ETV Bharat / sukhibhava

ପେଟରେ କେତେ ଘଣ୍ଟା ପର୍ଯ୍ୟନ୍ତ ରୁହେ ଖାଦ୍ୟ, କଣ କହୁଛନ୍ତି ଏକ୍ସପର୍ଟ

author img

By

Published : Jul 11, 2023, 6:29 AM IST

ପେଟରେ କେତେ ଘଣ୍ଟା ପର୍ଯ୍ୟନ୍ତ ରୁହେ ଖାଦ୍ୟ । କେମିତି ହୁଏ ହଜମ ପ୍ରକ୍ରିୟା ଜାଣନ୍ତୁ

How long does food stay in stomach
How long does food stay in stomach

ହାଇଦ୍ରାବାଦ: ଆଧୁନିକ ଜୀବନଶୈଳୀରେ ମନୁଷ୍ୟ ପାଖରେ ସମୟର ଅଭାବ ଦେଖାଯାଇଥାଏ । ଲୋକମାନେ ଅଳ୍ପ ସମୟ ମଧ୍ୟରେ ଅଧିକ କାର୍ଯ୍ୟ ସମାପ୍ତ କରିବା ପରେ ଅଫିସରେ ପହଞ୍ଚିବାକୁ ଅଧିକରୁ ଅଧିକ ଚେଷ୍ଟା କରନ୍ତି । ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ରୋଷେଇରେ ବି ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ । ଏଭଳି ବ୍ୟକ୍ତି ବିଶେଷ ବାହାର ଖାଦ୍ୟ ଖାଇଥାଆନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ ଖରାପ ଖାଦ୍ୟ ଆମ ପେଟ ଉପରେ କେତେ ପ୍ରଭାବ ପକାଇଥାଏ ଏବଂ ଏହା କେତେ ସମୟ ପର୍ଯ୍ୟନ୍ତ ପେଟରେ ରହିଥାଏ । ପଢନ୍ତୁ ପୁରା ଖବର...

ଖାଦ୍ୟ ପେଟରେ କେତେ ସମୟ ରହେ ?: ଅସ୍ବାସ୍ଥ୍ୟକର ଖାଦ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ସେଥିପାଇଁ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ କୁହାଯାଇଛି । କିଛି ଲୋକ ଖାଇବା ଏକ କାମ ଭାବି ଖାଇ ଥାଆନ୍ତି । ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକି ଖାଇବା ଦ୍ବାରା ଶରୀର ଉପରେ ଅନେକ କୁପ୍ରଭାବ ପଡିଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟ ଖାଇବାର 6ରୁ 8 ଘଣ୍ଟା ପର୍ଯ୍ୟନ୍ତ ପେଟରେ ଖାଦ୍ୟ ରହିଥାଏ ।

ଖାଦ୍ୟ କିପରି ହଜମ ହୁଏ ?: ଖାଦ୍ୟ ପ୍ରଥମେ ପାଟି ଦେଇ ପେଟକୁ ଯାଇଥାଏ । ଏହାପରେ ପେଟରେ ପାଚନ କ୍ରିୟା ଆରମ୍ଭ ହୋଇଯାଏ । ପେଟରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ଖାଦ୍ୟ ଭାଙ୍ଗିବା ବା ହଜମ ପ୍ରକ୍ରିୟାକରଣ ଆରମ୍ଭ ହୋଇଥାଏ । ଏହି ଖାଦ୍ୟ ଫାରିନକ୍ସ ଦେଇ ଯାଇଥାଏ।

ଖାଦ୍ୟ ଖାଇବା ପରେ ଆପଣଙ୍କ ପେଟ ଦେଇ ଯିବା ପାଇଁ କେତେ ସମୟ ଲାଗେ: ଖାଦ୍ୟ ପେଟରୁ ଆପଣଙ୍କ ଛୋଟ ଅନ୍ତନଳୀକୁ ଯିବା ପାଇଁ ପ୍ରାୟ 2ରୁ 4 ଘଣ୍ଟା ଲାଗେ । ଏହି ସମଗ୍ର ପ୍ରକ୍ରିୟା ପଛରେ ଅନେକ କାରଣ ଥାଇପାରେ, ଯେପରିକି ଆପଣ କଣ ଖାଉଛନ୍ତି, ଆପଣ କେତେ ଖାଉଛନ୍ତି, ଆପଣଙ୍କର ହରମୋନ୍ ସ୍ତର ଏବଂ ଆପଣ ଜଣେ ପୁରୁଷ ନା ସ୍ତ୍ରୀ ତାହା ଉପରେ ମଧ୍ୟ ନିର୍ଭର କରିଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଖାଦ୍ୟକୁ ଧୀରେଧୀରେ ହଜମ କରିଥାଆନ୍ତି, ଏହାର ଅର୍ଥ ମହିଳାଙ୍କ ହଜମ ପ୍ରକ୍ରିୟା ବିଳମ୍ବ ହୋଇଥାଏ।

ଖାଦ୍ୟ ପେଟକୁ ଗଲା ପରେ ଏହି ରିଆକ୍ସନ ହୋଇଥାଏ: ପେଟର ଉପର ଅଂଶ ଆପଣ ଖାଉଥିବା ଖାଦ୍ୟକୁ ରଖିବାକୁ ଉପଯୁକ୍ତ ସ୍ଥାନ ଦିଏ । ଏହି କାରଣରୁ ଖାଇବା ପରେ ଆପଣଙ୍କ ପେଟ ସାମାନ୍ୟ ଫୁଲିବା ପରି ଦେଖାଯାଏ । ପେଟ ଖାଦ୍ୟ ଭାଙ୍ଗିବା ପାଇଁ ମିକ୍ସର୍ ବା ଗ୍ରାଇଣ୍ଡର ଭଳି କାମ କରେ । ଏହା ସହିତ ପେଟ ଏସିଡ୍ ଏବଂ ଏନଜାଇମ୍ (ରାସାୟନିକ ପାଚନ) ମଧ୍ୟ ଏଥିରେ ସାହାଯ୍ୟ କରେ । ପାଇଲେରିକ୍ ​​ସ୍ପିଙ୍କଟର୍ ଖାଦ୍ୟକୁ ଧୀରେଧୀରେ କରି ପାକସ୍ଥଳିରେ ପହଞ୍ଚାଥାଏ ।

ଏହା ମଧ୍ୟ ପଢନ୍ତୁ: ସକାଳେ ଖାଲି ପେଟରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି, ବିଗିଡିପାରେ ସ୍ବାସ୍ଥ୍ୟାବସ୍ଥା

ଖାଦ୍ୟର ବର୍ଜ୍ୟବସ୍ତୁ ବୃହତ ଅନ୍ତନଳୀରେ 36 ଘଣ୍ଟା ରହିଥାଏ : ପେଟରୁ ଖାଦ୍ୟ ବାହାରିବା ପରେ ଅନ୍ତନଳୀକୁ ଯାଇଥାଏ । ଖାଦ୍ୟ ପ୍ରଥମେ କ୍ଷୁଦ୍ର ଅନ୍ତନଳୀକୁ ଯାଏ। ଯେଉଁଠାରେ ଏହା 2-6 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଏହାପରେ ଏହା ବୃହତ ଅନ୍ତନଳୀକୁ ଯାଇଥାଏ । ଯେଉଁଠାରେ ଏହା ହଜମ ହେବା ପରେ ମଳରେ ପରିଣତ ହୁଏ । ଆପଣଙ୍କ ଖାଦ୍ୟରୁ ବର୍ଜ୍ୟବସ୍ତୁ ବୃହତ ଅନ୍ତନଳୀରେ 36 ଘଣ୍ଟା ରହିଥାଏ ।

ଆମେ ଦୈନନ୍ଦିନ ଖାଉଥିବା ଅନେକ ଖାଦ୍ୟ ଅଛି, ଯାହା ହଜମରେ ବିଳମ୍ବ ହୁଏ । ହଜମ ପାଇଁ ସର୍ବୋତ୍ତମ ଖାଦ୍ୟ ହେଉଛି, ଫରମେଣ୍ଟେଡ୍ ଖାଦ୍ୟ- ଦହି, କିମ୍‌ଚି(ପାରମ୍ପରିକ କୋରିଆନ୍ ଖାଦ୍ୟ), କମ୍ବୁଚା, ମିସୋ, ଏବଂ ଆଚାର ହୋଇଥିବା କାକୁଡି ସହିତ ପ୍ରୋବାୟୋଟିକ୍ ସମୃଦ୍ଧ ଖାଦ୍ୟ ହଜମ ପ୍ରକ୍ରିୟା ପାଇଁ ବହୁତ ଭଲ । ଏହି ଖାଦ୍ୟ ଅନ୍ତନଳୀରେ ଉପକାରୀ ବ୍ୟାକ୍ଟେରିଆର ସନ୍ତୁଳନକୁ ସପୋର୍ଟ କରିବା ସହ ଏବଂ ପାଥୋଜେନିକ୍ ମାଇକ୍ରୋଅର୍ଗାନ୍ସରୁ ପ୍ରତିରକ୍ଷା ପ୍ରଦାନ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.