ ପ୍ରତିରୋପଣ କରାଯାଏ ।

Minimal Stimulation IVF: ମହିଳାମାନଙ୍କୁ ମିନିମାଲ ଷ୍ଟିମୁଲେସନ IVFରେ ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ । ଔଷଧ ମାଧ୍ୟମରେ ସୁସ୍ଥ ଡିମ୍ବାଣୁ ପ୍ରସ୍ତୁତ କରାଯାଏ ।

Conventional IVF: ଏଥିରେ ଡିମ୍ବାଣୁ ଏବଂ ଶୁକ୍ରାଣୁ ଏଥିରେ ମିଶ୍ରିତ ହୋଇ ତାପରେ ଗରମରେ ରଖାଯାଏ । ଏଥିରେ ଦମ୍ପତିଙ୍କ ସ୍ୱାସ୍ଥ୍ୟ ପାଇଁ ବିଶେଷ ଯତ୍ନ ନିଆଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.