ETV Bharat / sukhibhava

Sun exposure: ସୂର୍ଯ୍ୟ କିରଣରେ ନ ବସିଲେ ହୋଇପାରେ ଏହି ମାରାତ୍ମକ ରୋଗ - ଭିଟାମିନ ଡି ଅଭାବ ଜନିତ ରୋଗ

ସୁନ୍ଦର ପାଗ ଓ ସୂର୍ଯ୍ୟାଲୋକ ଭରା ଦିନ(Sunny days) ପ୍ରତ୍ୟେକଙ୍କ ମନରେ ସକରାତ୍ମକ ଭାବ ଆଣିଥାଏ । କେବଳ ଶୀତଦିନରେ ହିଁ ଲୋକେ ସୂର୍ଯ୍ୟ କିରଣରେ ବସିଥାନ୍ତି । କିନ୍ତୁ ନିୟମିତ ଭାବେ ସୂର୍ଯ୍ୟଙ୍କ କିରଣରେ ବସିବା ଆବଶ୍ୟକ । ନଚେତ୍‌ ଶରୀରରେ ଅନେକ ମାରାତ୍ମକ ରୋଗ ହୋଇଥାଏ । ସୂର୍ଯ୍ୟ କିରଣରେ ଭିଟାମିନ D ରହିଥାଏ । ସୂର୍ଯ୍ୟାଲୋକ ଆମ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ଜାଣନ୍ତୁ

Sun exposure: କିପରି ସକାଳ ସୂର୍ଯ୍ୟକିରଣ ହୋଇପାରେ ଲାଭଦାୟକ, ଜାଣନ୍ତୁ

author img

By

Published : Jan 30, 2022, 3:40 PM IST

ହାଇଦ୍ରାବାଦ: ଆମ ଶରୀରର ଅଙ୍ଗଗୁଡ଼ିକ ଉତ୍ତମ କାର୍ଯ୍ୟ ପାଇଁ ଭିଟାମିନ୍ Dର ଆବଶ୍ୟକତା ରହିଛି । ଏହାର ସର୍ବୋତ୍ତମ ଉତ୍ସ ହେଉଛି ସୂର୍ଯ୍ୟ । କିନ୍ତୁ ସମ୍ପ୍ରତି ଦ୍ରୁତ ଗତିଶୀଳ ଜୀବନରେ ଲୋକମାନେ ସୂର୍ଯ୍ୟକିରଣରେ ଅଧିକ ସମୟ ବିତାଇ ପାରୁନାହାଁନ୍ତି । ଯାହାକି ଜୀବନରେ ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଏଣୁ ଅଧିକ ସମୟ ଘର ଭିତରେ ରହିବା ଏବଂ ବାହାରକୁ ନ ବାହାରିବା ଶରୀର ପାଇଁ ଭଲ ହୋଇନଥାଏ ।

ପୁଷ୍ଟିକର ତଥା ମଧୁମେହ ବିଶେଷଜ୍ଞ ଦିବ୍ୟା ଗୁପ୍ତା କହିଛନ୍ତି ଯେ 'ଭିଟାମିନ୍ D ହାଡ଼ର ସ୍ବାସ୍ଥ୍ୟ ବଜାୟ ରଖିବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଆମର ସ୍ନାୟୁ ପ୍ରଣାଳୀ ପାଇଁ ମଧ୍ୟ ଭଲ ହୋଇଥାଏ । ଏହାସହିତ ଆମ ମସ୍ତିଷ୍କ ମଧ୍ୟ ଭଲ ରହିଥାଏ । ' ଶାରୀରିକ ବିକାଶ ପାଇଁ ତଥା ଅଙ୍ଗ ଭଲ କାର୍ଯ୍ୟ ପାଇଁ ଭିଟାମିନ୍ ଡି ଉପକାରୀ ବୋଲି ବିବେଚନା କରାଯାଏ । ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଏବଂ ଆଇସିଏମ୍ଆର ଦ୍ବାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ପ୍ରାୟ 70 ପ୍ରତିଶତ ଭାରତୀୟ ଭିଟାମିନ୍ ଡି ଅଭାବରେ ପୀଡିତ ।

ଏହି ସଂଖ୍ୟାରେ ଉଭୟ ଶିଶୁ ଏବଂ ବୟସ୍କ ମଧ୍ୟ ରହିଛନ୍ତି । ଦିଲ୍ଲୀର ଜଣେ ଚିକିତ୍ସକ ଡ଼ ମଣିନ୍ଦର ସିଂ କହିଛନ୍ତି ଯେ ସୂର୍ଯ୍ୟଙ୍କଠାରୁ ଦୂରତା ଅନେକ ରୋଗର ନିମନ୍ତ୍ରଣ ଅଟେ । ସୂର୍ଯ୍ୟଙ୍କଠାରୁ ଭିଟାମିନ୍ ଡି ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟର ପରିମାଣ ବଢାଏ, ଯାହାକି ହାଡ, ଦାନ୍ତ ଏବଂ ମାଂସପେଶୀକୁ ଶକ୍ତିଶାଳୀ ଏବଂ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ସୂର୍ଯ୍ୟକିରଣର ଅଭାବରୁ ଯୋଗୁଁ ରିକେଟ୍ ଏବଂ ଅଷ୍ଟିଓପୋରୋସିସ୍ ଭଳି ହାଡ ରୋଗ ହୋଇପାରେ ।

ଏହା ବି ପଢନ୍ତୁ: World Leprosy Day 2022: କାରଣ, ଲକ୍ଷଣ ଓ ନିରାକରଣ

ଉତ୍ତମ ହାଡ଼ ବ୍ୟତୀତ ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ସୂର୍ଯ୍ୟକିରଣ ଦ୍ବାରା ମହିଳାଙ୍କ ସ୍ତନ କର୍କଟ ହେବାର ଆଶଙ୍କା କମିଥାଏ । ଖରା ହେଉଥିବା ଅଞ୍ଚଳର ମହିଳାମାନେ ଏବଂ ଯେଉଁମାନେ ଜୀବନସାରା ସୂର୍ଯ୍ୟଙ୍କ ଅଧିକ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କ ତୁଳନାରେ ସ୍ତନ କର୍କଟ ହେବାର ଆଶଙ୍କା କମ୍ ଥାଏ । ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବା ବ୍ୟତୀତ ଭିଟାମିନ୍ ଡି ଅଭାବରେ କର୍କଟ, ହୃଦ୍‌ରୋଗ, ମଧୁମେହ, ସଂକ୍ରମଣର ଆଶଙ୍କା ମଧ୍ୟ ବଢାଇପାରେ ।

ଏହାସହ ଆଲର୍ଜି, ହାତ ଏବଂ ପାଦରେ ଯନ୍ତ୍ରଣା, ଥକାପଣ, ଭୁଲିଯିବା, ଅନିଦ୍ରା ଏବଂ ଉଦାସୀନତା ଭଳି ସମସ୍ୟା ଦେଖାଯାଏ । ଏହା ବ୍ୟତୀତ ସୂର୍ଯ୍ୟକିରଣ ଦ୍ବାରା ଅନେକ କ୍ଷତିକାରକ ଜୀବାଣୁ ଏବଂ ଭୂତାଣୁ ମରିଯାଆନ୍ତି । ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିଲେ ମେଲାନୋମା ହେବାର ସମ୍ଭାବନା ମଧ୍ୟ କମିଯାଏ। ୨୦୦୩ର ଏକ ରିପୋର୍ଟ ଅନୁସାରେ ସୂର୍ଯ୍ୟ କିରଣ ଶରୀରରେ ଏଣ୍ଟ୍ରୋଫିନ୍ସ(happy hormones) ତିଆରି କରିଥାଏ ।

କେଉଁଟି ଉପଯୁକ୍ତ ସମୟ ?

ଦିବ୍ୟା ଗୁପ୍ତାଙ୍କ ଅନୁଯାୟୀ ସୂର୍ଯ୍ୟଙ୍କ କିରଣ ସଂସ୍ପର୍ଶରେ ଆସିବାର ସର୍ବୋତ୍ତମ ସମୟ ହେଉଛି ସକାଳ । ସକାଳେ ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ସେତେବେଳେ ଜଣେ ବ୍ୟକ୍ତି ସୂର୍ଯ୍ୟ ଆଡକୁ ମୁହଁ କରି ଠିଆ ହେବା ଉଚିତ୍ । ମଧ୍ୟାହ୍ନ ସମୟରେ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଚର୍ମ ପାଇଁ କ୍ଷତିକାରକ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.